ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ଛାତ୍ରୀଛାତ୍ର
ଦାରିଙ୍ଗବାଡି, ୮। ୭ (ଅରୁଣ ସାହୁ): ଗଛ ବଞ୍ଚିଲେ ଆମେ ବଞ୍ଚିବା। ପରିବେଶର ସୁରକ୍ଷା ପାଇଁ ଗଛଟିଏ ନିହାତି ବଞ୍ଚିବା ଦରକାର। ଆସ ଆମେ ମା’ଙ୍କ ନାମରେ ଗଛଟିଏ ଲଗାଇ ନିଜ ମହାବିଦ୍ୟାଳୟ ପରିସର ମଧ୍ୟରେ ସୁନ୍ଦର ପରିବେଶ ସୃଷ୍ଟି କରିବା। ଏଭଳି ସଚେତନ କରାଇଛି ବ୍ରାହ୍ମଣୀଗାଁରେ ଥିବା ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ। ପ୍ରକାଶ ଯେ, ବିଭାଗ ବିଭିନ୍ନ ସ୍ଥାନରେ ଉଜୁଡିଯାଉଥିବା ଜଙ୍ଗଲରେ ବୃକ୍ଷ ରୋପଣ କରିଥିବା ବେଳେ ମଙ୍ଗଳବାର ବ୍ରାହ୍ମଣୀଗାଁ ଠାରେ ଥିବା […] The post ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ଛାତ୍ରୀଛାତ୍ର appeared first on Dharitri Odia News.
ଦାରିଙ୍ଗବାଡି, ୮। ୭ (ଅରୁଣ ସାହୁ): ଗଛ ବଞ୍ଚିଲେ ଆମେ ବଞ୍ଚିବା। ପରିବେଶର ସୁରକ୍ଷା ପାଇଁ ଗଛଟିଏ ନିହାତି ବଞ୍ଚିବା ଦରକାର। ଆସ ଆମେ ମା’ଙ୍କ ନାମରେ ଗଛଟିଏ ଲଗାଇ ନିଜ ମହାବିଦ୍ୟାଳୟ ପରିସର ମଧ୍ୟରେ ସୁନ୍ଦର ପରିବେଶ ସୃଷ୍ଟି କରିବା। ଏଭଳି ସଚେତନ କରାଇଛି ବ୍ରାହ୍ମଣୀଗାଁରେ ଥିବା ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ।
ପ୍ରକାଶ ଯେ, ବିଭାଗ ବିଭିନ୍ନ ସ୍ଥାନରେ ଉଜୁଡିଯାଉଥିବା ଜଙ୍ଗଲରେ ବୃକ୍ଷ ରୋପଣ କରିଥିବା ବେଳେ ମଙ୍ଗଳବାର ବ୍ରାହ୍ମଣୀଗାଁ ଠାରେ ଥିବା ଋଷିମାଳ ମହାବିଦ୍ୟାଳୟ ପରିସର ମଧ୍ୟରେ ଛାତ୍ରୀଛାତ୍ର ଙ୍କୁ ସଚେତନ କରାଇ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ସମେତ ବିଭିନ୍ନ ଫଳ ବୃକ୍ଷ ରୋପଣ କରିଛନ୍ତି। ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ନେତୃତ୍ୱରେ ବନପାଳ ଯୋଗେଶ୍ୱର ଧାରୁଆ,ବନରକ୍ଷୀ ଶ୍ରୀରାମ ପଣ୍ଡା, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଭାସ୍କର ନାୟକ, ଇତିହାସ ବିଭାଗର ଅଧ୍ୟାପକ ତଥା ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅକ୍ଷୟ ବେହେର ଦଳାଇ, ୟୁଥ ରେଡ଼କ୍ରସର କାଉନସିଲର ସୁଜ୍ଞାନୀ ସାହୁ,ଅଧ୍ୟାପକ ଅମିତ ନାୟକ,କ୍ରିଷ୍ନା କୁମାର ମାଝୀ, ବିମଳ ବାସ୍ତରାୟ ପ୍ରମୁଖ ଛାତ୍ରୀଛାତ୍ରଙ୍କୁ ସଚେତନ କରିବା ସହ ମିଳିତ ବୃକ୍ଷ ରୋପଣ କରିଥିଲେ।
The post ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ଛାତ୍ରୀଛାତ୍ର appeared first on Dharitri Odia News.