ପରିସ୍ରା କରି ଭସେଇଦେଲେ ଅଫିସ୍ ଚାମ୍ବର
ବାରମ୍ବାର ବିଏମ୍ସି ଅଫିସକୁ ଦୌଡି ନିରାଶ ହେବା ପରେ ଶେଷରେ ଅଫିସ୍ ଚାମ୍ବର ଭିତରେ ପରିସ୍ରା କରି ପ୍ରତିବାଦ ଜଣାଇଛନ୍ତି ୪୫ ନମ୍ବର ୱାର୍ଡର ଶବର ସାହି ବାସିନ୍ଦା ।
ପରିସ୍ରା କରି ପ୍ରତିବାଦ । ଶୁଣିବାକୁ ଅଖାଡୁଆ ଲାଗୁଥିଲେ ବି ବିକ୍ଷୋଭର ଏଭଳି ଭିନ୍ନ ଶୈଳୀ ଦେଖିବାକୁ ମିଳିଛି ଖୋଦ୍ ରାଜଧାନୀରେ । ଦାବି ପୂରଣ ନେଇ ବାରମ୍ବାର ବିଏମ୍ସି ଅଫିସକୁ ଦୌଡି ନିରାଶ ହେବା ପରେ ଶେଷରେ ଅଫିସ୍ ଚାମ୍ବର ଭିତରେ ପରିସ୍ରା କରି ପ୍ରତିବାଦ ଜଣାଇଛନ୍ତି ୪୫ ନମ୍ବର ୱାର୍ଡର ଶବର ସାହି ବାସିନ୍ଦା ।