ପରୀକ୍ଷଣ ପାଇଁ ଏସିୟାର ସବୁଠୁ ଦୀର୍ଘ ହାଇପର ଲୁପ ଟେଷ୍ଟିଂ ଟ୍ୟୁବ୍ ପ୍ରସ୍ତୁତ, ଖୁବ୍ ଶୀଘର ହୋଇାପାରେ ପରୀକ୍ଷା

ନୂଆଦିଲ୍ଲୀ ୧୯।୩: ଦେଶରେ ସାର୍ବଜନିକ ପରିବହନର କାୟାକଳ୍ପ ହେବାକୁ ଯାଉଛି। ଭାରତୀୟ ରେଳବାଇ ଏବେ ବନ୍ଦେ ଭାରତ ଓ ନମୋ ଭାରତ ସେମି ହାଇସ୍ପିଡ୍ ଟ୍ରେନ ପରେ  ସୁପର ହାଇସ୍ପିଡ୍ ଟ୍ରେନ ଆଡକୁ ବଢୁଛି। ଭାରତରେ ବି ହାପରଲୁପର ଟେଷ୍ଟିଂ ହେଉଛି। ଏହି ହାଇପରଲୁପ ମାଧ୍ୟମରେ ଦିଲ୍ଲୀରୁ ପାଟନା ପର୍ଯ୍ୟନ୍ତ ୧,୦୪୦ କିଲୋମିଟର ଦୂରତାକୁ ମାତ୍ର ୧ ଘଣ୍ଟାରେ ପୁରା କରାଯାଇ ପାରିବ। ସେହିପରି ହାଇପରଲୁପରେ ଦିଲ୍ଲୀରୁ ହରିଦ୍ୱାରକୁ ମାତ୍ର ୨୦ ମିନିଟ୍ ଲାଗିବ। ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିକଟରେ ଆଇଆଇଟି ମାଡ୍ରାସ୍ ରେ ହାଇପରଲୁପ ଟେଷ୍ଟିଂ ଫାସେଲିଟି ପରିଦର୍ଶନରେ ଯାଇଥିଲେ। ଏହି ଗସ୍ତ କାଳରେ ସେ ହାଇପରଲୁପ ଟେଷ୍ଟିଂ ଟ୍ୟୁବ୍ ନିରୀକ୍ଷଣ କରିଛନ୍ତି। ହାଇପରଲୁପ ଟେଷ୍ଟିଂ କାଳରେ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ଆଇଆଇଟି ମାଡ୍ରାସରେ ଥିବା ୪୧୦ ମିଟର ଦୀର୍ଘ ହାଇପରଲୁପ ଟେଷ୍ଟ ଟ୍ୟୁବ୍ ଏସିୟାର ସବୁଠୁ ଦୀର୍ଘ ହାଇପରଲୁପ ଟେଷ୍ଟିଂ ଫାସେଲିଟି ଓ ଏହା ଖୁବ୍ ଶୀଘ୍ର ବିଶ୍ୱର ସବୁଠୁ ଦୀର୍ଘ ହାଇପରଲୁପ ଟେଷ୍ଟ ଟ୍ୟୁବରେ ପରିଣତ ହେବ। भारत का पहला हाइपरलूप टेस्ट ट्रैक: भविष्य की यात्रा की ओर एक बड़ा कदम!भारत ने अपने तकनीकी और परिवहन क्षेत्र में एक और महत्वपूर्ण मील का पत्थर हासिल किया है। ????????????देश का पहला हाइपरलूप टेस्ट ट्रैक अब तैयार हो गया है, जो भविष्य में

ପରୀକ୍ଷଣ ପାଇଁ ଏସିୟାର ସବୁଠୁ ଦୀର୍ଘ ହାଇପର ଲୁପ ଟେଷ୍ଟିଂ ଟ୍ୟୁବ୍ ପ୍ରସ୍ତୁତ, ଖୁବ୍ ଶୀଘର ହୋଇାପାରେ ପରୀକ୍ଷା

ନୂଆଦିଲ୍ଲୀ ୧୯।୩: ଦେଶରେ ସାର୍ବଜନିକ ପରିବହନର କାୟାକଳ୍ପ ହେବାକୁ ଯାଉଛି। ଭାରତୀୟ ରେଳବାଇ ଏବେ ବନ୍ଦେ ଭାରତ ଓ ନମୋ ଭାରତ ସେମି ହାଇସ୍ପିଡ୍ ଟ୍ରେନ ପରେ  ସୁପର ହାଇସ୍ପିଡ୍ ଟ୍ରେନ ଆଡକୁ ବଢୁଛି। ଭାରତରେ ବି ହାପରଲୁପର ଟେଷ୍ଟିଂ ହେଉଛି। ଏହି ହାଇପରଲୁପ ମାଧ୍ୟମରେ ଦିଲ୍ଲୀରୁ ପାଟନା ପର୍ଯ୍ୟନ୍ତ ୧,୦୪୦ କିଲୋମିଟର ଦୂରତାକୁ ମାତ୍ର ୧ ଘଣ୍ଟାରେ ପୁରା କରାଯାଇ ପାରିବ। ସେହିପରି ହାଇପରଲୁପରେ ଦିଲ୍ଲୀରୁ ହରିଦ୍ୱାରକୁ ମାତ୍ର ୨୦ ମିନିଟ୍ ଲାଗିବ। 

ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିକଟରେ ଆଇଆଇଟି ମାଡ୍ରାସ୍ ରେ ହାଇପରଲୁପ ଟେଷ୍ଟିଂ ଫାସେଲିଟି ପରିଦର୍ଶନରେ ଯାଇଥିଲେ। ଏହି ଗସ୍ତ କାଳରେ ସେ ହାଇପରଲୁପ ଟେଷ୍ଟିଂ ଟ୍ୟୁବ୍ ନିରୀକ୍ଷଣ କରିଛନ୍ତି। ହାଇପରଲୁପ ଟେଷ୍ଟିଂ କାଳରେ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ଆଇଆଇଟି ମାଡ୍ରାସରେ ଥିବା ୪୧୦ ମିଟର ଦୀର୍ଘ ହାଇପରଲୁପ ଟେଷ୍ଟ ଟ୍ୟୁବ୍ ଏସିୟାର ସବୁଠୁ ଦୀର୍ଘ ହାଇପରଲୁପ ଟେଷ୍ଟିଂ ଫାସେଲିଟି ଓ ଏହା ଖୁବ୍ ଶୀଘ୍ର ବିଶ୍ୱର ସବୁଠୁ ଦୀର୍ଘ ହାଇପରଲୁପ ଟେଷ୍ଟ ଟ୍ୟୁବରେ ପରିଣତ ହେବ। 


ଉଲ୍ଲେଖଯୋଗ୍ୟ ଯେ ଯଦି ଆଗାମୀ ଦିନରେ ଭାରତରେ ହାଇପରଲୁପ୍ ଟ୍ରେନ ପ୍ରାରମ୍ଭ ହୁଏ ତେବେ ଦେଶରେ ସାର୍ବଜନିକ ପରିବହନର ଚେହେରା ବଦଳିଯିବ। ହାଇପରଲୁପ ଟେକ୍ନୋଲଜି ଏକ ହାଇସ୍ପିଡ୍ ଟ୍ରାନ୍ସପୋର୍ଟ ସିଷ୍ଟମ ଯାହା ଏକ ଭ୍ୟାକୁମ-ସିଲ ଟ୍ୟୁବ୍ ରେ ପଡସ୍ କୁ ଘଣ୍ଟାପ୍ରତି ୧ହଜାର କିଲୋମିଟର ବେଗରେ ଅପରେଟ କରିପାରିବ। ଉଲ୍ଲେଖଯୋଗ୍ୟ ଯେ ୨୦୧୩ ମସିହାରେ ଏଲନ ମସ୍କ ସାରା ବିଶ୍ୱକୁ ହାଇପରଲୁପ ଦେଖାଇଥିଲେ। 


ଏହି ହାଇପରଲୁପକୁ ଚଲାଇବା ପାଇଁ କ୍ୟାପସୁଲ ବା ପଡସର ବ୍ୟବହାର କରାଯାଏ। ଏଥିରେ ଯାତ୍ରୀ ବା କାର୍ଗୋ ବୋଝେଇ କରି ମାଟି ଉପରେ ବଡ଼ବଡ଼ ପାରଦର୍ଶି ପାଇପରେ ଇଲେକ୍ଟ୍ରିକାଲ ଚୁମ୍ବକ ଦ୍ୱାରା ଚଳାଯାଏ। ସର୍ବପ୍ରଥମେ ହାଇପରଲୁପର ପରୀକ୍ଷଣ ୯ ନଭେମ୍ବର ୨୦୨୦ରେ ଲାସଭେଗାସରେ ଆୟୋଜନ କରାଯାଇଥିଲା। ଏଥିରେ ଏକ ୫୦୦ ମିଟରର ଟ୍ୟୁବରେ ପଡକୁ ଚଳାଯାଇଥିଲା। ବିଶ୍ୱର ଅନେକ ଦେଶ ହାଇପରଲୁପ ଟେକ୍ନୋଲଜି ଉପରେ ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି। ଏହିକ୍ରମରେ ୟୁରୋପରେ ସବୁଠୁ ଦୀର୍ଘ ହାଇପରଲୁପ ରେଳ ଟ୍ରାକ୍ ନିର୍ମାଣ କାରଯାଇଛି। ଏଣୁ ଆଶା କରାଯାଉଛି ଭାରତରେ ଖୁବ୍ ଶୀଘ୍ର ଏହି ପରୀକ୍ଷଣ ଆରମ୍ଭ ହୋଇପାରେ।