ପରୀକ୍ଷା କେନ୍ଦ୍ର ଆଗରେ ଟ୍ରାଫିକ ଅବ୍ୟବସ୍ଥା, ପୋଲିସ ଦୃଷ୍ଟି ଦେବାକୁ ଦାବି।
କୋକସରା:୨୦/୦୨ ଆଜି ଠାରୁ ମାଟ୍ରିକ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ କୋକସରା ବ୍ଲକ ସଦର ମହକୁମା ଜବାହାର ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ର କୁ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀ ଙ୍କୁ ନେଇ ଆସୁଥିବା ଅଭିଭାବକ ଓ ସମ୍ପର୍କୀୟ ମାନେ ନିଜର ବାଇକ କୁ ପରୀକ୍ଷା କେନ୍ଦ୍ର ବାହାରେ ଜାତୀୟ ରାଜପଥ ୨୬ ର ଦୁଇ କଡ଼ ରେ ଅବ୍ୟବସ୍ଥିତ ଭାବେ ପାର୍କିଂ କରୁଥିବା କାରଣରୁ ଟ୍ରାଫିକ ସମସ୍ୟା ଉପୁଜୁଛି। ଏହା ଏକ ବ୍ୟସ୍ତବହୁଳ ଜାତୀୟ ରାଜପଥ […] The post ପରୀକ୍ଷା କେନ୍ଦ୍ର ଆଗରେ ଟ୍ରାଫିକ ଅବ୍ୟବସ୍ଥା, ପୋଲିସ ଦୃଷ୍ଟି ଦେବାକୁ ଦାବି। appeared first on Odisha.News.

କୋକସରା:୨୦/୦୨
ଆଜି ଠାରୁ ମାଟ୍ରିକ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ କୋକସରା ବ୍ଲକ ସଦର ମହକୁମା ଜବାହାର ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ର କୁ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀ ଙ୍କୁ ନେଇ ଆସୁଥିବା ଅଭିଭାବକ ଓ ସମ୍ପର୍କୀୟ ମାନେ ନିଜର ବାଇକ କୁ ପରୀକ୍ଷା କେନ୍ଦ୍ର ବାହାରେ ଜାତୀୟ ରାଜପଥ ୨୬ ର ଦୁଇ କଡ଼ ରେ ଅବ୍ୟବସ୍ଥିତ ଭାବେ ପାର୍କିଂ କରୁଥିବା କାରଣରୁ ଟ୍ରାଫିକ ସମସ୍ୟା ଉପୁଜୁଛି। ଏହା ଏକ ବ୍ୟସ୍ତବହୁଳ ଜାତୀୟ ରାଜପଥ ହୋଇଥିବା ବେଳେ ପ୍ରତି ମୁହୂର୍ତ୍ତରେ ଗାଡିମୋଟର ସହ ଭାରିଯାନ ଚଳାଚଳ କରୁଛି। ତେବେ ପରୀକ୍ଷା କେନ୍ଦ୍ର କୁ ଡ୍ୟୁଟି ରେ ଆସୁଥିବା ପୋଲିସ କର୍ମଚାରୀ ମାନେ ଏ ଦିଗ ପ୍ରତି କୌଣସି ଧ୍ୟାନ ଦେଉ ନାହାଁନ୍ତି। ଏଣୁ କୌଣସି ସମୟରେ ଅଘଟଣ ଘଟିବା ଏଡାଇ ଦିଆ ଯାଇ ନପାରେ। ଏହାକୁ ସତର୍କ ଦୃଷ୍ଟି ଦେଇ ପୋଲିସ ପକ୍ଷରୁ ଟ୍ରାଫିକ ସମସ୍ୟା କୁ ରୋକିବା ପାଇଁ ପଦକ୍ଷେପ ନେବା କୁ ଦାବି ହେଉଛି।
The post ପରୀକ୍ଷା କେନ୍ଦ୍ର ଆଗରେ ଟ୍ରାଫିକ ଅବ୍ୟବସ୍ଥା, ପୋଲିସ ଦୃଷ୍ଟି ଦେବାକୁ ଦାବି। appeared first on Odisha.News.