ପରୀକ୍ଷା ଗଫଲତି ରୋକିବାକୁ ସରକାର ଆଣିଲେ ନୂଆ ବିଲ, ରହିଛି କଠୋର ଦଣ୍ଡ ବିଧାନ
ଭୁବନେଶ୍ଵର: ପରୀକ୍ଷା ଗଫଲତି ରୋକିବାକୁ ସରକାର ଆଣିଲେ ନୂଆ ବିଲ | ଶୁକ୍ରବାର ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍-୨୦୨୪ ବିଧାନସଭାରେ ପାରିତ ହୋଇଛି। ନୂଆ ବିଲ୍ରେ କଠୋର ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି। ଯଦି କୌଣସି ବ୍ୟକ୍ତି ବା ଅଧିକାରୀ ଏହି ଅଧିନିୟମ ଅଧୀନରେ ନିଯୁକ୍ତି ପରୀକ୍ଷାରେ ଅନୁଚିତ ସାଧନ ଏବଂ ଯଞ୍ଚକତା କରନ୍ତି, ତେବେ ଅତି କମରେ ତିନି ବର୍ଷରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାରାବାସ ଏବଂ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନାରେ ଦଣ୍ଡିତ ହେବେ | ଜରିମାନା ପ୍ରଦାନରେ ଖିଲାପ କଲେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ବ୍ୟବସ୍ଥା ଅନୁସାରେ ଅତିରିକ୍ତ କାରାବାସରେ ଦଣ୍ଡିତ କରାଯିବ। ସବୁ ଦଣ୍ଡ ବିଧାନ ଜାମିନ ବିହୀନ ରହିବ। ରଫାଦଫା କିମ୍ବା ବୁଝାମଣା କରାଯିବନି। ସେବା ଯୋଗାଣକାରୀ ଗଫଲତି କଲେ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାରେ ଦଣ୍ଡିତ ହେବେ। ସେବା ଯୋଗାଣକାରୀ ସଂସ୍ଥାଠାରୁ ପରୀକ୍ଷା ଖର୍ଚ୍ଚ ମଧ୍ଯ ଆଦାୟ କରାଯିବ। ଏପରିକି ସଂପୃକ୍ତ ସଂସ୍ଥାକୁ ଚାରି ବର୍ଷ ପର୍ଯ୍ୟନ୍ତ କୌଣସି ସାର୍ବଜନୀନ ପରୀକ୍ଷା ସଂଚାଳନ ପାଇଁ କୌଣସି ଦାୟିତ୍ବ ଦିଆଯିବନି। ଯଦି କୌଣସି ଅନୁଷ୍ଠାନ ସଂଗଠିତ ଅପରାଧ କରିବାରେ ସମ୍ପୃକ୍ତ ଥିବ, ତା'ହେଲେ ତା'ର ସମ୍ପତ୍ତି ଜବତ କରାଯିବ ଓ ବାଜ୍ୟାପ୍ତ କରାଯିବ ଏବଂ ସେଥୁରୁ ଆନୁପାତିକ ପରୀକ୍ଷା ଖର୍ଚ୍ଚ ମଧ୍ୟ ଆଦାୟ କରାଯିବ। ଅଧିକ ପଢନ୍ତୁ- ପୂର୍ବ ସରକାରଙ୍କ ନିଯୁକ୍ତିରେ ସ୍ଵଚ୍ଛତା ନ ଥିଲା, ଖୋଦ
ଭୁବନେଶ୍ଵର: ପରୀକ୍ଷା ଗଫଲତି ରୋକିବାକୁ ସରକାର ଆଣିଲେ ନୂଆ ବିଲ | ଶୁକ୍ରବାର ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍-୨୦୨୪ ବିଧାନସଭାରେ ପାରିତ ହୋଇଛି। ନୂଆ ବିଲ୍ରେ କଠୋର ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି। ଯଦି କୌଣସି ବ୍ୟକ୍ତି ବା ଅଧିକାରୀ ଏହି ଅଧିନିୟମ ଅଧୀନରେ ନିଯୁକ୍ତି ପରୀକ୍ଷାରେ ଅନୁଚିତ ସାଧନ ଏବଂ ଯଞ୍ଚକତା କରନ୍ତି, ତେବେ ଅତି କମରେ ତିନି ବର୍ଷରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାରାବାସ ଏବଂ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନାରେ ଦଣ୍ଡିତ ହେବେ | ଜରିମାନା ପ୍ରଦାନରେ ଖିଲାପ କଲେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ବ୍ୟବସ୍ଥା ଅନୁସାରେ ଅତିରିକ୍ତ କାରାବାସରେ ଦଣ୍ଡିତ କରାଯିବ। ସବୁ ଦଣ୍ଡ ବିଧାନ ଜାମିନ ବିହୀନ ରହିବ। ରଫାଦଫା କିମ୍ବା ବୁଝାମଣା କରାଯିବନି।
ସେବା ଯୋଗାଣକାରୀ ଗଫଲତି କଲେ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାରେ ଦଣ୍ଡିତ ହେବେ। ସେବା ଯୋଗାଣକାରୀ ସଂସ୍ଥାଠାରୁ ପରୀକ୍ଷା ଖର୍ଚ୍ଚ ମଧ୍ଯ ଆଦାୟ କରାଯିବ। ଏପରିକି ସଂପୃକ୍ତ ସଂସ୍ଥାକୁ ଚାରି ବର୍ଷ ପର୍ଯ୍ୟନ୍ତ କୌଣସି ସାର୍ବଜନୀନ ପରୀକ୍ଷା ସଂଚାଳନ ପାଇଁ କୌଣସି ଦାୟିତ୍ବ ଦିଆଯିବନି। ଯଦି କୌଣସି ଅନୁଷ୍ଠାନ ସଂଗଠିତ ଅପରାଧ କରିବାରେ ସମ୍ପୃକ୍ତ ଥିବ, ତା'ହେଲେ ତା'ର ସମ୍ପତ୍ତି ଜବତ କରାଯିବ ଓ ବାଜ୍ୟାପ୍ତ କରାଯିବ ଏବଂ ସେଥୁରୁ ଆନୁପାତିକ ପରୀକ୍ଷା ଖର୍ଚ୍ଚ ମଧ୍ୟ ଆଦାୟ କରାଯିବ।
ଅଧିକ ପଢନ୍ତୁ- ପୂର୍ବ ସରକାରଙ୍କ ନିଯୁକ୍ତିରେ ସ୍ଵଚ୍ଛତା ନ ଥିଲା, ଖୋଦ୍ ଅଧିକାରୀ ଲିକ୍ କରୁଥିଲେ ପ୍ରଶ୍ନପତ୍ର : ମୁଖ୍ୟମନ୍ତ୍ରୀ
ଯଦି ଅନୁସନ୍ଧାନ ସମୟରେ କୌଣସି ନିର୍ଦ୍ଦେଶକ, ବରିଷ୍ଠ ପରିଚାଳନା କିମ୍ବା ସେବା ଯୋଗାଣକାରୀ ସଂସ୍ଥାର ଦାୟିତ୍ବରେ ଥିବା ବ୍ୟକ୍ତିଙ୍କ ସହମତି କିମ୍ବା ସହଯୋଗରେ ଅପରାଧ ଘଟିଛି, ତେବେ ଅଧିକାରୀଙ୍କୁ ଅତି କମରେ ତିନିବର୍ଷରୁ ଆରମ୍ଭକରି ୧୦ ବର୍ଷ ପର୍ଯ୍ୟନ୍ତ କାରାବାସ ଏବଂ ଏକ କୋଟି ଟଙ୍କା ଜୋରିମାନାରେ ଦଣ୍ଡିତ କରାଯିବ | ଜୋରିମାନା ପୈଠରେ ଖିଲାପ କଲେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ ର ବ୍ୟବସ୍ଥା ଅନୁଯାୟୀ ଅତିରିକ୍ତ କାରାବାସରେ ଦଣ୍ଡିତ କରାଯିବ। ଜଣେ ଡିଏସପି ବା ଏସିପି ରାଙ୍କ ଅଧିକାରୀ ମାମଲାର ତଦନ୍ତ କରିବେ।
ଏହା ପୂର୍ବରୁ ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ ୨୦୨୪ଁ ଗୃହରେ ଆଗତ କରି ପୂର୍ବ ସରକାର ଉପରେ ବର୍ଷିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟର ଭବିଷ୍ୟତଙ୍କ ସହ ପୂର୍ବ ସରକାର ଛଳନା ଓ ପ୍ରତାରଣା କରୁଥିଲେ। ପୂର୍ବ ସରକାରର ଲିଗାସିକୁ ଭାଙ୍ଗିବାକୁ ପଡ଼ିବ। ଗଣତନ୍ତ୍ର ଉପରେ ପୂର୍ବ ସରକାର ବାରମ୍ବାର ବାରମ୍ବାର ହାତୁଡ଼ିରେ ମାରୁଥିଲା। ଯାହାର ପ୍ରତିଫଳନ ୨୦୨୪ରେ ଓଡ଼ିଶାବାସୀ ଦେଖାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।