ପରୀକ୍ଷାର୍ଥୀଙ୍କୁ ଚାପମୁକ୍ତ କରିବାକୁ ଗଣଶିକ୍ଷା ବିଭାଗର ‘ଟେଲିମାନସ’ ବ୍ୟବସ୍ଥା

ଭୁବନେଶ୍ବର: ଆଗକୁ ବୋର୍ଡ ପରୀକ୍ଷା । ସେଥି ପାଇଁ ଚାପଗ୍ରସ୍ତ ପରୀକ୍ଷାର୍ଥୀ । ପିଲାଙ୍କ ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଜାରି କରିଛି ଟୋଲ୍ ଫ୍ରି ନମ୍ୱର । ପିଲାମାନେ ଏହି ନମ୍ବରକୁ ଫୋନ୍ କରି କାଉନସେଲରଙ୍କ ପରାମର୍ଶ ନେଇପାରିବେ । ବିଭାଗ ପକ୍ଷରୁ ପରୀକ୍ଷା ଚାପମୁକ୍ତ ପାଇଁ ପରୀକ୍ଷାର୍ଥୀଙ୍କୁ ‘ଟେଲିମାନସ୍’ କାଉନ୍‌ ସେଲିଂ ଦିଆଯିବ। ଏଥିପାଇଁ ଏକ ଟୋଲ୍ ଫ୍ରି ନମ୍ବର ଜାରି ହୋଇଛି। ପରୀକ୍ଷାର୍ଥୀମାନେ ୧୪୪୧୬ ଟୋଲ୍ ଫ୍ରି ନମ୍ବରରେ ଫୋନ୍ […]

ପରୀକ୍ଷାର୍ଥୀଙ୍କୁ ଚାପମୁକ୍ତ କରିବାକୁ ଗଣଶିକ୍ଷା ବିଭାଗର ‘ଟେଲିମାନସ’ ବ୍ୟବସ୍ଥା
telimanasaha

ଭୁବନେଶ୍ବର: ଆଗକୁ ବୋର୍ଡ ପରୀକ୍ଷା । ସେଥି ପାଇଁ ଚାପଗ୍ରସ୍ତ ପରୀକ୍ଷାର୍ଥୀ । ପିଲାଙ୍କ ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଜାରି କରିଛି ଟୋଲ୍ ଫ୍ରି ନମ୍ୱର । ପିଲାମାନେ ଏହି ନମ୍ବରକୁ ଫୋନ୍ କରି କାଉନସେଲରଙ୍କ ପରାମର୍ଶ ନେଇପାରିବେ । ବିଭାଗ ପକ୍ଷରୁ ପରୀକ୍ଷା ଚାପମୁକ୍ତ ପାଇଁ ପରୀକ୍ଷାର୍ଥୀଙ୍କୁ ‘ଟେଲିମାନସ୍’ କାଉନ୍‌ ସେଲିଂ ଦିଆଯିବ। ଏଥିପାଇଁ ଏକ ଟୋଲ୍ ଫ୍ରି ନମ୍ବର ଜାରି ହୋଇଛି। ପରୀକ୍ଷାର୍ଥୀମାନେ ୧୪୪୧୬ ଟୋଲ୍ ଫ୍ରି ନମ୍ବରରେ ଫୋନ୍ କରି ନିଜ ସମସ୍ୟା ଜଣାଇବେ। ଏନେଇ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏହି ସୂଚନା ପ୍ରସାରିତ କରିବା ପାଇଁ କୁହାଯାଇଛି।

ଏପରିକି ଶିକ୍ଷାନୁଷ୍ଠାନ ମାନଙ୍କରେ ଏହି ‘ଟେଲିମାନସ’ ନମ୍ବର ବିଷୟରେ ପରୀକ୍ଷାର୍ଥୀଙ୍କୁ ଜଣାଇବା ପାଇଁ କୁହାଯାଇଛି। ଆସନ୍ତା ୧୬ରୁ +୨ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ମାଟ୍ରିକ୍ ପରୀକ୍ଷା ୨୦ରୁ ଆରମ୍ଭ ହେବ। ସାଧାରଣତଃ ପରୀକ୍ଷା ପ୍ରସ୍ତୁତି ପାଇଁ ଶିକ୍ଷାର୍ଥୀମାନେ ବିଶେଷ ଭାବେ ଚାପ ଓ ଚିନ୍ତା ରହିଥାନ୍ତି। ଏହାକୁ ଦୂର କରିବା ଏବଂ ସଚେତନ କରିବା ପାଇଁ ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଚାପମୁକ୍ତ ଥିବା ବେଳେ ଏହି ଜାରି ହୋଇଥିବା ଟୋଲ୍ ଫ୍ରି ନମ୍ବରରେ ଯୋଗାଯୋଗ କଲେ କାଉନ୍‌ ସେଲିଂ ମିଳିବ। କାଉନ୍‌ସେଲ୍‌ର ମାନେ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦେବେ।