ପର୍ଥ ଟେଷ୍ଟରେ ଭାରତୀୟ ଦଳରେ ଯୋଗ ଦେବେ ରୋହିତ, ଜାଣନ୍ତୁ କେବେ
ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳିବେ ନାହିଁ। କିନ୍ତୁ ଦ୍ଵିତୀୟ ଟେଷ୍ଟରେ ସେ ଦଳର ନେତୃତ୍ଵ ନେବେ। ତାଙ୍କ ପତ୍ନୀ ଦ୍ଵିତୀୟ ସନ୍ତାନ ଜନ୍ମ ଦେଇଥିବାରୁ ପରିବାର ସହ ସମୟ ବିତାଇବା ପାଇଁ ରୋହିତ ଭାରତୀୟ ଦଳ ସହିତ ଅଷ୍ଟ୍ରେଲିଆ ଯାତ୍ରା କରି ନ ଥିଲେ। କିନ୍ତୁ ପ୍ରଥମ ଟେଷ୍ଟ ସମୟରେ ରୋହିତ ଭାରତୀୟ ଦଳରେ ଯୋଗ ଦେବେ। ରିପୋର୍ଟ ଅନୁଯାୟୀ, ରୋହିତ ପର୍ଥରେ ନଭେମ୍ବର ୨୪ରେ ଦଳରେ ସାମିଲ ହେବେ। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ର ପରାଜୟ ପରେ ରୋହିତ ଘରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ପତ୍ନୀ ଦ୍ଵିତୀୟ ସନ୍ତାନ ଜନ୍ମ ଦେବାକୁ ଯାଉଥିବା ଖବର ସାମ୍ନାକୁ ଆସିଥିଲା। ଅନ୍ୟପଟେ ରୋହିତଙ୍କ ସହିତ ଶୁଭମନ ଗିଲ୍ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ଅଭ୍ୟାସ୍ ସମୟରେ ଗିଲ୍ଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। Also read: ଦୁଇ ଓ୍ଵିକେଟ୍ କିପର ସହ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ? ବାଦ୍ ପଡ଼ିବେ ଗିଲ୍-ଜାଡ଼େଜା, ଏମିତି ରହିପାରେ ଚୂଡ଼ାନ୍ତ ଏକାଦଶକ୍ରିକବଜର ସୂଚନା ଅନୁଯାୟୀ, ରୋହିତ ଶର୍ମା ରବିବାର ଭାରତୀୟ ଦଳ ସହ ଯୋଗ ଦେବ ବୋଲି ବିସିସିଆଇକୁ ସୂଚିତ କରାଇ ଦେଇଛନ୍ତି। ରୋହିତଙ୍କ ଅନୁପସ୍ଥିତିରେ ପ୍ରଥମ ଟେଷ୍ଟରେ ଯଶପ୍ରୀତ ବୁମରା ଦଳର ନେତୃତ୍ଵ ନେବେ। ସେ ଶେଷ ଥର ୨୦
ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳିବେ ନାହିଁ। କିନ୍ତୁ ଦ୍ଵିତୀୟ ଟେଷ୍ଟରେ ସେ ଦଳର ନେତୃତ୍ଵ ନେବେ। ତାଙ୍କ ପତ୍ନୀ ଦ୍ଵିତୀୟ ସନ୍ତାନ ଜନ୍ମ ଦେଇଥିବାରୁ ପରିବାର ସହ ସମୟ ବିତାଇବା ପାଇଁ ରୋହିତ ଭାରତୀୟ ଦଳ ସହିତ ଅଷ୍ଟ୍ରେଲିଆ ଯାତ୍ରା କରି ନ ଥିଲେ। କିନ୍ତୁ ପ୍ରଥମ ଟେଷ୍ଟ ସମୟରେ ରୋହିତ ଭାରତୀୟ ଦଳରେ ଯୋଗ ଦେବେ। ରିପୋର୍ଟ ଅନୁଯାୟୀ, ରୋହିତ ପର୍ଥରେ ନଭେମ୍ବର ୨୪ରେ ଦଳରେ ସାମିଲ ହେବେ।
ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ର ପରାଜୟ ପରେ ରୋହିତ ଘରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ପତ୍ନୀ ଦ୍ଵିତୀୟ ସନ୍ତାନ ଜନ୍ମ ଦେବାକୁ ଯାଉଥିବା ଖବର ସାମ୍ନାକୁ ଆସିଥିଲା। ଅନ୍ୟପଟେ ରୋହିତଙ୍କ ସହିତ ଶୁଭମନ ଗିଲ୍ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ଅଭ୍ୟାସ୍ ସମୟରେ ଗିଲ୍ଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା।
କ୍ରିକବଜର ସୂଚନା ଅନୁଯାୟୀ, ରୋହିତ ଶର୍ମା ରବିବାର ଭାରତୀୟ ଦଳ ସହ ଯୋଗ ଦେବ ବୋଲି ବିସିସିଆଇକୁ ସୂଚିତ କରାଇ ଦେଇଛନ୍ତି। ରୋହିତଙ୍କ ଅନୁପସ୍ଥିତିରେ ପ୍ରଥମ ଟେଷ୍ଟରେ ଯଶପ୍ରୀତ ବୁମରା ଦଳର ନେତୃତ୍ଵ ନେବେ। ସେ ଶେଷ ଥର ୨୦୨୨ରେ ଇଂଲଣ୍ଡ ବିପକ୍ଷ ଏକ ଟେଷ୍ଟରେ ଦଳର ଅଧିନାୟକ ଦାୟିତ୍ଵ ସମ୍ଭାଳିଥିଲେ।