ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଦ୍ଵିତୀୟ ଥର ମାଆ ହେଲା ସିଂହୀ ରେୱା
ଭୁବନେଶ୍ୱର ୨୪/୦୩: ନନ୍ଦନକାନନରେ ଖୁସିର ଲହରୀ । ମାଆ ହେଲା ସିଂହୀ ରେୱା । ଦ୍ଵିତୀୟ ଥର ମାଆ ହୋଇଛି ସିଂହୀ ରେୱା । ଏପର୍ଯ୍ୟନ୍ତ ଦୁଇଟି ଶାବକ ଜନ୍ମ ଦେଇଛି ସିଂହୀ ରେୱା । ମାଆ ହେବା ପରେ ତାର ସ୍ୱାସ୍ଥ୍ୟ ପ୍ରତି ସମସ୍ତେ ରଖିଛନ୍ତି ନଜର । ସିସିଟିଭି କ୍ୟାମେରାରେ କରାଯାଉଛି ମନିଟର । ସୂଚନା ଥାଉକି, ୬ ବର୍ଷ ବୟସ୍କା ସିଂହୀ ରେୱା ମା’ ହେବାକୁ ଯାଉଛି । ରେୱା ପ୍ରଥମ ଥର ତା’ର ଶାବକମାନଙ୍କ ଠିକ୍ରେ ଯତ୍ନ ନେଇ ପାରିନଥିଲା । ତା’ର ଦୁଇ ନବଜାତକକୁ ମାରି ଦେଇଥିବାରୁ ଆରମ୍ଭରୁ ପ୍ରାଣୀ ଚିକିତ୍ସକମାନେ ରେୱାର ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେଇଛନ୍ତି । ତାକୁ ଦରକାରୀ ଭିଟାମିନ ଖୁଆଇ ଏବଂ ପ୍ରତିଶୋଧକ ଟିକା ଦେଇତା’ର ସ୍ୱାସ୍ଥ୍ୟ ଉପରେ ଯତ୍ନ ନିଆଯାଉଥିଲା । ସଫାରୀର ଫିଡିଂ ଚ୍ୟାମ୍ବରକୁ ସିସିଟିଭି ନଜରରେ ରଖାଯାଇଛି । ପ୍ରାୟ ୧୦୦ ଦିନ ପୂର୍ବରୁ କମଳା ନେହରୁ ପ୍ରାଣୀ ସଂଗ୍ରହାଳୟରୁ ଆସିଥିବା ସିଂହୀ ‘ରେୱା’ ସହିତ ନନ୍ଦନକାନନରେ ଜନ୍ମିତ ସିଂହ ‘ଜିତ୍’ର ମିଳନ କରାଯାଇଥିଲା । ୨୦୨୩ ଜାନୁଆରୀ ୧୦ରେ ସିଂହୀ ରେୱା ୪ଟି ଶାବକ ଜନ୍ମ ଦେଇଥିଲା । ସେଥିମଧ୍ୟରୁ ସକାଳେ ଗୋଟିକର ମୃତ୍ୟୁ ହୋଇଥିବା ବେଳେ ଗୋଟିକର କେବଳ ମୁଣ୍ଡ ପଡ଼ିଥିଲା । ତେଣୁ ମା’ ଗୋଟିକୁ ମାରି ଖାଇଥିବା ଓ ଅନ୍ୟଟିକୁ ମାରିଥିବା ଅନୁମାନ କରି କର୍ତ୍ତୃପକ୍ଷ ଜୀବିତ ଦୁଇ ଶାବକକୁ ମା’ଠାରୁ ଅଲଗା କରି ଶିଶୁଯତ୍ନ କେନ୍ଦ୍ରରେ ଛାଡ଼ିଥିଲେ । ଏବେ ଦୁଇ ଶାବ
ଭୁବନେଶ୍ୱର ୨୪/୦୩: ନନ୍ଦନକାନନରେ ଖୁସିର ଲହରୀ । ମାଆ ହେଲା ସିଂହୀ ରେୱା । ଦ୍ଵିତୀୟ ଥର ମାଆ ହୋଇଛି ସିଂହୀ ରେୱା । ଏପର୍ଯ୍ୟନ୍ତ ଦୁଇଟି ଶାବକ ଜନ୍ମ ଦେଇଛି ସିଂହୀ ରେୱା । ମାଆ ହେବା ପରେ ତାର ସ୍ୱାସ୍ଥ୍ୟ ପ୍ରତି ସମସ୍ତେ ରଖିଛନ୍ତି ନଜର । ସିସିଟିଭି କ୍ୟାମେରାରେ କରାଯାଉଛି ମନିଟର ।
ସୂଚନା ଥାଉକି, ୬ ବର୍ଷ ବୟସ୍କା ସିଂହୀ ରେୱା ମା’ ହେବାକୁ ଯାଉଛି । ରେୱା ପ୍ରଥମ ଥର ତା’ର ଶାବକମାନଙ୍କ ଠିକ୍ରେ ଯତ୍ନ ନେଇ ପାରିନଥିଲା । ତା’ର ଦୁଇ ନବଜାତକକୁ ମାରି ଦେଇଥିବାରୁ ଆରମ୍ଭରୁ ପ୍ରାଣୀ ଚିକିତ୍ସକମାନେ ରେୱାର ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେଇଛନ୍ତି । ତାକୁ ଦରକାରୀ ଭିଟାମିନ ଖୁଆଇ ଏବଂ ପ୍ରତିଶୋଧକ ଟିକା ଦେଇତା’ର ସ୍ୱାସ୍ଥ୍ୟ ଉପରେ ଯତ୍ନ ନିଆଯାଉଥିଲା ।
ସଫାରୀର ଫିଡିଂ ଚ୍ୟାମ୍ବରକୁ ସିସିଟିଭି ନଜରରେ ରଖାଯାଇଛି । ପ୍ରାୟ ୧୦୦ ଦିନ ପୂର୍ବରୁ କମଳା ନେହରୁ ପ୍ରାଣୀ ସଂଗ୍ରହାଳୟରୁ ଆସିଥିବା ସିଂହୀ ‘ରେୱା’ ସହିତ ନନ୍ଦନକାନନରେ ଜନ୍ମିତ ସିଂହ ‘ଜିତ୍’ର ମିଳନ କରାଯାଇଥିଲା । ୨୦୨୩ ଜାନୁଆରୀ ୧୦ରେ ସିଂହୀ ରେୱା ୪ଟି ଶାବକ ଜନ୍ମ ଦେଇଥିଲା ।
ସେଥିମଧ୍ୟରୁ ସକାଳେ ଗୋଟିକର ମୃତ୍ୟୁ ହୋଇଥିବା ବେଳେ ଗୋଟିକର କେବଳ ମୁଣ୍ଡ ପଡ଼ିଥିଲା । ତେଣୁ ମା’ ଗୋଟିକୁ ମାରି ଖାଇଥିବା ଓ ଅନ୍ୟଟିକୁ ମାରିଥିବା ଅନୁମାନ କରି କର୍ତ୍ତୃପକ୍ଷ ଜୀବିତ ଦୁଇ ଶାବକକୁ ମା’ଠାରୁ ଅଲଗା କରି ଶିଶୁଯତ୍ନ କେନ୍ଦ୍ରରେ ଛାଡ଼ିଥିଲେ । ଏବେ ଦୁଇ ଶାବକ ପ୍ରାୟ ୧୪ ମାସର ହେଲେଣି । ଗତ ନନ୍ଦନକାନନ ପ୍ରତିଷ୍ଠା ଦିବସରେ ସେମାନଙ୍କ ନାମ ମାୟା ଓ ଶିବମ୍ ରଖାଯାଇଛି ।