ପଲଙ୍କ ଉପରେ ଗର୍ଜୁଛି ନାଗ, ମୃତ୍ୟୁ ମୁଖରୁ ବଞ୍ଚିଗଲେ ମହିଳା
ଭଦ୍ରକ: ପଲଙ୍କ ଉପରେ ଚମ୍ପା ନାଗର ଗର୍ଜନ ଶୁଣି ନିଦରୁ ଉଠି ପଡିଲେ ମହିଳା। କୌଣସି ଆଘାତ ନକରି କାହିକିଁ ଗର୍ଜନ ଦେଲା ଏହି ନାଗ ? ଏହି ଧଳା ରଙ୍ଗର ନାଗ ଫେଣା ଦେଖି ଯିଏ ନାହିଁ ସେ ଭୟଭୀତ ହେବା ସୁନିଶ୍ଚିତ। ଏହି ଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ତିହିଡ଼ି ବ୍ଲକ ଦୋଳସାହି ପଞ୍ଚାୟତ ଅଲ୍ଲୀନଗର ଗ୍ରାମର ଅନନ୍ତ ପ୍ରସାଦ ଭଞ୍ଜଙ୍କ ଘରୁ । ଏହି ବିରାଟ ଚମ୍ପା ନାଗ ସାପକୁ ଉଦ୍ଧାର କରିଛନ୍ତି ସାପ ଧରାଳି ମିର୍ଜା ଆରିଫ। ତେବେ ମୃତ୍ୟୁ ମୁଖରୁ ବଞ୍ଚି ଆସିଥିବା ମହିଳା ଜଣଙ୍କ କହିବା ଅନୁଯାୟୀ ଶୁକ୍ରବାର ରାତିରେ ଖାଇବା ସାରି ପଲଙ୍କ ଉପରେ ଶୋଇଥିଲେ, ହଠାତ କିଛି ସମୟ ପରେ ଶୁଭିଥିଲା ଫଁ ଫଁ ଶବ୍ଦ। ଉଠି ଦେଖିଲେ ଏକ ହାତ ଉଚ୍ଚରୁ ଫେଣା ଟେକି ଛିଡ଼ା ହୋଇଛି ନାଗ। ପରିବାର ଲୋକେ ଓ ଗ୍ରାମବାସୀ ଏହି ବିରାଟ ଚମ୍ପା ନାଗକୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ। ସାପ ଧରାଳି ମିର୍ଜାକୁ ଖବର ଦେବା ପରେ ନାଗଟି ଘରୁ ଉଦ୍ଧାର ହୋଇଥିଲା। Also read- ବଢିଲା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ନିୟୋଜିତ ଶିକ୍ଷା ସ୍ବେଚ୍ଛାସେବୀଙ୍କ ପାରିଶ୍ରମିକ, ୧୦ ହଜାର ଟଙ୍କାକୁ ବୃଦ୍ଧି The post ପଲଙ୍କ ଉପରେ ଗର୍ଜୁଛି ନାଗ, ମୃତ୍ୟୁ ମୁଖରୁ ବଞ୍ଚିଗଲେ ମହିଳା appeared first on Prameya News7.
ଭଦ୍ରକ: ପଲଙ୍କ ଉପରେ ଚମ୍ପା ନାଗର ଗର୍ଜନ ଶୁଣି ନିଦରୁ ଉଠି ପଡିଲେ ମହିଳା। କୌଣସି ଆଘାତ ନକରି କାହିକିଁ ଗର୍ଜନ ଦେଲା ଏହି ନାଗ ? ଏହି ଧଳା ରଙ୍ଗର ନାଗ ଫେଣା ଦେଖି ଯିଏ ନାହିଁ ସେ ଭୟଭୀତ ହେବା ସୁନିଶ୍ଚିତ। ଏହି ଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ତିହିଡ଼ି ବ୍ଲକ ଦୋଳସାହି ପଞ୍ଚାୟତ ଅଲ୍ଲୀନଗର ଗ୍ରାମର ଅନନ୍ତ ପ୍ରସାଦ ଭଞ୍ଜଙ୍କ ଘରୁ ।
ଏହି ବିରାଟ ଚମ୍ପା ନାଗ ସାପକୁ ଉଦ୍ଧାର କରିଛନ୍ତି ସାପ ଧରାଳି ମିର୍ଜା ଆରିଫ। ତେବେ ମୃତ୍ୟୁ ମୁଖରୁ ବଞ୍ଚି ଆସିଥିବା ମହିଳା ଜଣଙ୍କ କହିବା ଅନୁଯାୟୀ ଶୁକ୍ରବାର ରାତିରେ ଖାଇବା ସାରି ପଲଙ୍କ ଉପରେ ଶୋଇଥିଲେ, ହଠାତ କିଛି ସମୟ ପରେ ଶୁଭିଥିଲା ଫଁ ଫଁ ଶବ୍ଦ। ଉଠି ଦେଖିଲେ ଏକ ହାତ ଉଚ୍ଚରୁ ଫେଣା ଟେକି ଛିଡ଼ା ହୋଇଛି ନାଗ। ପରିବାର ଲୋକେ ଓ ଗ୍ରାମବାସୀ ଏହି ବିରାଟ ଚମ୍ପା ନାଗକୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ। ସାପ ଧରାଳି ମିର୍ଜାକୁ ଖବର ଦେବା ପରେ ନାଗଟି ଘରୁ ଉଦ୍ଧାର ହୋଇଥିଲା।
Also read- ବଢିଲା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ନିୟୋଜିତ ଶିକ୍ଷା ସ୍ବେଚ୍ଛାସେବୀଙ୍କ ପାରିଶ୍ରମିକ, ୧୦ ହଜାର ଟଙ୍କାକୁ ବୃଦ୍ଧି
The post ପଲଙ୍କ ଉପରେ ଗର୍ଜୁଛି ନାଗ, ମୃତ୍ୟୁ ମୁଖରୁ ବଞ୍ଚିଗଲେ ମହିଳା appeared first on Prameya News7.