ପଲିଥିନ୍‌‌ ପରେ ପ୍ଲାଷ୍ଟିକ୍‌‌ ପ୍ଲେଟ୍‌‌ ସାଜିବ ବିପଦ, ପ୍ଲାଷ୍ଟିକ୍‌‌ ପ୍ଲେଟ୍‌‌ର ବ୍ୟବହାର ହୋଇପାରେ କର୍କଟର କାରଣ

ଭୁବନେଶ୍ୱର : ପଲିଥିନ୍‌‌ ସମସ୍ତଙ୍କ ପାଇଁ ଘାତକ ସାଜିଥିବା ବେଳେ ଏବେ ଏହା ଉପରେ ଭାରିପଡ଼ିଛି ପ୍ଲାଷ୍ଟିକ୍‌‌ ପ୍ଲେଟ୍‌‌। ଯାହାକି ପରିବେଶବିତ୍‌‌ ବା ବିଶେଷଜ୍ଞମାନଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଛି। ନବେ ଦଶକର ଆରମ୍ଭରୁ ପଲିଥିନ୍‌‌ର ବ୍ୟବହାର ଆରମ୍ଭ ହେଲା। ଯାହା ଏବେ ଏତେ ମାତ୍ରାରେ ବଢ଼଼ିଯାଇଛି ଯେ, ପରିବେଶ ପ୍ରେମୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏମିତି କି ମୃତ୍ତିକାରେ ପଲିଥିନ୍‌‌ଗୁଡ଼ିକ ମିଶି ନ ପାରିବାରୁ ପରିବେଶ ସନ୍ତୁଳନଠାରୁ ଆରମ୍ଭ କରି ଜୀବନଜୀବିକା ପ୍ରତି ବିପଦ ସୃଷ୍ଟି […]

ପଲିଥିନ୍‌‌ ପରେ ପ୍ଲାଷ୍ଟିକ୍‌‌ ପ୍ଲେଟ୍‌‌ ସାଜିବ ବିପଦ, ପ୍ଲାଷ୍ଟିକ୍‌‌ ପ୍ଲେଟ୍‌‌ର ବ୍ୟବହାର ହୋଇପାରେ କର୍କଟର କାରଣ
Use of plastic plates can cause cancer

ଭୁବନେଶ୍ୱର : ପଲିଥିନ୍‌‌ ସମସ୍ତଙ୍କ ପାଇଁ ଘାତକ ସାଜିଥିବା ବେଳେ ଏବେ ଏହା ଉପରେ ଭାରିପଡ଼ିଛି ପ୍ଲାଷ୍ଟିକ୍‌‌ ପ୍ଲେଟ୍‌‌। ଯାହାକି ପରିବେଶବିତ୍‌‌ ବା ବିଶେଷଜ୍ଞମାନଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଛି। ନବେ ଦଶକର ଆରମ୍ଭରୁ ପଲିଥିନ୍‌‌ର ବ୍ୟବହାର ଆରମ୍ଭ ହେଲା। ଯାହା ଏବେ ଏତେ ମାତ୍ରାରେ ବଢ଼଼ିଯାଇଛି ଯେ, ପରିବେଶ ପ୍ରେମୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏମିତି କି ମୃତ୍ତିକାରେ ପଲିଥିନ୍‌‌ଗୁଡ଼ିକ ମିଶି ନ ପାରିବାରୁ ପରିବେଶ ସନ୍ତୁଳନଠାରୁ ଆରମ୍ଭ କରି ଜୀବନଜୀବିକା ପ୍ରତି ବିପଦ ସୃଷ୍ଟି କରିବାରେ ଲାଗିଛି। ସାଧବବୋହୂ ଭଳି ବହୁ ପ୍ରକାର ଜୀବଜନ୍ତୁଙ୍କ ବଂଶ କ୍ରମେ ବିଲୋପ ପାଇବାକୁ ବସିଛି।

ଏସବୁ ପରେ ଏବେ ବଜାରରେ ପ୍ଲାଷ୍ଟିକ୍‌‌ ପ୍ଲେଟ୍‌‌ ପରିବେଶ ପ୍ରତି ବିପଦର କାରଣ ପାଲଟିଛି। ବିଶେଷକରି ପତ୍ରଖଲି ପ୍ରସ୍ତୁତ କରିବାକୁ ଜଙ୍ଗଲରୁ ପତ୍ର ସଂଗ୍ରହ ଏକ ସମସ୍ୟା ହୋଇଛି। ଅନେକ କ୍ଷେତ୍ରରେ ପତ୍ରଖଲି ପ୍ରସ୍ତୁତ କରିବାକୁ ଶ୍ରମିକମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି। ଅପରପକ୍ଷେ ମେସିନ୍‌‌ଦ୍ୱାରା ଖଲି ପତ୍ର ପ୍ରସ୍ତୁତ କରିବା ଦ୍ୱାରା ଖଲି ଉଦ୍ୟୋଗୀଙ୍କୁ କ୍ଷତି ସହିବାକୁ ପଡ଼ୁଛି। ସେହିଭଳି ପତ୍ରଖଲି ଗୋଦାମରେ ଦୀର୍ଘଦିନ ଗଚ୍ଛିତ ରହିବା ଦ୍ୱାରା ଏହା ନଷ୍ଟ ହୋଇଯାଉଛି। ପତ୍ରଖଲିରେ ଉଈ ଆଦି ଲାଗିଯିବା ଯୋଗୁଁ ଅନେକ ସମୟରେ ତାହା ବ୍ୟବହାର ଉପଯୋଗୀ ହେଉନାହିଁ। ଫଳରେ ବ୍ୟବସାୟୀଙ୍କୁ କ୍ଷତି ସହିବାକୁ ପଡ଼ୁଛି। ରାଜଧାନୀରେ ଥିବା ବିଭିନ୍ନ ଦୋକାନରେ ପତ୍ରଖଲି ବଦଳରେ ପ୍ଲାଷ୍ଟିକ୍‌‌ ପ୍ଲେଟ୍‌‌ ସହଜରେ ଉପଲବ୍ଧ ହେଉଛି। ପ୍ଲାଷ୍ଟିକ୍‌‌ ପ୍ଲେଟ୍‌‌ଗୁଡ଼ିକ ବିଭିନ୍ନ ହୋଟେଲ୍‌‌, ବିବାହ, ବ୍ରତ, ରାଜନୈତିକ କାର୍ଯ୍ୟକ୍ରମ, ଭୋଜିଭାତ ଆଦିରେ ବ୍ୟବହାର କରାଯାଉଛି।

ସୂଚନା ଅନୁସାରେ ଗୋଟିଏ ଦିନରେ ରାଜଧାନୀରୁ ୮୦୦ରୁ ୯୦୦ ଟନ୍‌‌ ଆବର୍ଜନା ବାହାରୁଥିବା ବେଳେ ଏହି ପ୍ଲାଷ୍ଟିକ୍‌‌ ପ୍ଲେଟ୍‌‌ର ମାତ୍ରା ପ୍ରତିଶତ ରହିଛି। ଏକକ ବ୍ୟବହାର ଯୋଗ୍ୟ ଏହି ପ୍ଲାଷ୍ଟିକ୍‌‌ ପ୍ଲେଟ୍‌‌ଗୁଡ଼ିକ ବାହାରେ ପଡ଼ିଲେ ମଧ୍ୟ ସଂଗୃହିତ ହୋଇ ପୁନଃଚକ୍ରଣ ପାଇଁ ଯାଇ ପାରୁନାହିଁ। ଫଳରେ ଖରା, ବର୍ଷା, ଶୀତ, କାକରରେ ପଡ଼ିରହୁଛି। ସମୟକ୍ରମେ ସେସବୁ ଭାଙ୍ଗି ଛୋଟ ଛୋଟ ଖଣ୍ଡରେ ପରିଣତ ହେଉଛି। ଯାହାକୁ ଆମେ ନାନୋ ପ୍ଲାଷ୍ଟିକ୍‌‌ ବା ମାଇକ୍ରୋ ପ୍ଲାଷ୍ଟିକ୍‌‌ ବୋଲି କହିଥାଉ। ଏସବୁ ବାୟୁ ଓ ଜଳ ମାଧ୍ୟମରେ ଉଡ଼ି ଆମ ଶରୀରରେ ପ୍ରବେଶ କରିବା ଦ୍ୱାରା ବିଭିନ୍ନ ପ୍ରକାରର ଶ୍ୱାସଜନିତ ସମସ୍ୟା ଦେଖାଦେଉଛି। ଯାହା କର୍କଟ ରୋଗ ସୃଷ୍ଟି କରିବାରେ ସହାୟକ ହୋଇଥାଏ। ସହରାଞ୍ଚଳରେ ଏହିସବୁ ପ୍ଲାଷ୍ଟିକ୍‌‌ ଖଲି ପବନରେ ଉଡ଼ି ଡ୍ରେନ୍‌‌ରେ ପଡ଼ିବା ଦ୍ୱାରା ଜଳନିଷ୍କାସନ ବ୍ୟବସ୍ଥାରେ ବାଧକ ସୃଷ୍ଟି ହେଉଛି ଓ ଜଳବନ୍ଦୀ ସମସ୍ୟା ସୃଷ୍ଟି କରୁଛି ବୋଲି କହିଛନ୍ତି ପରିବେଶବିତ୍‌‌ ଜୟକୃଷ୍ଣ ପାଣିଗ୍ରାହୀ।