ପଲ୍ଲବୀ ଡେମ୍ପୋ କିଏ ? ଗୋଆର ପ୍ରଥମ ମହିଳା ଭାବେ ଲଢିବେ ଲୋକସଭା ନିର୍ବାଚନ

ମୁମ୍ୱାଇ ୨୫/୦୩ : ଗୋଆ ରାଜନୀତି ଇତିହାସରେ ପ୍ରଥମ । ଲୋକସଭା ପ୍ରାର୍ଥୀ ହୋଇଛନ୍ତି ଜଣେ ମହିଳା । ନା ତାଙ୍କର ପଲ୍ଲବୀ ଡେମ୍ପୋ । ଡେମ୍ପୋ ଇଣ୍ଡଷ୍ଟ୍ରିଜ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଲ୍ଲବୀ ଡେମ୍ପୋଙ୍କୁ ଲୋକସଭା ପାଇଁ ଟିକେଟ୍ ଦେଇଛି ବିଜେପି । ରବିବାର ଦଳ ସାଧାରଣ ନିର୍ବାଚନ ପାଇଁ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ, ଯେଉଁଥିରେ ଥିଲା ଡେମ୍ପୋଙ୍କ ନାଁ । ତେବେ ଜାଣିଛନ୍ତି କିଏ ଏହି ପଲ୍ଲବୀ ଡେମ୍ପୋ ? କଣ ତାଙ୍କର ପରିଚୟ ? କଣ ତାଙ୍କର ଯୋଗ୍ୟତା ? ଆସନ୍ତୁ ଜାଣିବା । ଗୋଆର ବିଶିଷ୍ଟ ଉଦ୍ୟୋଗୀ ତଥା ଶିକ୍ଷାବିତ୍ ପଲ୍ଲବୀ ଡେମ୍ପୋ କେମିଷ୍ଟ୍ରି (ରସାୟନ ବିଜ୍ଞାନ)ରେ ସ୍ନାତକ ଡିଗ୍ରୀ ଏବଂ ପୁଣେର ଏମଆଇଟିରୁ ବିଜନେସ୍ ମ୍ୟାନେଜମେଣ୍ଟ (ବ୍ୟବସାୟ ପରିଚାଳନା)ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ୪୯ ବର୍ଷୀୟ ଉଦ୍ୟୋଗୀ ପଲ୍ଲବୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ଡେମ୍ପୋ ଇଣ୍ଡଷ୍ଟ୍ରିଜ୍ର ମିଡିଆ ଏବଂ ରିଏଲ୍ ଇଷ୍ଟେଟ୍ ବ୍ରାଞ୍ଚର କରନ୍ତି ବୁଝାସୁଝା । ତାଙ୍କ ସ୍ୱାମୀ ଶ୍ରୀନିବାସ ଡେମ୍ପୋ ବି କୌଣସି ଗୁଣରେ ପଛରେ ନାହାଁନ୍ତି । ପେଶାରେ ସେ ଜଣେ ବିଶିଷ୍ଟ ଶିଳ୍ପପତି । ଗୋଆ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ (ଜିସିସିଆଇ)ର ମୁଖ୍ୟ । ଅନ୍ୟାନ୍ୟ ସଂଗଠନର ସଦସ୍ୟ ହେବା ବ୍ୟତୀତ ପଲ୍ଲବୀ ଡେମ୍ପୋ ଗୋଆ କ୍ୟାନସର ସୋସାଇଟି ପରିଚାଳନା କମିଟିର ଏକ ଅଂଶ ଏବଂ ଅଲ ଇଣ୍ଡିଆ ମ୍ୟାନେଜମେଣ୍ଟ

ପଲ୍ଲବୀ ଡେମ୍ପୋ କିଏ ? ଗୋଆର ପ୍ରଥମ ମହିଳା ଭାବେ ଲଢିବେ ଲୋକସଭା ନିର୍ବାଚନ

ମୁମ୍ୱାଇ ୨୫/୦୩ : ଗୋଆ ରାଜନୀତି ଇତିହାସରେ ପ୍ରଥମ । ଲୋକସଭା ପ୍ରାର୍ଥୀ ହୋଇଛନ୍ତି ଜଣେ ମହିଳା । ନା ତାଙ୍କର ପଲ୍ଲବୀ ଡେମ୍ପୋ । ଡେମ୍ପୋ ଇଣ୍ଡଷ୍ଟ୍ରିଜ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଲ୍ଲବୀ ଡେମ୍ପୋଙ୍କୁ ଲୋକସଭା ପାଇଁ ଟିକେଟ୍ ଦେଇଛି ବିଜେପି । ରବିବାର ଦଳ ସାଧାରଣ ନିର୍ବାଚନ ପାଇଁ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ, ଯେଉଁଥିରେ ଥିଲା ଡେମ୍ପୋଙ୍କ ନାଁ । 


ତେବେ ଜାଣିଛନ୍ତି କିଏ ଏହି ପଲ୍ଲବୀ ଡେମ୍ପୋ ? କଣ ତାଙ୍କର ପରିଚୟ ? କଣ ତାଙ୍କର ଯୋଗ୍ୟତା ? ଆସନ୍ତୁ ଜାଣିବା । ଗୋଆର ବିଶିଷ୍ଟ ଉଦ୍ୟୋଗୀ ତଥା ଶିକ୍ଷାବିତ୍ ପଲ୍ଲବୀ ଡେମ୍ପୋ କେମିଷ୍ଟ୍ରି (ରସାୟନ ବିଜ୍ଞାନ)ରେ ସ୍ନାତକ ଡିଗ୍ରୀ ଏବଂ ପୁଣେର ଏମଆଇଟିରୁ ବିଜନେସ୍ ମ୍ୟାନେଜମେଣ୍ଟ (ବ୍ୟବସାୟ ପରିଚାଳନା)ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । 


୪୯ ବର୍ଷୀୟ ଉଦ୍ୟୋଗୀ ପଲ୍ଲବୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ଡେମ୍ପୋ ଇଣ୍ଡଷ୍ଟ୍ରିଜ୍ର ମିଡିଆ ଏବଂ ରିଏଲ୍ ଇଷ୍ଟେଟ୍ ବ୍ରାଞ୍ଚର କରନ୍ତି ବୁଝାସୁଝା । ତାଙ୍କ ସ୍ୱାମୀ ଶ୍ରୀନିବାସ ଡେମ୍ପୋ ବି କୌଣସି ଗୁଣରେ ପଛରେ ନାହାଁନ୍ତି । ପେଶାରେ ସେ ଜଣେ ବିଶିଷ୍ଟ ଶିଳ୍ପପତି । ଗୋଆ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ (ଜିସିସିଆଇ)ର ମୁଖ୍ୟ । 

ଅନ୍ୟାନ୍ୟ ସଂଗଠନର ସଦସ୍ୟ ହେବା ବ୍ୟତୀତ ପଲ୍ଲବୀ ଡେମ୍ପୋ ଗୋଆ କ୍ୟାନସର ସୋସାଇଟି ପରିଚାଳନା କମିଟିର ଏକ ଅଂଶ ଏବଂ ଅଲ ଇଣ୍ଡିଆ ମ୍ୟାନେଜମେଣ୍ଟ ଆସୋସିଏସନର ମହିଳା ପରିଷଦ - ଏଆଇଏମଏ ଆସ୍ପାୟାରର ମୂଳ କମିଟିରେ କାର୍ଯ୍ୟ କରନ୍ତି। ପଲ୍ଲବୀଙ୍କ ପ୍ରତିଦ୍ୱନ୍ଦୀ ହେଲେ ଦକ୍ଷିଣ ଗୋଆ ଆସନରୁ କଂଗ୍ରେସ ନେତା ଫ୍ରାନ୍ସିସ୍କୋ ସର୍ଦ୍ଦିହ୍ନା । 


ତେବେ ଆଶ୍ଚର୍ଯର କଥା ୧୯୬୨ ପରଠାରୁ ବିଜେପି ଏହି ନିର୍ବାଚନମଣ୍ଡଳୀରେ ମାତ୍ର ଦୁଇଥର ବିଜୟଲାଭ କରିଛି । ୧୯୯୯ ଏବଂ ୨୦୧୪ରେ ବିଜେପି ଏହିଠାରୁ ବିଜୟ ହୋଇଥିଲା । ତେବେ ଏଥର ଇତିହାସର ପ୍ରଥମ ଘଟଣା ଘଟିଛି । ଜଣେ ମହିଳାଙ୍କୁ ଟିକେଟ୍‌ ଦେଇଛି ବିଜେପି । ଫଳରେ ଟକ୍କର କାଟେଁକା ହେବ ବୋଲି ଚର୍ଚ୍ଚା ହେଉଛି ।