ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିର ଜାମିନ ଆବେଦନ ଖାରଜ
ଲଣ୍ଡନ: ଭାରତକୁ ପ୍ରତ୍ୟର୍ପଣ ନେଇ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦି ଜାମିନ ଆବେଦନ କରିଥିଲେ। ଯାହାକୁ ଗୁରୁବାର ଲଣ୍ଡନର ଏକ କୋର୍ଟ ଖାରଜ କରିଦେଇଛନ୍ତି। ଏହି ଆବେଦନରେ ନୀରବ ମୋଦି ଯୁକ୍ତି ଦର୍ଶାଇଥିଲେ ଯେ ତାଙ୍କ ଜୀବନ ପ୍ରତି ବିପଦ ଅଛି। ଏପରି ପରିସ୍ଥିତିରେ ଜାମିନ ପାଇବା ପରେ ସେ ବ୍ରିଟେନରୁ ପଳାୟନ୍ କରିବେ ନାହିଁ। ତଥାପି କୋର୍ଟ ନୀରବ ମୋଦିଙ୍କ ଯୁକ୍ତିକୁ ଗ୍ରହଣ କରି ନଥିଲେ। ଏହା ପରେ ନୀରବ ମୋଦିଙ୍କ ଭାରତ ପ୍ରତ୍ୟର୍ପଣର […] The post ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିର ଜାମିନ ଆବେଦନ ଖାରଜ appeared first on Odisha.News.
ଲଣ୍ଡନ: ଭାରତକୁ ପ୍ରତ୍ୟର୍ପଣ ନେଇ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦି ଜାମିନ ଆବେଦନ କରିଥିଲେ। ଯାହାକୁ ଗୁରୁବାର ଲଣ୍ଡନର ଏକ କୋର୍ଟ ଖାରଜ କରିଦେଇଛନ୍ତି। ଏହି ଆବେଦନରେ ନୀରବ ମୋଦି ଯୁକ୍ତି ଦର୍ଶାଇଥିଲେ ଯେ ତାଙ୍କ ଜୀବନ ପ୍ରତି ବିପଦ ଅଛି। ଏପରି ପରିସ୍ଥିତିରେ ଜାମିନ ପାଇବା ପରେ ସେ ବ୍ରିଟେନରୁ ପଳାୟନ୍ କରିବେ ନାହିଁ। ତଥାପି କୋର୍ଟ ନୀରବ ମୋଦିଙ୍କ ଯୁକ୍ତିକୁ ଗ୍ରହଣ କରି ନଥିଲେ। ଏହା ପରେ ନୀରବ ମୋଦିଙ୍କ ଭାରତ ପ୍ରତ୍ୟର୍ପଣର ପଥ ପ୍ରାୟ ସ୍ପଷ୍ଟ ହୋଇଛି।
ନିରବ ମୋଦି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇର ଅଭିଯୁକ୍ତ। ସେ ୨୦୧୮ରେ ଭାରତରୁ ପଳାଇ ଯାଇଥିଲେ, କିନ୍ତୁ ଦୁର୍ନୀତିର ପର୍ଦ୍ଦାଫାସ ହେବା ପରେ ୨୦୧୯ରେ ତାଙ୍କୁ ଗିରଫ କରାଯାଇଥିଲା।
ତାଙ୍କ ଓକିଲ କହିଛନ୍ତି ଯେ ୫୫ ବର୍ଷୀୟ ନୀରବ ମୋଦି କୌଣସି ଭୁଲ କାମ କରିଥିବା କଥାକୁ ସ୍ପଷ୍ଟ ଭାବରେ ଅସ୍ୱୀକାର କରିଛନ୍ତି। ତାଙ୍କୁ ଭାରତ ପ୍ରତ୍ୟାର୍ପଣ ନିଷ୍ପତ୍ତି ବିରୁଦ୍ଧରେ ତାଙ୍କର ଆବେଦନ ନଭେମ୍ବର ୨୦୨୨ରେ ଲଣ୍ଡନର ହାଇକୋର୍ଟ ଦ୍ୱାରା ଖାରଜ କରାଯାଇଥିଲା। ଏହା ବ୍ୟତୀତ ମାମଲାକୁ ବ୍ରିଟେନର ସୁପ୍ରିମକୋର୍ଟକୁ ନେବା ପାଇଁ ତାଙ୍କର ଦାବିକୁ ମଧ୍ୟ ଖାରଜ କରାଯାଇଛି।
The post ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିର ଜାମିନ ଆବେଦନ ଖାରଜ appeared first on Odisha.News.