ପଶୁପକ୍ଷୀ ଚିହ୍ନଟ କରିବ ଏଏକ୍ସ ଭିସିଓ ସ୍ମାର୍ଟ ବାଇନୋକୁଲାର
ନୂଆଦିଲ୍ଲୀ,୨୧।୧: ପ୍ରକୃତିକୁ ଅନୁଧ୍ୟାନ କରିବାରେ ଏକ ପ୍ରଭାବଶାଳୀ ଉପକ୍ରମ ସ୍ବାରୋଭସ୍କି ଅପ୍ଟିକ୍ ଏଏକ୍ସ ଭିସିଓ ସ୍ମାର୍ଟ ବାଇନୋକୁଲାର ଆଣିଛନ୍ତି। ପ୍ରଥମେ ଅଣାଯାଇଥିବା ଏହି ଦୂରବୀକ୍ଷଣ ଯନ୍ତ୍ରରେ ଅତ୍ୟାଧୁନିକ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବ୍ୟବସ୍ଥା ରହିଛି, ଯାହା ବନ୍ୟପ୍ରାଣୀ କୈନ୍ଦ୍ରିକ। ଏହି ଅତ୍ୟାଧୁନିକ ପ୍ରଯୁକ୍ତି ବନ୍ୟପ୍ରାଣୀଙ୍କ ଉପରେ ଅଧିକ ଆଗ୍ରହ ରଖିୁଥିବା ଲୋକମାନଙ୍କୁ ସେମାନଙ୍କ ଚତୁଃପାର୍ଶ୍ୱରେ ଥିବା ଉଦ୍ଭିଦ ଓ ପ୍ରାଣୀମାନଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କରିବା ସହ ସେମାନଙ୍କ ଅଭିଜ୍ଞତା ବଢ଼ାଇବ। ଦୀର୍ଘ ୫ ବର୍ଷର ବିକାଶ […] The post ପଶୁପକ୍ଷୀ ଚିହ୍ନଟ କରିବ ଏଏକ୍ସ ଭିସିଓ ସ୍ମାର୍ଟ ବାଇନୋକୁଲାର appeared first on Dharitri Odia News.
ନୂଆଦିଲ୍ଲୀ,୨୧।୧: ପ୍ରକୃତିକୁ ଅନୁଧ୍ୟାନ କରିବାରେ ଏକ ପ୍ରଭାବଶାଳୀ ଉପକ୍ରମ ସ୍ବାରୋଭସ୍କି ଅପ୍ଟିକ୍ ଏଏକ୍ସ ଭିସିଓ ସ୍ମାର୍ଟ ବାଇନୋକୁଲାର ଆଣିଛନ୍ତି। ପ୍ରଥମେ ଅଣାଯାଇଥିବା ଏହି ଦୂରବୀକ୍ଷଣ ଯନ୍ତ୍ରରେ ଅତ୍ୟାଧୁନିକ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବ୍ୟବସ୍ଥା ରହିଛି, ଯାହା ବନ୍ୟପ୍ରାଣୀ କୈନ୍ଦ୍ରିକ। ଏହି ଅତ୍ୟାଧୁନିକ ପ୍ରଯୁକ୍ତି ବନ୍ୟପ୍ରାଣୀଙ୍କ ଉପରେ ଅଧିକ ଆଗ୍ରହ ରଖିୁଥିବା ଲୋକମାନଙ୍କୁ ସେମାନଙ୍କ ଚତୁଃପାର୍ଶ୍ୱରେ ଥିବା ଉଦ୍ଭିଦ ଓ ପ୍ରାଣୀମାନଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କରିବା ସହ ସେମାନଙ୍କ ଅଭିଜ୍ଞତା ବଢ଼ାଇବ। ଦୀର୍ଘ ୫ ବର୍ଷର ବିକାଶ ପ୍ରକ୍ରିୟାର ଫଳ ସ୍ବରୂପ ଏଏକ୍ସ ଭିସିଓ ବାଇନୋକୁଲାର ମିଳିଛି। ଏଥିପାଇଁ ସ୍ବାରୋଭସ୍କି ଅପ୍ଟିକ୍ ଏବଂ ଖ୍ୟାତନାମା ଡିଜାଇନର ମାର୍କ ନିଉସନ ମିଳିତ ଭାବେ କାର୍ଯ୍ୟ କରୁଥିଲେ। ଉକ୍ତ ଦୂରବୀକ୍ଷଣ ଯନ୍ତ୍ରରେ ୧୦x ୩୩ ଅପ୍ଟିକ୍ ସିଷ୍ଟମ ସମେତ ୩୯୦ଟି ହାର୍ଡଓ୍ବେର ଯନ୍ତ୍ରାଂଶ ରହିଛି। ତେବେ ଉକ୍ତ ଉପକରଣର ବାସ୍ତବ ସ୍ବାତନ୍ତ୍ର୍ୟ ହେଲା ଇନ୍-ଲେନ୍ସ ସିଷ୍ଟମ, ଯାହା ୯,୦୦୦ରୁ ଊର୍ଦ୍ଧ୍ୱ ପକ୍ଷୀ ପ୍ରଜାତି ଓ ଅନେକ ଅନ୍ୟ ପ୍ରାଣୀଙ୍କୁ ଚିହ୍ନଟ କରିଥାଏ। ବନ୍ୟ ଜୀବଜନ୍ତୁଙ୍କ ଫଟୋ ଓ ଭିଡିଓ ଉତ୍ତୋଳନ ଲାଗି ଏଏକ୍ସ ଭିସିଓ ସ୍ମାର୍ଟ ବାଇନୋକୁଲାର ସହ କ୍ୟାମେରା ସଂଯୋଗ କରାଯାଇଛି। ଉକ୍ତ ଦୃଶ୍ୟ ଭଣ୍ଡାରକୁ ଏକ ଆପ୍ ଜରିଆରେ ସ୍ମାର୍ଟଫୋନ୍ରେ ସହଜରେ ଶେୟାର କରାଯାଇପାରିବ। ସ୍ମାର୍ଟ ବାଇନୋକୁଲାର ୟୁଜରଙ୍କୁ ଅନ୍ୟ ଏଏକ୍ସ ଭିସିଓ ଆଗ୍ରହୀଙ୍କ ସହ ସ୍ଥାନ ଟ୍ୟାଗ୍ ଓ ଶେୟାର କରିବାର ସୁଯୋଗ ଦେବ।
The post ପଶୁପକ୍ଷୀ ଚିହ୍ନଟ କରିବ ଏଏକ୍ସ ଭିସିଓ ସ୍ମାର୍ଟ ବାଇନୋକୁଲାର appeared first on Dharitri Odia News.