ପଶ୍ଚିମ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର । ୫ ଜିଲ୍ଲାରେ ଖୋଲିଲା ୪୨ ପୋଷ୍ଟ ଅଫିସ, ୮ ଡାକ ଟିକେଟ୍ ଉନ୍ମୋଚିତ ।
କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର । ପଶ୍ଚିମ ଓଡ଼ିଶାର କଳା ଓ ସଂସ୍କୃତିକୁ ସମ୍ମାନ ଜଣାଇ ୮ଟି ଡାକ ଟିକେଟକୁ ଉନ୍ମୋଚନ କରାଯାଇଛି । ସନ୍ଥ କବି ଭୀମ ଭୋଇ, ସ୍ୱଭାବ କବି ଗଙ୍ଗାଧର ମେହେର, ସମ୍ବଲପୁରୀ ବାନ୍ଧ, ସମ୍ବଲପୁରୀ ନୃତ୍ୟ, ନବାନ୍ନ ନୂଆଖାଇଁ, ଶୀତଳ ଷଷ୍ଠୀ ଓ ଧନୁ ଯାତ୍ରାର ୨ଟି ଡାକ ଟିକେଟ୍ର ଉନ୍ମୋଚନ କରାଯାଇଛି । ଏହାସହ ସମ୍ବଲପୁର, ଦେବଗଡ଼, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ୪୨ଟି ପୋଷ୍ଟ […] The post ପଶ୍ଚିମ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର । ୫ ଜିଲ୍ଲାରେ ଖୋଲିଲା ୪୨ ପୋଷ୍ଟ ଅଫିସ, ୮ ଡାକ ଟିକେଟ୍ ଉନ୍ମୋଚିତ । first appeared on Kanak News.

କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର । ପଶ୍ଚିମ ଓଡ଼ିଶାର କଳା ଓ ସଂସ୍କୃତିକୁ ସମ୍ମାନ ଜଣାଇ ୮ଟି ଡାକ ଟିକେଟକୁ ଉନ୍ମୋଚନ କରାଯାଇଛି । ସନ୍ଥ କବି ଭୀମ ଭୋଇ, ସ୍ୱଭାବ କବି ଗଙ୍ଗାଧର ମେହେର, ସମ୍ବଲପୁରୀ ବାନ୍ଧ, ସମ୍ବଲପୁରୀ ନୃତ୍ୟ, ନବାନ୍ନ ନୂଆଖାଇଁ, ଶୀତଳ ଷଷ୍ଠୀ ଓ ଧନୁ ଯାତ୍ରାର ୨ଟି ଡାକ ଟିକେଟ୍ର ଉନ୍ମୋଚନ କରାଯାଇଛି । ଏହାସହ ସମ୍ବଲପୁର, ଦେବଗଡ଼, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ୪୨ଟି ପୋଷ୍ଟ ଅଫିସର ମଧ୍ୟ ଉଦଘାଟନ ହୋଇଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
- ବଦଳୁଛି ପୋଷ୍ଟ ଅଫିସ୍ ସେବା
- ଉପାନ୍ତରେ ଉପକୃତ ହେଉଛନ୍ତି ଲୋକ
କଟକ ବକ୍ସିବଜାରର ଯେଉଁ ପୋଷ୍ଟ ଅଫିସରେ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଥିଲେ, ଆଜି ସେଠାରେ ବହୁ ସୁବିଧା ଲୋକଙ୍କୁ ମିଳୁଛି । ପୂର୍ବାପେକ୍ଷା ଏବେ ଡାକଘର ସେବା ଗତିଶୀଳ ହୋଇଛି । ଯେଉଁ କାମ ତୁରନ୍ତ ହେଇପାରୁନଥିଲା, ତାହା ଏବେ ଅନଲାଇନରେ ସମ୍ଭବ ହୋଇପାରୁଛି । ଆକାଉଣ୍ଟ ଖୋଲିବା ଠାରୁ ଟଙ୍କା ଡିପୋଜିଟ୍ ପର୍ଯ୍ୟନ୍ତ ସବୁକିଛି ଶୀଘ୍ର ହେଉଛି । ପୋଷ୍ଟ ଅଫିସରେ ପାସପୋର୍ଟ ସେବା କେନ୍ଦ୍ର, ଆଧାର କେନ୍ଦ୍ର, ବିଜନେସ୍ ଡେଭଲପମେଣ୍ଟ ବ୍ରାଞ୍ଚ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ, ପୋଷ୍ଟ ଅଫିସ ସେଭିଙ୍ଗ୍ ବ୍ୟାଙ୍କ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଭଳି ଡିଜିଟାଲ ସେବା ଉପଲବ୍ଧ ହେଉଛି ।
କେବଳ ସହରାଞ୍ଚଳ ନୁହେଁ, ଉପାନ୍ତ ଅଞ୍ଚଳରେ ମଧ୍ୟ ଡାକ ବିଭାଗ ପକ୍ଷରୁ କରାଯାଇଥିବା ବିଭିନ୍ନ ଯୋଜନାର ସୁବିଧା ପାଉଛନ୍ତି ଗ୍ରାହକ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଲାଂଜୁଡ଼ା ପଞ୍ଚାୟତର ସହରକଣି ଡାକଘର । ଡାକଘରଟି ଜିଲ୍ଲା ମୁଖ୍ୟାଳୟରୁ ୭୦ କିମି ଦୂରରେ ଥିବାରୁ ଲୋକଙ୍କୁ ନାହିଁ ନଥିବା ସମସ୍ୟାର ସାମ୍ନା କରିବାକୁ ପଡ଼ୁଥିଲା । ମତ୍ସ୍ୟଜୀବୀ ସହାୟତା, ବାର୍ଦ୍ଧକ୍ୟ ଭତ୍ତା, ସରକାରୀ ଅର୍ଥ ଆଣିବା ପାଇଁ ଯେଉଁଠି ଗୋଟିଏ ଦିନ ବିତି ଯାଉଥିଲା, ଏବେ ତାହା ସହଜରେ ହୋଇପାରୁଛି । ଡାକଘରେ ଅନଲାଇନରେ ଟଙ୍କା ନେଣଦେଣ ସମେତ ଅନ୍ୟାନ୍ୟ ମୌଳିକ ସୁବିଧା ପାଇପାରୁଛନ୍ତି ସ୍ଥାନୀୟ ଲୋକେ ।
ଗୋଟିଏ ପଟେ ପୋଷ୍ଟ ଅଫିସର ଚମକ କମି କମି ଯାଉଥିବା ବେଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏଭଳି ଯୋଜନା ଓ ନୂଆ ବ୍ୟବସ୍ଥା ଗ୍ରାହକଙ୍କୁ ପୁଣିଥରେ ଡାକସେବା ମୁହାଁ କରିବ ବୋଲି ଆଶା କରାଯାଉଛି ।
The post ପଶ୍ଚିମ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର । ୫ ଜିଲ୍ଲାରେ ଖୋଲିଲା ୪୨ ପୋଷ୍ଟ ଅଫିସ, ୮ ଡାକ ଟିକେଟ୍ ଉନ୍ମୋଚିତ । first appeared on Kanak News.