ପଶ୍ଚିମବଙ୍ଗକୁ ସାମିଲ ନ କରି ତିସ୍ତା ନଦୀ ଜଳ ନେଇ ବାଂଲାଦେଶ ସହ ଆଲୋଚନାକୁ ସମାଲୋଚନା କଲେ ମମତା ବାନାର୍ଜୀ
ନୂଆଦିଲ୍ଲୀ: ତିସ୍ତା ନଦୀ ଜଳ ବଣ୍ଟନକୁ ନେଇ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକାକି ଆଲୋଚନା କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମାଲୋଚନା କରିଛନ୍ତି। ଯେହେତୁ ନଦୀ ରାଜ୍ୟ ଦେଇ ଯାଉଛି ତେଣୁ ପଶ୍ଚିମବଙ୍ଗକୁ ଏହି ଆଲୋଚନାରେ ସାମିଲ୍ ନ କରିବା ଗ୍ରହଣୀୟ ନୁହେଁ ବୋଲି ମମତା କହିଛନ୍ତି। କୋଲକାତା ଓ ଢାକା ମଧ୍ୟରେ ଘନୀଷ୍ଠ ସମ୍ପର୍କ ଥିବା ଦର୍ଶାଇ ମମତା କହିଛନ୍ତି ରାଜ୍ୟ ସରକାରଙ୍କ ପରାମର୍ଶ ଏବଂ ମତାମତ ବିନା ଏଭଳି ଏକପାଖିଆ ବିଚାରବିମର୍ଶ ଏବଂ ଆଲୋଚନା କରିବା ଗ୍ରହଣୀୟ ନୁହେଁ କି ଉଚିତ ନୁହେଁ। ନିକଟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ତିସ୍ତା ଜଳବିବାଦ ଓ ୧୯୯୬ର ଗଙ୍ଗା ଜଳ ଚୁକ୍ତିର ରିନ୍ୟୁ କରିବା ବିଷୟରେ ଆଲୋଚନା କରିଥିଲେ।ବୈଠକ ସରିବା ପରେ ମିଡିଆକୁ ସମ୍ବୋଧନ କରି ପିଏମ ମୋଦୀ କହିଥିଲେ ଯେ ତିସ୍ତା ନଦୀ ଜଳର ସଂରକ୍ଷଣ ଓ ପରିଚାଳନା ପାଇଁ ଟେକ୍ନିକାଲ ଟିମ୍ ଖୁବ୍ଶୀଘ୍ର ବାଂଲାଦେଶ ଗସ୍ତ କରିବେ। ଚୁକ୍ତି ଅନୁସାରେ, ତିସ୍ତା ନଦୀର ଜଳ ସଂରକ୍ଷଣ ଓ ପରିଚାଳନା ପାଇଁ ଭାରତ ବଡ଼ ଡାମ ଓ ତତ୍ ସମ୍ପର୍କିତ ନିର୍ମାଣ କରିବ। ତେବେ ପଶ୍ଚିମବଙ୍ଗ ସରକାର କିନ୍ତୁ ଏହି ଚୁକ୍ତିରେ ଖୁସି ନାହାନ୍ତି। ସେ ନଜୀ ଜଳ ବାଣ୍ଟିବାକୁ ଚାହାନ୍ତି ନାହିଁ। ତେଣୁ ସବୁବେଳେ ଏହାର ବିରୋଧ କରି ଆସିଛନ୍ତି ମମତା।
ନୂଆଦିଲ୍ଲୀ: ତିସ୍ତା ନଦୀ ଜଳ ବଣ୍ଟନକୁ ନେଇ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକାକି ଆଲୋଚନା କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମାଲୋଚନା କରିଛନ୍ତି। ଯେହେତୁ ନଦୀ ରାଜ୍ୟ ଦେଇ ଯାଉଛି ତେଣୁ ପଶ୍ଚିମବଙ୍ଗକୁ ଏହି ଆଲୋଚନାରେ ସାମିଲ୍ ନ କରିବା ଗ୍ରହଣୀୟ ନୁହେଁ ବୋଲି ମମତା କହିଛନ୍ତି।
କୋଲକାତା ଓ ଢାକା ମଧ୍ୟରେ ଘନୀଷ୍ଠ ସମ୍ପର୍କ ଥିବା ଦର୍ଶାଇ ମମତା କହିଛନ୍ତି ରାଜ୍ୟ ସରକାରଙ୍କ ପରାମର୍ଶ ଏବଂ ମତାମତ ବିନା ଏଭଳି ଏକପାଖିଆ ବିଚାରବିମର୍ଶ ଏବଂ ଆଲୋଚନା କରିବା ଗ୍ରହଣୀୟ ନୁହେଁ କି ଉଚିତ ନୁହେଁ। ନିକଟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ତିସ୍ତା ଜଳବିବାଦ ଓ ୧୯୯୬ର ଗଙ୍ଗା ଜଳ ଚୁକ୍ତିର ରିନ୍ୟୁ କରିବା ବିଷୟରେ ଆଲୋଚନା କରିଥିଲେ।
ବୈଠକ ସରିବା ପରେ ମିଡିଆକୁ ସମ୍ବୋଧନ କରି ପିଏମ ମୋଦୀ କହିଥିଲେ ଯେ ତିସ୍ତା ନଦୀ ଜଳର ସଂରକ୍ଷଣ ଓ ପରିଚାଳନା ପାଇଁ ଟେକ୍ନିକାଲ ଟିମ୍ ଖୁବ୍ଶୀଘ୍ର ବାଂଲାଦେଶ ଗସ୍ତ କରିବେ। ଚୁକ୍ତି ଅନୁସାରେ, ତିସ୍ତା ନଦୀର ଜଳ ସଂରକ୍ଷଣ ଓ ପରିଚାଳନା ପାଇଁ ଭାରତ ବଡ଼ ଡାମ ଓ ତତ୍ ସମ୍ପର୍କିତ ନିର୍ମାଣ କରିବ। ତେବେ ପଶ୍ଚିମବଙ୍ଗ ସରକାର କିନ୍ତୁ ଏହି ଚୁକ୍ତିରେ ଖୁସି ନାହାନ୍ତି। ସେ ନଜୀ ଜଳ ବାଣ୍ଟିବାକୁ ଚାହାନ୍ତି ନାହିଁ। ତେଣୁ ସବୁବେଳେ ଏହାର ବିରୋଧ କରି ଆସିଛନ୍ତି ମମତା। ଏବଂ ଫରକ୍କା ବ୍ୟାରେଜ୍ ପାଇଁ ରାଜ୍ୟରେ କୂଳ ଖାଇବ ଭୂମି ଗ୍ରାସ କରିବା, ବନ୍ୟା ଭଳି ସମସ୍ୟା ସୃଷ୍ଟି ହେଉଛି ବୋଲି ମମତା କହିଛନ୍ତି।
କେନ୍ଦ୍ର ସରକାରଙ୍କ ଉପରେ କ୍ରୋଧ ପ୍ରକାଶ କରି ମମତ କହିଛନ୍ତି ଯେ ଏଭଳି ଚୁକ୍ତିରେ ପଶ୍ଚିମବଙ୍ଗ ଲୋକେ ଅଧିକ ପ୍ରଭାବିତ ହେବେ। ୨୦୨୬ ଶେଷ ହେବାକୁ ଯାଉଥିବା ଇଣ୍ଡୋ ବାଂଲାଦେଶ ଫରାକ୍କା ଚୁକ୍ତି (୧୯୯୬)କୁ ପୁଣିଥରେ ଭାରତ ସରକାର ବଢ଼ାଇବାକୁ ଚାହୁଁଛନ୍ତି ବୋଲି ଜାଣିଲି। ଏଥିରେ ପଶ୍ଚିମବଙ୍ଗ ଲୋକ ପ୍ରଭାବିତ ହେବେ ବୋଲି ମମତା କହିଛନ୍ତି।