ପଶ୍ଚିମବଙ୍ଗରୁ ଫେରିବ ବାଘୁଣୀ ଜିନ୍ନତ; କରାଯିବ ଟ୍ରାଙ୍କୁଲାଇଜ୍

ବାଘୁଣୀକୁ ଫେରାଇ ଆଣିବା ଲାଗି ଟ୍ରାଙ୍କୁଲାଇଜ୍ କରିବାକୁ ଯୋଜନା ଚାଲିଥିବା ଆରସିସିଏଫ କହିଛନ୍ତି।

ପଶ୍ଚିମବଙ୍ଗରୁ ଫେରିବ ବାଘୁଣୀ ଜିନ୍ନତ; କରାଯିବ ଟ୍ରାଙ୍କୁଲାଇଜ୍

ପଶ୍ଚିମବଙ୍ଗରୁ ଫେରିବ ବାଘୁଣୀ ଜିନ୍ନତ। ଟ୍ରାଙ୍କୁଲାଇଜ୍ କରି ଜିନ୍ନତକୁ ଓଡ଼ିଶା ଫେରାଇ ଅଣାଯିବ। ଏ ନେଇ ସୂଚନା ଦେଇଛନ୍ତି ବାରିପଦା ଆରସିସିଏଫ। ଶିମିଳିପାଳରୁ ଯାଇ ପଶ୍ଚିମବଙ୍ଗ ଜଙ୍ଗଲରେ ବୁଲୁଛି ବାଘୁଣୀ ଜିନ୍ନତ।

ମହାବଳର ଗତିବିଧି ଉପରେ ନଜର ରଖିଛନ୍ତି ଓଡ଼ିଶା ଓ ପଶ୍ଚିମବଙ୍ଗ ବନ ବିଭାଗ। ବାଘୁଣୀର ସ୍ୱାସ୍ଥ୍ୟାବସ୍ଥା ଠିକଠାକ୍ ଥିବା ନେଇ ବାରିପଦା ଆରସିସିଏଫ ସୂଚନା ଦେଇଛନ୍ତି।

ବାଘୁଣୀକୁ ଫେରାଇ ଆଣିବା ଲାଗି ଟ୍ରାଙ୍କୁଲାଇଜ୍ କରିବାକୁ ଯୋଜନା ଚାଲିଥିବା ଆରସିସିଏଫ କହିଛନ୍ତି। ଶିମିଳିପାଳରୁ ଜିନ୍ନତ ଯିବାର ଦଶ ଦିନ ହେବାକୁ ବସିଲାଣି ହେଲେ ଜିନ୍ନତ ଶିମିଳିପାଳ ଫେରିବାର ନାଁ ଧରୁନାହିଁ। ଜିନ୍ନତ ଗୁରୁବାର ରାତିରେ ଝାରଖଣ୍ଡରୁ ଯାଇ ପଶ୍ଚିମବଙ୍ଗର ବେଲପାହାଡି ଜଙ୍ଗଲକୁ ପଳାଇଛି।

ଜିନ୍ନତକୁ ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଶିମିଳିପାଳ ଅଭୟାରଣ୍ୟକୁ ଅଣା ଯାଇଥିଲା। ପ୍ରଥମେ ତାଙ୍କୁ ଶିମିଳିପାଳରେ ଏନକ୍ଲୋଜରରେ ରଖାଯାଇଥିଲା।ପରେ ତାକୁ ଶିମିଳିପାଳର କୋର ଏରିଆ ଭିତରେ ଛାଡ଼ି ଦିଆଯାଇଥିଲା। ତେବେ ଗତ ୧୦ ତାରିଖରେ ଜିନ୍ନତ ଶିମିଳିପାଳ ଛାଡ଼ ଝାଡ଼ଖଣ୍ଡ ପଳାଇଥିଲା। ଜିନ୍ନତ ଝାଡ଼ଖଣ୍ଡର ଜାମସେଦପୁର ରେଞ୍ଜର ଚାକୁଳିଆ ଅଞ୍ଚଳରେ ଥିଲା। ୧୯ ତାରିଖ ରାତିରେ ସେ ସେଠାରୁ ପଶ୍ଚିମବଙ୍ଗର ବେଲପାହାଡ଼ି ଜଙ୍ଗଲକୁ ପଳାଇଛି।