ପଶ୍ଚିମବଙ୍ଗରୁ ବାଘୁଣୀ ଜିନ୍ନତକୁ କାବୁ କଲା ବନ ବିଭାଗ
ଭୁବନେଶ୍ବର: ଓଡ଼ିଶାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ୩ ବର୍ଷର ବାଘୁଣୀ ଜିନତଙ୍କୁ ଟ୍ରାଙ୍କୁଲାଇଜ କଲା ବନ ବିଭାଗ। ପଶ୍ଚିମବଙ୍ଗର ବାଙ୍କୁଡା ରାଣୀବନ୍ଧ ଜଙ୍ଗଲରେ କାବୁ କରାଯାଇଛି । ଗତ ୧୦ ତାରିଖରେ ଶିମିଳିପାଳରୁ ଜିନ୍ନତ ଝାଡ଼ଖଣ୍ଡ ପାଇଥିଲା । ସେଠାରେ କିଛିଦିନ ବୁଲିବା ପରେ ଓଡ଼ିଶା ମୁହାଁ ହୋଇଥିଲା । ହେଲେ ଓଡ଼ିଶା ନ ଫେରି ପଶ୍ଚିମବଙ୍ଗକୁ ଚାଲି ଯାଇଥିଲା । ସେଠାରେ ବାଙ୍କୁଡାର ରାଣୀବନ୍ଧ ଜଙ୍ଗଲରେ ଆଜି ତାକୁ ଟ୍ରାଙ୍କୁଲାଇଜ କରି କାବୁ କରାଯାଇଛି । […]

ଭୁବନେଶ୍ବର: ଓଡ଼ିଶାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ୩ ବର୍ଷର ବାଘୁଣୀ ଜିନତଙ୍କୁ ଟ୍ରାଙ୍କୁଲାଇଜ କଲା ବନ ବିଭାଗ। ପଶ୍ଚିମବଙ୍ଗର ବାଙ୍କୁଡା ରାଣୀବନ୍ଧ ଜଙ୍ଗଲରେ କାବୁ କରାଯାଇଛି । ଗତ ୧୦ ତାରିଖରେ ଶିମିଳିପାଳରୁ ଜିନ୍ନତ ଝାଡ଼ଖଣ୍ଡ ପାଇଥିଲା । ସେଠାରେ କିଛିଦିନ ବୁଲିବା ପରେ ଓଡ଼ିଶା ମୁହାଁ ହୋଇଥିଲା । ହେଲେ ଓଡ଼ିଶା ନ ଫେରି ପଶ୍ଚିମବଙ୍ଗକୁ ଚାଲି ଯାଇଥିଲା । ସେଠାରେ ବାଙ୍କୁଡାର ରାଣୀବନ୍ଧ ଜଙ୍ଗଲରେ ଆଜି ତାକୁ ଟ୍ରାଙ୍କୁଲାଇଜ କରି କାବୁ କରାଯାଇଛି । ଜିନ୍ନତକୁ ଶିମିଳିପାଳ ଫେରାଇ ଆଣିବାକୁ ବନ ବିଭାଗର ୧୨୦ ଜଣ ଏକ ଟିମ୍ ଲାଗିଥିଲା।
ସୂଚନାଯୋଗ୍ୟ, ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଜିନ୍ନତକୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିଲା। ପ୍ରଥମେ ତାଙ୍କୁ ଶିମିଳିପାଳରେ ଏନକ୍ଲୋଜରରେ ରଖାଯାଇଥିଲା। ପରେ ଶିମିଳିପାଳର କୋର ଏରିଆ ଭିତରେ ଛାଡ଼ି ଦିଆଯାଇଥିଲା। ତେବେ ଗତ ୧୦ ତାରିଖରେ ଜିନ୍ନତ ଶିମିଳିପାଳ ଛାଡ଼ ଝାଡ଼ଖଣ୍ଡ ପଳାଇଥିଲା। ଜିନ୍ନତ ଝାଡ଼ଖଣ୍ଡର ଜାମସେଦପୁର ରେଞ୍ଜର ଚାକୁଳିଆ ଅଞ୍ଚଳରେ ରହିଥିଲା।
୧୯ ତାରିଖ ରାତିରେ ସେ ସେଠାରୁ ପଶ୍ଚିମବଙ୍ଗ ଓ ଓଡ଼ିଶା ସୀମାନ୍ତ ଅଞ୍ଚଳ ଝାରଗାଁରେ ଦେଖା ଦେଇଥିଲା। ପରେ ବାଙ୍କୁଡାର ରାଣୀବନ୍ଧ ଜଙ୍ଗଲକୁ ପଳାଇ ଆସିଥିଲା। ସେଠାରେ ତାକୁ ଦୁଇଟି ମଇଁଷିର ଲୋଭ ଦେଖାଇ ଥିଲା ବନ ବିଭାଗ। ମଇଁଷି ଶିକାର କରିବା ଲୋଭରେ ଘଞ୍ଚ ଜଙ୍ଗଲରୁ ପଦାକୁ ବାହାରିବା ପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ବନ କର୍ମଚାରୀମାନେ ତାକୁ ଟ୍ରାଙ୍କୁଲାଇଜ କରିବାକୁ ସକ୍ଷମ ହୋଇଛନ୍ତି। ଏବେ ତାକୁ ପୁଣି ଶିମିଳିପାଳ ଆଣିବାକୁ ବ୍ୟବସ୍ଥା କରାଯାଉଛି।