ପଶ୍ଚିମବଙ୍ଗରେ ମିଥୁନଙ୍କ ରୋଡସୋ ସମୟରେ ପଥର ଏବଂ କାଚ ବୋତଲ ମାଡ଼

ନୂଆଦିଲ୍ଲୀ: ଅଭିନେତାରୁ ରାଜନେତା ବନିଥିବା ମିଥୁନ୍ ଚକ୍ରବର୍ତ୍ତୀଙ୍କ ଏକ ରୋଡ‌ସୋ ସମୟରେ ଆଜି ଆକ୍ରମଣ ହୋଇଛି। ବିଜେପି ନେତା ମିଥୁନ ପଶ୍ଚିମବଙ୍ଗର ମେଦିନୀପୁରରେ ଆଜି ରୋଡସୋ କରିବା ସମୟରେ କିଛି ଲୋକ ଢେଲା ପଥର ମାଡ଼ କରିଥିଲେ ଏବଂ କାଚ ବୋତଲ ଫିଙ୍ଗିଥିଲେ। ମେଦିନୀପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅଗ୍ନିମିତ୍ରା ପାଲଙ୍କ ପାଇଁ ମିଥୁନ ପ୍ରଚାର କରିବା ସମୟରେ ଏହି ଘଟଣା ଘଟିଛି। ଅଗ୍ନିମିତ୍ରା ଅଭିଯୋଗ କରିଛନ୍ତି ଯେ ଟିଏମସି କର୍ମୀମାନେ ଏଭଳି କାର୍ଯ୍ୟରେ ସମ୍ପୃକ୍ତ। […]

ପଶ୍ଚିମବଙ୍ଗରେ ମିଥୁନଙ୍କ ରୋଡସୋ ସମୟରେ ପଥର ଏବଂ କାଚ ବୋତଲ ମାଡ଼

ନୂଆଦିଲ୍ଲୀ: ଅଭିନେତାରୁ ରାଜନେତା ବନିଥିବା ମିଥୁନ୍ ଚକ୍ରବର୍ତ୍ତୀଙ୍କ ଏକ ରୋଡ‌ସୋ ସମୟରେ ଆଜି ଆକ୍ରମଣ ହୋଇଛି। ବିଜେପି ନେତା ମିଥୁନ ପଶ୍ଚିମବଙ୍ଗର ମେଦିନୀପୁରରେ ଆଜି ରୋଡସୋ କରିବା ସମୟରେ କିଛି ଲୋକ ଢେଲା ପଥର ମାଡ଼ କରିଥିଲେ ଏବଂ କାଚ ବୋତଲ ଫିଙ୍ଗିଥିଲେ। ମେଦିନୀପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅଗ୍ନିମିତ୍ରା ପାଲଙ୍କ ପାଇଁ ମିଥୁନ ପ୍ରଚାର କରିବା ସମୟରେ ଏହି ଘଟଣା ଘଟିଛି। ଅଗ୍ନିମିତ୍ରା ଅଭିଯୋଗ କରିଛନ୍ତି ଯେ ଟିଏମସି କର୍ମୀମାନେ ଏଭଳି କାର୍ଯ୍ୟରେ ସମ୍ପୃକ୍ତ। ରୋଡ୍ସୋ ଚାଲିଥିବା ବେଳେ ଟିଏମସି କର୍ମୀମାନେ କାଚ ବୋତଲ ଏବଂ ପଥର ମାଡ଼ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। କିନ୍ତୁ ଏଭଳି ଏକ ଅଭିଯୋଗକୁ ଟିଏମସି ଖଣ୍ଡନ କରିଛି। ଉଭୟ ଚକ୍ରବର୍ତ୍ତୀ ଏବଂ ଅଗ୍ନିମିତ୍ରା ପାଲ୍ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରୋଡସୋ ମୋରେ ଜିଲ୍ଲାପାଳ କାର୍ଯ୍ୟାଳୟରୁ ଆରମ୍ଭ ହୋଇ କେରାନିଟୋଲା ପର୍ଯ୍ୟନ୍ତ ଚାଲିଥିଲା। ଏହି ସମୟରେ ଶତାଧିକ ସଂଖ୍ୟାରେ ବିଜେପି ସମର୍ଥକ ସ୍ଲୋଗାନ୍ ଦେଇଥିଲେ। ତେବେ ରୋଡସୋ ଶେଖପୁରା ମୋରେ ନିକଟରେ ପହଞ୍ଚିବା ବେଳେ ରାସ୍ତାପାର୍ଶ୍ବରେ ଠିଆ ହୋଇଥିବା କିଛି ଲୋକ ହଠାତ ଶୋଭାଯାତ୍ରା ଉପରକୁ ପଥର ଏବଂ କାଚ ବୋତଲ ମାଡ଼ କରିଥିଲେ। ଏଥିରେ କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି।