‘ପଶ୍ଚିମବଙ୍ଗରେ ଲାଗୁ ରାଷ୍ଟ୍ରପତି ଶାସନ’

କୋଲକାତା,୧୭।୨: ପଶ୍ଚିମବଙ୍ଗର ଉତ୍ତର ପରଗାନା ଜିଲାସ୍ଥିତ ସନ୍ଦେଶଖାଲି ଯୌନ ଉତ୍ପୀଡନ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ଏବେ କଥା ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ଯାଏ ପହଞ୍ଚିଛି। ଏସ୍‌ସି ପ୍ୟାନେଲ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗି ସୁପାରିଶ କରିଛି। ଏଥିଲାଗି ପ୍ୟାନେଲ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ରିପୋର୍ଟ ଦାଖଲ କରିଛି। ଉକ୍ତ ରିପୋର୍ଟରେ କୁହାଯାଇଛି ଯେ, ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଅନୁସୂଚିତ ଜାତି ଏବଂ […] The post ‘ପଶ୍ଚିମବଙ୍ଗରେ ଲାଗୁ ରାଷ୍ଟ୍ରପତି ଶାସନ’ appeared first on Dharitri Odia News.

‘ପଶ୍ଚିମବଙ୍ଗରେ ଲାଗୁ ରାଷ୍ଟ୍ରପତି ଶାସନ’

କୋଲକାତା,୧୭।୨: ପଶ୍ଚିମବଙ୍ଗର ଉତ୍ତର ପରଗାନା ଜିଲାସ୍ଥିତ ସନ୍ଦେଶଖାଲି ଯୌନ ଉତ୍ପୀଡନ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ଏବେ କଥା ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ଯାଏ ପହଞ୍ଚିଛି। ଏସ୍‌ସି ପ୍ୟାନେଲ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗି ସୁପାରିଶ କରିଛି। ଏଥିଲାଗି ପ୍ୟାନେଲ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ରିପୋର୍ଟ ଦାଖଲ କରିଛି। ଉକ୍ତ ରିପୋର୍ଟରେ କୁହାଯାଇଛି ଯେ, ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଆଇନ ଅନୁଯାୟୀ ବିଚାର କରାଯିବା ଉଚିତ।

ଏହାପୂର୍ବରୁ ଓକିଲ ଅଲାଖ ଆଲୋକ ଶ୍ରୀବାସ୍ତବ ସନ୍ଦେଶଖାଲିରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ। ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ସିବିଆଇ କିମ୍ବା ଏସ୍‌ଆଇଟି ଦ୍ୱାରା ଏକ ନିରପେକ୍ଷ ଏବଂ ସ୍ବତନ୍ତ୍ର ତଦନ୍ତ କରାଯିବା ଉଚିତ ବୋଲି ସେ ଦାବି କରିଛନ୍ତି। ଏପରିକି ପୀଡ଼ିତାଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ସେ ଆଗ୍ରହ ପ୍ରକାଶ କରିଛନ୍ତି।

କହିରଖୁଛୁ, ଲଗାତର ଦୁଇ ମାସ ଧରି ଚର୍ଚ୍ଚାରେ ରହିଛି ସନ୍ଦେଶଖାଲି। ଏଠାରେ ଟିଏମ୍‌ସି ନେତା ଶାହାଜାହାନ ଶେଖଙ୍କ ଘରେ ଇଡି ଅଧିକାରୀମାନେ ଚଢ଼ାଉ କରିବାକୁ ଯାଇଥିବା ବେଳେ ଅକ୍ରମଣର ଶିକାର ହୋଇଥିଲେ। ଏଥିରେ ଇଡି ଅଧିକାରୀ ଆହତ ହୋଇଥିଲେ। ଏହି ଘଟଣାର ପ୍ରାୟ ଦେଢ଼ ମାସ ପରେ ସନ୍ଦେଶଖାଲିର ମହିଳାମାନେ ଶାହାଜାହାନ ଏବଂ ତାଙ୍କ ସମର୍ଥକଙ୍କ ବିରୋଧରେ ପ୍ରଦର୍ଶନ କରି ସେମାନଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଏହି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଜଣେ ମହିଳା କହୁଥିଲେ ଯେ ଅନେକ ଗୃହିଣୀଙ୍କୁ ସପ୍ତାହେ କିମ୍ବା ମାସେ ଯାଏ ଟିଏମ୍‌ସି ନେତା ଏବଂ କର୍ମୀଙ୍କ ଘରେ ରହିବାକୁ ବାଧ୍ୟ କରାଯାଇଥିଲା। ମହିଳାମାନେ ଯୌନ ଉତ୍ପୀଡ଼ନ ଏବଂ ଆଦିବାସୀ ଜମିକୁ ଜବରଦଖଲ କରାଯାଇଥିବା ଅଭିଯୋଗ କରିଥିଲେ।

The post ‘ପଶ୍ଚିମବଙ୍ଗରେ ଲାଗୁ ରାଷ୍ଟ୍ରପତି ଶାସନ’ appeared first on Dharitri Odia News.