ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ନାରୀଶକ୍ତି କାର୍ଯ୍ୟକ୍ରମ
ସମ୍ବଲପୁର:ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ଭତରା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ମହିଳା ସଚେତନତା କାର୍ଯ୍ୟକ୍ରମ ନାରୀଶକ୍ତି ଅନୁଷ୍ଠିତ ହୋଇଯାଇଛି । ନାରୀଶକ୍ତିର ସହ ସଂଯୋଜିକା ଝୁନୁ ତ୍ରୀପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାଯର୍ୟକ୍ରମ ରେ ଭତରା ଏବଂ ଧନୁପାଲି ଅଞ୍ଚଳର ପଚାଷ ଜଣ ମହିଳା ଅଂଶଗ୍ରହଣ କରିଥିଲେ । ମହିଳା ମାନେ ପରିବାର ର ସମସ୍ୟା ଭିତରେ ବାନ୍ଧି ହୋଇ ନିଜର ବ୍ୟକ୍ତିଗତ ପ୍ରତିଭାର ବିକାଶ ଦିଗରେ ଆଗେଇ ପାରୁନଥିବା ବେଳେ ଘରୋଇ ମହିଳା ମାନଙ୍କୁ […] The post ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ନାରୀଶକ୍ତି କାର୍ଯ୍ୟକ୍ରମ appeared first on Odisha.News.

ସମ୍ବଲପୁର:ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ଭତରା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ମହିଳା ସଚେତନତା କାର୍ଯ୍ୟକ୍ରମ ନାରୀଶକ୍ତି ଅନୁଷ୍ଠିତ ହୋଇଯାଇଛି । ନାରୀଶକ୍ତିର ସହ ସଂଯୋଜିକା ଝୁନୁ ତ୍ରୀପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାଯର୍ୟକ୍ରମ ରେ ଭତରା ଏବଂ ଧନୁପାଲି ଅଞ୍ଚଳର ପଚାଷ ଜଣ ମହିଳା ଅଂଶଗ୍ରହଣ କରିଥିଲେ । ମହିଳା ମାନେ ପରିବାର ର ସମସ୍ୟା ଭିତରେ ବାନ୍ଧି ହୋଇ ନିଜର ବ୍ୟକ୍ତିଗତ ପ୍ରତିଭାର ବିକାଶ ଦିଗରେ ଆଗେଇ ପାରୁନଥିବା ବେଳେ ଘରୋଇ ମହିଳା ମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ ଏବଂ ବିକାଶ ଦିଗରେ ଉତ୍ସାହିତ କରିବାକୁ ନାରୀଶକ୍ତି ଅଭିଯାନ ଜରିଆରେ ଚେଷ୍ଟା କରାଯାଉଥିବା କାର୍ଯ୍ୟକ୍ରମରେ ସଂଯୋଜିକା ମତ ପ୍ରକାଶ କରିଥିଲେ । ଏଥିରେ ମହିଳା ମାନେ ଜୀବନରେ କଣ ଆଶା ରଖତ୍ଥିଲେ ଏବଂ ବାସ୍ତବ ଜୀବନରେ ସେମାନଙ୍କର ସ୍ଥିତିକୁ ନେଇ ଆଳୋଚନା କରାଯାଇଥିଲା । ପରିବାର ର ଦାୟିତ୍ୱ ନେବା ସହ ସେମାନେ ଜୀବନରେ ଆଉ ଅଧିକ କଣ କରିପାରିବେ ତାର ଆକଳନ କରି ସେଥିପାଇଁ ଚେଷ୍ଟା କରିବାକୁ ନାରୀଶକ୍ତି ପକ୍ଷରୁ ମହିଳା ମାନଙ୍କୁ ଆହ୍ବାନ କରାଯାଇଥିଲା । ବହୁ ମହିଳାଙ୍କ ଭିତରେ ସମାଜକୁ ଦିଗଦର୍ଶନ ଦେବାର କ୍ଷମତା ରହିଥିବା ସତ୍ତ୍ବେ ସେମାନେ ସୁଯୋଗ ପାଇପାରୁନଥିବା ମତ ପୋଷଣ କରିଥିଲେ । ସମାଜରେ ପ୍ରତ୍ୟେକ ନାରୀ ଆଉ ଜଣେ ନାରୀକୁ ସହଯୋଗ କରିବାକୁ ଚେଷ୍ଟା କଲେ ପୁରା ସମାଜ ଆଗକୁ ବଢିବା ସହ ମହିଳା ମାନଙ୍କୁ ମଧ୍ୟ ସମାଜରେ ଉଚିତ ସ୍ଥାନ ମିଲିପାରିବ ବୋଲି ପଶ୍ଚିମାଞ୍ଚଲ ଏକତା ମଞ୍ଚର କେନ୍ଦ୍ରୀୟ କମିଟୀ ସଦସ୍ୟା କାନ୍ତି ମେହେର କହିଥିଲେ । ନାରୀ ମାନେ ପୁର୍ବରୁ କେବଳ ଶଶୁର ଘର ପରିବାରର ଦାୟିତ୍ୱ ନେଉଥିବା ବେଳେ ଏବେ ଅନେକ ମହିଳା ନିଜ ବାପା ମାଆଙ୍କ ପରିବାର ଦାୟିତ୍ୱ ମଧ୍ୟ ତୁଳାଉଥିବା । କହିଥିଲେ ସମାଜରେ ମାନସିକ ଚିନ୍ତାରେ ପରିବର୍ତ୍ତନ ଆସୁଛି ପରୁଷ ମାନେ ମଧ୍ୟ ସ୍ତ୍ରୀର କାମରେ ସହଯୋଗ କରି ସେମାନଙ୍କୁ ବିଭିନ୍ନ ଦିଗରେ କାର୍ୟ କରିବାକୁ ଉତ୍ସାହିତ କରୁଥିବା ନୃତ୍ୟଗୁରୁ ତଥା ନାରୀଶକ୍ତିର ସଂଗଠିକା ପଙ୍କଜିନୀ ବୈଠାରୁ କହିଥିଲେ । ଏହି ଅବସରରେ ଅନେକ ମହିଳା ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ମହିଳା ମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ପାଇଁ ଏକ କୁଇଜ ପ୍ରତିଯୋଗିତାର ଆୟୋଜନ କରାଯାଇ ପୁରସ୍କାର ପ୍ରଦାନ କରାଯାଇଥିଲା । ନାରୀଶକ୍ତିର ମହିଳା ସଂଗଠିକା ସୁଜାତା ଗୁରୁ କାର୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ଛବି ପତି, ସଂଘମିତ୍ରା ପଣ୍ଡା, ସରିତା ଧଳ, ଦେବଶ୍ରୀ ମହାପାତ୍ର, ଶାନ୍ତିଲତା ଝାଙ୍କର, ଦମୟନ୍ତି ଠାକୁର, ରଶ୍ମୀ ମହାପାତ୍ର , ବିମଲିନୀ ପତି ପ୍ରମୁଖ କାର୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ । ଶେଷରେ ନାରୀଶକ୍ତତିର ସମ୍ବଲପୁର ସଂଯୋଜିକା ସ୍ବସ୍ତିକା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
The post ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ନାରୀଶକ୍ତି କାର୍ଯ୍ୟକ୍ରମ appeared first on Odisha.News.