ପହଣ୍ଡି ବେଳେ ଅଘଟଣକୁ ନେଇ ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ପୁରୀ: ପହଣ୍ଡି ବେଳେ ଅଘଟଣକୁ ନେଇ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଇନ ମନ୍ତ୍ରୀଙ୍କୁ ପୁରୀ ଯାଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତ ସେବାୟତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।ସେହିପରି ତଦାରଖ ପାଇଁ ପୁରୀ ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ ମୁଖ୍ୟମନ୍ତ୍ରୀ ଅନୁରୋଧ କ୍ରମେ ପୁରୀ ଆସିଛନ୍ତି। ସେ ହସ୍ପିଟାଲକୁ ଯାଇ ଆହତ ସେବାୟତକୁ ଭେଟିଛନ୍ତି।ମଙ୍ଗଳବାର ଆଡ଼ପ ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର। ଚାରମାଳ ଉପରେ ହାମୁଡେଇ ପଡ଼ିଥିଲେ ବଡ଼ ଠାକୁର। ଏଥିରେ ୭ ଜଣ ସେବାୟତ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୨ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ସେବାୟତଙ୍କ ପହଣ୍ଡି ଅଭିଜ୍ଞତାକୁ ନେଇ ପ୍ରଶ୍ନ ଉଠିଛି। କେଉଁ ଠାକୁରଙ୍କ ପହଣ୍ଡିରେ କେଉଁ ସେବାୟତ ରହିବେ ସେ ନେଇ ପୂର୍ବରୁ ସ୍ଥିର ହେବା ସହ ଟ୍ରେନିଂ ଦେବା ଉଚିତ୍।ଏହା ସମାନ୍ୟ ଘଟଣା। ଆମେ ସବୁ ଦୁଃଖିତ ଓ ମର୍ମାହତ। ଆମେ ପ୍ରଭୁଙ୍କୁ ପ୍ରାର୍ଥନା କରୁଛି କାହାର କିଛି କ୍ଷତି ନ ହେଉ ଆମେ ମହାପ୍ରଭୁଙ୍କୁ କ୍ଷମା ମାଗୁଛୁ ବୋଲି ସୋମନାଥ ଖୁଣ୍ଟିଆ କହିଛନ୍ତି। ପ୍ରାୟ ୮ ଜଣ ଆହତ ହୋଇଛନ୍ତି। ଆଇନମନ୍ତ୍ରୀ ଆସୁଛନ୍ତି। ମେଡିକାଲ ଯାଉଛନ୍ତି ଦେଖିବାକୁ। ତେବେ ମହାପ୍ରଭୁଙ୍କ ସେବାର କୌଣସି ସମସ୍ୟା ହେବ ନାହିଁ ବୋଲି ସେବାୟତ ଶ୍ରୀ ଖୁଣ୍ଟିଆ କହିଛନ୍ତି।
ପୁରୀ: ପହଣ୍ଡି ବେଳେ ଅଘଟଣକୁ ନେଇ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଇନ ମନ୍ତ୍ରୀଙ୍କୁ ପୁରୀ ଯାଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତ ସେବାୟତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ସେହିପରି ତଦାରଖ ପାଇଁ ପୁରୀ ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ ମୁଖ୍ୟମନ୍ତ୍ରୀ ଅନୁରୋଧ କ୍ରମେ ପୁରୀ ଆସିଛନ୍ତି। ସେ ହସ୍ପିଟାଲକୁ ଯାଇ ଆହତ ସେବାୟତକୁ ଭେଟିଛନ୍ତି।
ମଙ୍ଗଳବାର ଆଡ଼ପ ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର। ଚାରମାଳ ଉପରେ ହାମୁଡେଇ ପଡ଼ିଥିଲେ ବଡ଼ ଠାକୁର। ଏଥିରେ ୭ ଜଣ ସେବାୟତ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୨ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଏହି ଘଟଣା ପରେ ସେବାୟତଙ୍କ ପହଣ୍ଡି ଅଭିଜ୍ଞତାକୁ ନେଇ ପ୍ରଶ୍ନ ଉଠିଛି। କେଉଁ ଠାକୁରଙ୍କ ପହଣ୍ଡିରେ କେଉଁ ସେବାୟତ ରହିବେ ସେ ନେଇ ପୂର୍ବରୁ ସ୍ଥିର ହେବା ସହ ଟ୍ରେନିଂ ଦେବା ଉଚିତ୍।
ଏହା ସମାନ୍ୟ ଘଟଣା। ଆମେ ସବୁ ଦୁଃଖିତ ଓ ମର୍ମାହତ। ଆମେ ପ୍ରଭୁଙ୍କୁ ପ୍ରାର୍ଥନା କରୁଛି କାହାର କିଛି କ୍ଷତି ନ ହେଉ ଆମେ ମହାପ୍ରଭୁଙ୍କୁ କ୍ଷମା ମାଗୁଛୁ ବୋଲି ସୋମନାଥ ଖୁଣ୍ଟିଆ କହିଛନ୍ତି। ପ୍ରାୟ ୮ ଜଣ ଆହତ ହୋଇଛନ୍ତି। ଆଇନମନ୍ତ୍ରୀ ଆସୁଛନ୍ତି। ମେଡିକାଲ ଯାଉଛନ୍ତି ଦେଖିବାକୁ। ତେବେ ମହାପ୍ରଭୁଙ୍କ ସେବାର କୌଣସି ସମସ୍ୟା ହେବ ନାହିଁ ବୋଲି ସେବାୟତ ଶ୍ରୀ ଖୁଣ୍ଟିଆ କହିଛନ୍ତି।