ପହଲଗାଓଁ ଆକ୍ରମଣ ନେଇ ବିବିସିର ଖବର ପ୍ରସାରଣ ଉପରେ ଆପତ୍ତି

ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ଆକ୍ରମଣକୁ ନେଇ ବିବିସି ଯେମିତି ଖବର ପ୍ରସାରଣ କରିଥିଲା, ତାକୁ ନେଇ ଆପତ୍ତି ଉଠାଇଛି... The post ପହଲଗାଓଁ ଆକ୍ରମଣ ନେଇ ବିବିସିର ଖବର ପ୍ରସାରଣ ଉପରେ ଆପତ୍ତି appeared first on .

ପହଲଗାଓଁ ଆକ୍ରମଣ ନେଇ ବିବିସିର ଖବର ପ୍ରସାରଣ ଉପରେ ଆପତ୍ତି

ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ଆକ୍ରମଣକୁ ନେଇ ବିବିସି ଯେମିତି ଖବର ପ୍ରସାରଣ କରିଥିଲା, ତାକୁ ନେଇ ଆପତ୍ତି ଉଠାଇଛି ଭାରତ ସରକାର । ଆତଙ୍କବାଦୀଙ୍କୁ ଉଗ୍ରବାଦୀ ଦର୍ଶାଇଥିଲା BBC । ଏ ନେଇ ବିବିସିକୁ ଚିଠି ଲେଖି ଆପତ୍ତି ଜଣାଇଲେ କେନ୍ଦ୍ର ସରକାର। ଏଣିକି ବିବିସିର ଖବର ଉପରେ ନଜର ରଖାଯିବ। ଏହା ସହିତ ବିବିସିର ହେଡ୍ ଲାଇନ୍ ଥିଲା “Pakistan suspends visas for Indians after deadly Kashmir attack on tourists” । ଏହି ହେଡଲାଇନ ଉପରେ ମଧ୍ୟ ଆପତ୍ତି ଉଠା ଯାଇଛି। ଏମିତି ହେଡଲାଇନ୍ ଲେଖାଯାଇଛି ଯେ, ଯେମିତି ପର୍ଯ୍ୟଟକଙ୍କୁ ଭାରତ ତରଫରୁ ହତ୍ୟା କରାଯାଇଛି। ଏହା ଉପରେ କେନ୍ଦ୍ର ସରକାର ଆପତ୍ତି ଉଠାଇଛନ୍ତି ଏବଂ ବିସିସିକୁ ସତର୍କ କରାଇଛନ୍ତି।

The post ପହଲଗାଓଁ ଆକ୍ରମଣ ନେଇ ବିବିସିର ଖବର ପ୍ରସାରଣ ଉପରେ ଆପତ୍ତି appeared first on .