ପହଲଗାମ୍ ପ୍ରସଙ୍ଗ ବେଳେ ପାକିସ୍ତାନ ହାଇକମିଶନର ଅଫିସକୁ ଯାଉଛି କେକ୍, ଭିଡିଓ ଭାଇରାଲ୍ !

ନୂଆଦିଲ୍ଲୀ ୨୪।୦୪ : ଖୁସି ମନାଉଛି କି ପାକିସ୍ତାନ । ପହଲଗାମ୍‌ ହମ୍‌ଲାର ସେଲିବ୍ରେସନ କରୁଛି କି ପାକିସ୍ତାନ ? ଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନ ଭିତରକୁ ଜଣେ କର୍ମଚାରୀ କେକ୍‌ ନେଇ ଯାଉଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ସାଧାରଣଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । #WATCH | Visuals from outside the Pakistan High Commission in Delhi; Police remove barricades which were placed outside it pic.twitter.com/Fk9JDAM5eR— ANI (@ANI) April 24, 2025ଜମ୍ମୁ-କାଶ୍ମୀରର ପହଲଗାମ୍‌ରେ ଆତଙ୍କୀ ହମ୍‌ଲାରେ ୨୬ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି । ଯେଉଁଥିରେ ୨ ଜଣ ବିଦେଶୀ ପର୍ଯ୍ୟଟକ ରହିଛନ୍ତି । ଏହି ଆତଙ୍କୀ ହମ୍‌ଲାକୁ ନେଇ ସାରା ଦେଶରେ ଅସନ୍ତୋଷର ମାହୋଲ ରହିଛି । ଗୋଟିଏ ପଟେ ଭାରତ ସରକାର ଆତଙ୍କବାଦକୁ ଦମନ ପାଇଁ ସୀମାରେ ସର୍ଚ୍ଚ ଅପରେସନ ଜାରି ରଖିଥିବା ବେଳେ ପାକିସ୍ତାନକୁ ବି ଚେତାବନୀ ଦେଇଛନ୍ତି । ଏପିରିକି ବୁଧବାର ବସିଥିବା ସୁରକ୍ଷା ସଂପର୍କୀତ କ୍ୟାବିନେଟ୍‌ ବୈଠକରେ ପାକିସ୍ତାନ ବିରୋଧରେ ୫ଟି ବଡ଼ ଆକ୍ସନ ନିଆଯାଇଛି । ୧- ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିନାମା ତତ୍କାଳ ପ୍ରଭାବରୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯେ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦ ବିରୋଧରେ ବିଶ୍ଵସନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିଛି ସେ ପର୍ଯ୍ୟନ୍ତ

ପହଲଗାମ୍ ପ୍ରସଙ୍ଗ ବେଳେ ପାକିସ୍ତାନ ହାଇକମିଶନର ଅଫିସକୁ ଯାଉଛି କେକ୍, ଭିଡିଓ ଭାଇରାଲ୍ !

ନୂଆଦିଲ୍ଲୀ ୨୪।୦୪ : ଖୁସି ମନାଉଛି କି ପାକିସ୍ତାନ । ପହଲଗାମ୍‌ ହମ୍‌ଲାର ସେଲିବ୍ରେସନ କରୁଛି କି ପାକିସ୍ତାନ ? ଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନ ଭିତରକୁ ଜଣେ କର୍ମଚାରୀ କେକ୍‌ ନେଇ ଯାଉଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ସାଧାରଣଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । 

ଜମ୍ମୁ-କାଶ୍ମୀରର ପହଲଗାମ୍‌ରେ ଆତଙ୍କୀ ହମ୍‌ଲାରେ ୨୬ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି । ଯେଉଁଥିରେ ୨ ଜଣ ବିଦେଶୀ ପର୍ଯ୍ୟଟକ ରହିଛନ୍ତି । ଏହି ଆତଙ୍କୀ ହମ୍‌ଲାକୁ ନେଇ ସାରା ଦେଶରେ ଅସନ୍ତୋଷର ମାହୋଲ ରହିଛି । ଗୋଟିଏ ପଟେ ଭାରତ ସରକାର ଆତଙ୍କବାଦକୁ ଦମନ ପାଇଁ ସୀମାରେ ସର୍ଚ୍ଚ ଅପରେସନ ଜାରି ରଖିଥିବା ବେଳେ ପାକିସ୍ତାନକୁ ବି ଚେତାବନୀ ଦେଇଛନ୍ତି । ଏପିରିକି ବୁଧବାର ବସିଥିବା ସୁରକ୍ଷା ସଂପର୍କୀତ କ୍ୟାବିନେଟ୍‌ ବୈଠକରେ ପାକିସ୍ତାନ ବିରୋଧରେ ୫ଟି ବଡ଼ ଆକ୍ସନ ନିଆଯାଇଛି । 

୧- ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିନାମା ତତ୍କାଳ ପ୍ରଭାବରୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯେ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦ ବିରୋଧରେ ବିଶ୍ଵସନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିଛି ସେ ପର୍ଯ୍ୟନ୍ତ ଏହି ରୋକ୍ ଜାରି ରହିବ।

୨- ଭାରତ ଓ ପାକିସ୍ତାନ ମଧ୍ୟରେ ଯାତାୟତର ମୁଖ୍ୟ ଦ୍ଵାର ଅଟାରୀ-ଓ୍ଵାଘା ବର୍ଡରକୁ ତତ୍କାଳ ପ୍ରଭାବରୁ ବନ୍ଦ କରାଯାଇଛି। ଯେଉଁ ଲୋକେ ବୈଧ୍ୟ ଭିସା ଜରିଆରେ ପାକିସ୍ତାନ ଯାଇଛନ୍ତି, ସେମାନେ ୨୦୨୫ ମେ ୧ ତାରିଖ ପୂର୍ବରୁ ସେହି ମାର୍ଗ ଦେଇ ଭାରତ ଆସି ପାରିବେ।

୩- ସାର୍କ ଭିସା ଯୋଜନା ଜରିଆରେ ଏବେ ଆଉ ପାକିସ୍ତାନୀ ନାଗରିକଙ୍କୁ ଭାରତ ଯାତ୍ରା ଅନୁମତି ମିଳିବ ନାହିଁ। ପୂର୍ବରୁ ପାକିସ୍ତାନୀ ନାଗରିକଙ୍କ ପାଇଁ ଜାରି ହୋଇଥିବା ସବୁ ପ୍ରକାରର ଭିସା ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଏସଭିଇଏସ ଭିସା ଆଧାରରେ ଭାରତରେ ଥିବା କୌଣସି ବି ପାକିସ୍ତାନୀ ନାଗରିକଙ୍କୁ ୪୮ ଘଣ୍ଟା ଭିତରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

୪- ନୂଆଦିଲ୍ଲୀରେ ପାକିସ୍ତାନୀ ଦୂତାବାସର ସାମରିକ ପରାମର୍ଶଦାତା ସପ୍ତାହେ ଭିତରେ ଭାରତ ଛାଡ଼ିବେ। ପାକିସ୍ତାନରେ ଥିବା ଭାରତୀୟ ଦୂତାବାସ ମଧ୍ୟ ତୁରନ୍ତ ପାକିସ୍ତାନ ଛାଡ଼ିବେ। 

୫- ସାମରିକ ପରାମର୍ଶଦାତାଙ୍କୁ ଭାରତ ଫେରି ଆସିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । 

ଏସବୁ ଭିତରେ ଗୁରୁବାର ଦିନ ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତାବାସକୁ ଜନୈକ ବ୍ୟକ୍ତି ଏକ କେକ୍‌ ନେଇ ଯାଉଥିବାର ଭିଡିଓ ଗଣମାଧ୍ୟମ କ୍ୟାମେରାରେ କଏଦ ହୋଇଛି । ଯାହାକୁ ନେଇ ସାଧାରଣଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ତେବେ ଏହି କେକ୍‌ ଦୂତାବାସ ଭିତରକୁ ଯିବାର କାରଣ କଣ ? ଆକ୍ରମଣର ସେଲିବ୍ରେସନ୍ ନା ଆଉ କଣ ପାଇଁ ଯାଉଥିଲା କେକ୍‌ ।