ପହଲଗାମ୍‌ରେ ଆକ୍ରମଣ ପରେ ଉପକୂଳରେ ହାଇ ଆଲର୍ଟ

ମହାକାଳପଡ଼ା, ୨୬ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ଦେଶର ଜମ୍ମୁ-କଶ୍ମୀର ପହଲଗାମ୍‌ରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ନିରୀହ ପର୍ଯ୍ୟଟକମାନଙ୍କ ଉପରେ ବର୍ବରୋଚିତ ଭାବେ ଆକ୍ରମଣକୁ ଦେଶବାସୀ ଘୋର ନିନ୍ଦା କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଆତଙ୍କବାଦୀ ଯେଉଁଠି ଥାଆନ୍ତୁ ନା କାହିଁକି କେନ୍ଦ୍ର ସରକାର ଜଳ, ସ୍ଥଳ ଓ ଆକାଶ ବାହିନୀରେ ଆଲର୍ଟ ଜାରି କରିଛନ୍ତି। କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ବଙ୍ଗୋପସାଗର ଉପକୂଳ […] The post ପହଲଗାମ୍‌ରେ ଆକ୍ରମଣ ପରେ ଉପକୂଳରେ ହାଇ ଆଲର୍ଟ appeared first on Dharitri Odia News.

ପହଲଗାମ୍‌ରେ ଆକ୍ରମଣ ପରେ ଉପକୂଳରେ ହାଇ ଆଲର୍ଟ

ମହାକାଳପଡ଼ା, ୨୬ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ଦେଶର ଜମ୍ମୁ-କଶ୍ମୀର ପହଲଗାମ୍‌ରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ନିରୀହ ପର୍ଯ୍ୟଟକମାନଙ୍କ ଉପରେ ବର୍ବରୋଚିତ ଭାବେ ଆକ୍ରମଣକୁ ଦେଶବାସୀ ଘୋର ନିନ୍ଦା କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଆତଙ୍କବାଦୀ ଯେଉଁଠି ଥାଆନ୍ତୁ ନା କାହିଁକି କେନ୍ଦ୍ର ସରକାର ଜଳ, ସ୍ଥଳ ଓ ଆକାଶ ବାହିନୀରେ ଆଲର୍ଟ ଜାରି କରିଛନ୍ତି। କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ବଙ୍ଗୋପସାଗର ଉପକୂଳ ଅଞ୍ଚଳରେ ବେଆଇନ ଭାବେ ବାଂଲାଦେଶୀ ମତ୍ସ୍ୟଜୀବୀ ପ୍ରବେଶ କରିବା ଆଶଙ୍କା ରହିଛି। ଏଥିପ୍ରତି ରାଜ୍ୟ ଗୋଇନ୍ଦା ବିଭାଗ ପକ୍ଷରୁ କଡ଼ା ନଜର ରଖାଯାଇଛି। ଉପକୂଳ ଅଞ୍ଚଳରେ ବିସ୍ତୃତ ଘଞ୍ଚ ଲୁଣା ହେନ୍ତାଳ ଜଙ୍ଗଲ ରହିଛି। ସନ୍ଦିଗ୍ଧ ଅନୁପ୍ରବେଶକାରୀ ଜଙ୍ଗଲରେ ଆଡ୍ଡା ଜମାଇବା ସହ କ୍ଷତି ପହଞ୍ଚାଇବା ଅସମ୍ଭବ ନୁହେଁ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତ। ଏମାନଙ୍କୁ ମୁକାବିଲା କରିବା ପାଇଁ ଜମ୍ବୁ ଓ ତନ୍ତିଆପାଳ ସାମୁଦ୍ରିକ ଥାନା ଆଲର୍ଟ ରହିବାକୁ ଦାବି ହେଉଛି। ଅପରପକ୍ଷରେ ଜିଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ଓ ସମୁଦ୍ରରେ ହାଇ ସ୍ପିଡ୍‌ ବୋଟ ପଇନ୍ତରା ମାରିବା ପାଇଁ ଉଭୟ ଥାନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମିଳିଛି ବୋଲି ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ସୌମ୍ୟ ରଞ୍ଜନ ବିଶ୍ୱାଳ କହିଛନ୍ତି। ଜଳପଥରେ କୌଣସି ସନ୍ଦିଗ୍ଧ ବ୍ୟକ୍ତି ନଜରକୁ ଆସିଲେ ତୁରନ୍ତ ନିକଟସ୍ଥ ପୋଲିସ ଓ ସୁରକ୍ଷା ଅଧିକାରୀଙ୍କୁ ସୂଚନା ଦେବା ପାଇଁ କୁହାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଅପରପକ୍ଷରେ ସମୁଦ୍ର କୂଳରେ ପାରାଦୀପ ବନ୍ଦର ଓ ବୃହତ ଶିଳ୍ପାଞ୍ଚଳ ରହିଛି। ତେବେ ସନ୍ଦିଗ୍ଧମାନେ କିଛି ବି ଘଟାଇବା ଅସମ୍ଭବ ନୁହେଁ ବୋଲି କୁହାଯାଇଛି। ସେଥିପାଇଁ ସମୁଦ୍ରରେ ପଇଁତରା ମାରିବାକୁ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ପୂର୍ବତନ ନାଭାଲ କର୍ମଚାରୀମାନେ ସାମିଲ ହୋଇଛନ୍ତି। ଏ ସଂକ୍ରାନ୍ତରେ ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ସୌମ୍ୟ ରଞ୍ଜନ ବିଶ୍ୱାଳଙ୍କୁ ପଚାରିବାରେ ଉପକୂଳ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରିବାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ନିର୍ଦ୍ଦେଶ ମିଳିଛି। ଏ ନେଇ ଉପକୂଳ ଅଞ୍ଚଳରେ ସୁରକ୍ଷା କର୍ମଚାରୀମାନେ ଶୁକ୍ରବାର ପଇଁତରା ମାରୁଥିବା ସେ କହିଛନ୍ତି।

The post ପହଲଗାମ୍‌ରେ ଆକ୍ରମଣ ପରେ ଉପକୂଳରେ ହାଇ ଆଲର୍ଟ appeared first on Dharitri Odia News.