ପହିଲାରୁ ଗ୍ରାହକଙ୍କୁ ଝଟ୍କା, ବଦଳିଲା ନିୟମ, ଏଟିଏମରେ ଟଙ୍କା ଉଠାଇବା ହେଲା ମହଙ୍ଗା
ନୂଆଦିଲ୍ଲୀ ୦୧/୦୫: ଆଜିଠୁ ବଦଳିଲା ନିୟମ । ଏଟିଏମରେ ଟଙ୍କା ଉଠାଇବା ହେଲା ମହଙ୍ଗା । ଫ୍ରି ଟ୍ରାନଜାକସନ୍ ଲିମିଟ୍ ପାଇଁ ବ୍ୟାଙ୍କକୁ ଅନୁମତି ଦେଲା ଆରବିଆଇ । ମେଟ୍ରୋ ସିଟିରେ ୩ ଥର, ସହରାଞ୍ଚାଳରେ ୫ରୁ ଅଧିକ ଥର ଏଟିଏମ ବ୍ୟବହାର କଲେ ଗଣିବାକୁ ପଡ଼ିବ ଟଙ୍କା । ଆଜିଠୁ ବଦଳିଯିବ ଏଟିଏମ ଟ୍ରାଞ୍ଜାକ୍ସନ ନିୟମ । ଏଟିଏମରୁ ଏଣିକି ଟଙ୍କା ଉଠାଇବା ମହଙ୍ଗା ହେବ । ଅର୍ଥାତ୍ ଫ୍ରି ଲିମଟରୁ ଅଧିକ ଥର ଟଙ୍କା ଉଠାଇଲେ ବ୍ୟାଙ୍କକୁ ଟଙ୍କା ଦେବାକୁ ପଡ଼ିବ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ୟାଙ୍କକୁ ଫ୍ରି ଲିମିଟ ପରେ ଏଟିଏମ ସେବା ଚାର୍ଜ ବଢ଼ାଇବାକୁ ଅନୁମତି ଦେଇଛି । ନୂଆ ଗାଇଡଲାଇନ ଅନୁସାରେ ଗ୍ରାହକ ପ୍ରତି ମାସରେ ଏକି ନିଶ୍ଚିତ ସଂଖ୍ୟକ ଟ୍ରାନଞ୍ଜସନ କରିପାରିବେ ଅର୍ଥାତ ଟଙ୍କା ଉଠାଇ ପାରିବେ । ମେଟ୍ରୋ ସହରଗୁଡିକରେ ଫ୍ରି ଟ୍ରାଞ୍ଜାକ୍ସନ ୩ଥର ରହିଥିବା ବେଳେ ସହରାଞ୍ଚଳରେ ୫ଥର ଫ୍ରିରେ ଟଙ୍କା ଉଠାଇ ପାରିବେ । ତେବେ ବଡ଼ କଥା ହେଉଛି ଏହି ଫ୍ରି ଟ୍ରାଞ୍ଜାକ୍ସନରେ ଫାଇନାନସିଆଲ ଓ ନନଫାଇନାନସିଆଲ ଆକ୍ଟିଭିଟିଜ ସାମିଲ ରହିଛି । ଏହାପରେ ଯଦି ଆପଣ ଏଟିଏମରୁ ଟଙ୍କା ଉଠାନ୍ତି ତେବେ ଆପଣଙ୍କୁ ଏଟିଏମ ଚାର୍ଜ ବାବଦକୁ ଟଙ୍କା ଗଣିବାକୁ ପଡ଼ିବ । ଏଟିଏମରୁ ଟଙ୍କା ଉଠାଣ ମହଙ୍ଗା ।
ନୂଆଦିଲ୍ଲୀ ୦୧/୦୫: ଆଜିଠୁ ବଦଳିଲା ନିୟମ । ଏଟିଏମରେ ଟଙ୍କା ଉଠାଇବା ହେଲା ମହଙ୍ଗା । ଫ୍ରି ଟ୍ରାନଜାକସନ୍ ଲିମିଟ୍ ପାଇଁ ବ୍ୟାଙ୍କକୁ ଅନୁମତି ଦେଲା ଆରବିଆଇ । ମେଟ୍ରୋ ସିଟିରେ ୩ ଥର, ସହରାଞ୍ଚାଳରେ ୫ରୁ ଅଧିକ ଥର ଏଟିଏମ ବ୍ୟବହାର କଲେ ଗଣିବାକୁ ପଡ଼ିବ ଟଙ୍କା ।
ଆଜିଠୁ ବଦଳିଯିବ ଏଟିଏମ ଟ୍ରାଞ୍ଜାକ୍ସନ ନିୟମ । ଏଟିଏମରୁ ଏଣିକି ଟଙ୍କା ଉଠାଇବା ମହଙ୍ଗା ହେବ । ଅର୍ଥାତ୍ ଫ୍ରି ଲିମଟରୁ ଅଧିକ ଥର ଟଙ୍କା ଉଠାଇଲେ ବ୍ୟାଙ୍କକୁ ଟଙ୍କା ଦେବାକୁ ପଡ଼ିବ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ୟାଙ୍କକୁ ଫ୍ରି ଲିମିଟ ପରେ ଏଟିଏମ ସେବା ଚାର୍ଜ ବଢ଼ାଇବାକୁ ଅନୁମତି ଦେଇଛି । ନୂଆ ଗାଇଡଲାଇନ ଅନୁସାରେ ଗ୍ରାହକ ପ୍ରତି ମାସରେ ଏକି ନିଶ୍ଚିତ ସଂଖ୍ୟକ ଟ୍ରାନଞ୍ଜସନ କରିପାରିବେ ଅର୍ଥାତ ଟଙ୍କା ଉଠାଇ ପାରିବେ ।
ମେଟ୍ରୋ ସହରଗୁଡିକରେ ଫ୍ରି ଟ୍ରାଞ୍ଜାକ୍ସନ ୩ଥର ରହିଥିବା ବେଳେ ସହରାଞ୍ଚଳରେ ୫ଥର ଫ୍ରିରେ ଟଙ୍କା ଉଠାଇ ପାରିବେ । ତେବେ ବଡ଼ କଥା ହେଉଛି ଏହି ଫ୍ରି ଟ୍ରାଞ୍ଜାକ୍ସନରେ ଫାଇନାନସିଆଲ ଓ ନନଫାଇନାନସିଆଲ ଆକ୍ଟିଭିଟିଜ ସାମିଲ ରହିଛି । ଏହାପରେ ଯଦି ଆପଣ ଏଟିଏମରୁ ଟଙ୍କା ଉଠାନ୍ତି ତେବେ ଆପଣଙ୍କୁ ଏଟିଏମ ଚାର୍ଜ ବାବଦକୁ ଟଙ୍କା ଗଣିବାକୁ ପଡ଼ିବ । ଏଟିଏମରୁ ଟଙ୍କା ଉଠାଣ ମହଙ୍ଗା ।