ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଶ୍ରମିକଙ୍କ ଜୀବନ; ଜଣେ ଗୁରୁତର

 ଆଜି ସକାଳେ ତ୍ରିଶୁଳିଆରେ ଥିବା ଏକ ଆପାର୍ଟମେଣ୍ଟରେ ଥିବା ପାଇଖାନା ଟାଙ୍କିରେ ୩ ଜଣ ଶ୍ରମିକ ସେଣ୍ଟ୍ରିଂ ଖୋଲୁଥିଲେ।

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଶ୍ରମିକଙ୍କ ଜୀବନ; ଜଣେ ଗୁରୁତର

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। କଟକ ଜିଲ୍ଲା  ତ୍ରିଶୁଳିଆର ଏକ ଆପାର୍ଟମେଣ୍ଟରେ ଏହି ଘଟଣା ଘଟିଛି। ଆହତଙ୍କୁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲୁଥିବା ବେଳେ ଏହି ଅଘଟଣ ଘଟିଛି।

 ଆଜି ସକାଳେ ତ୍ରିଶୁଳିଆରେ ଥିବା ଏକ ଆପାର୍ଟମେଣ୍ଟରେ  ପାଇଖାନା ଟାଙ୍କିରେ ୩ ଜଣ ଶ୍ରମିକ ସେଣ୍ଟ୍ରିଂ ଖୋଲୁଥିଲେ। ଏହି ସମୟରେ ସେମାନେ  ସେଠାରେ ଶ୍ୱାସରୁଦ୍ଧ ହୋଇଯାଇଥିଲେ।ପରେ ସେମାନେ ଚିତ୍କାର କରିଥିଲେ। ସେଠାରେ ଉପସ୍ଥିତ ଥିବା ଲୋକମାନେ ବାରଙ୍ଗ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ବାରଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ୩ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ।  ଘଟଣାସ୍ଥରେ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ଥିଲା। ଆହତ ଶ୍ରମିକଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ମୃତ ୨ ଶ୍ରମିକଙ୍କ ପରିଚୟ ମିଳିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।