ପାଇଲିପଡା ଜଣାରୋଗ୍ୟ ସମିତି ସଦସ୍ୟଙ୍କ ପ୍ରଶିକ୍ଷଣ ଶିବିର
ବେଲଗୁଣ୍ଠା, 19/01,ପାଇଲିପଡ଼ା ଜନାରୋଗ୍ଯ ସମିତି ସଦସ୍ୟଙ୍କ ପ୍ରଶିକ୍ଷଣ ଶିବିର ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ଵର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ଜନାରୋଗ୍ଯ ସମିତି ସଦସ୍ୟଙ୍କୁ ଜନାରୋଗ୍ଯ ସମିତିର ବିଭିନ୍ନ ଦିଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା I ବିଶେଷ କରି ଜନାରୋଗ୍ଯ ସମିତିର ଗଠନ, ଏହାର ସଦସ୍ୟଙ୍କ ଭୂମିକା ଏବଂ ଦାୟିତ୍ୱ, ଜନାରୋଗ୍ଯ ସମିତି ପାଣ୍ଠିର ସୁବିନିଯୋଗ, ବିଭିନ୍ନ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ଜନାରୋଗ୍ଯ ସମିତି ସଦସ୍ୟଙ୍କ ଭୂମିକା ସମ୍ପର୍କରେ ତାଲିମ୍ […] The post ପାଇଲିପଡା ଜଣାରୋଗ୍ୟ ସମିତି ସଦସ୍ୟଙ୍କ ପ୍ରଶିକ୍ଷଣ ଶିବିର appeared first on Odisha.News.
ବେଲଗୁଣ୍ଠା, 19/01,ପାଇଲିପଡ଼ା ଜନାରୋଗ୍ଯ ସମିତି ସଦସ୍ୟଙ୍କ ପ୍ରଶିକ୍ଷଣ ଶିବିର ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ଵର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ଜନାରୋଗ୍ଯ ସମିତି ସଦସ୍ୟଙ୍କୁ ଜନାରୋଗ୍ଯ ସମିତିର ବିଭିନ୍ନ ଦିଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା I ବିଶେଷ କରି ଜନାରୋଗ୍ଯ ସମିତିର ଗଠନ, ଏହାର ସଦସ୍ୟଙ୍କ ଭୂମିକା ଏବଂ ଦାୟିତ୍ୱ, ଜନାରୋଗ୍ଯ ସମିତି ପାଣ୍ଠିର ସୁବିନିଯୋଗ, ବିଭିନ୍ନ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ଜନାରୋଗ୍ଯ ସମିତି ସଦସ୍ୟଙ୍କ ଭୂମିକା ସମ୍ପର୍କରେ ତାଲିମ୍ ପ୍ରଦାନ କରାଯାଇଥିଲା I ପାଇଲିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆୟୂଷ ଡାକ୍ତର ସରୋଜ ପ୍ରଧାନ ଏବଂ ବ୍ଳକ୍ ଆକାଉଣ୍ଟ୍ ପରିଚାଳକ ଦିଲ୍ଲୀପ କୁମାର ସାହୁ ଉପସ୍ଥିତ ସଦସ୍ୟ ମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଥିଲା I କାର୍ଯ୍ୟକ୍ରମରେ ଜନାରୋଗ୍ଯ ସମିତି ଅଧ୍ୟକ୍ଷ ତଥା ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା,,ସଦସ୍ୟ ଶିକ୍ଷକ ବିଜୟ କୁମାର ସାହୁ,ସ୍ୱାସ୍ଥ୍ୟକର୍ମୀ ସ୍ନେହଲତା ମିଶ୍ର,ସିଏଚ୍ଓ ଶୁଭଶ୍ରୀ ସାହୁ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କ୍ରିଷ୍ଣା ମୂର୍ତ୍ତୀ ପାତ୍ର, ସରପଞ୍ଚ ଜୟରାମ ନାୟକ,ପ୍ରକାଶ ଚନ୍ଦ୍ର ବିଶ୍ୱାଳ, ଆୟୂଷ ଡ଼ାକ୍ତର ବସନ୍ତ କୁମାର ସ୍ୱାଇଁ,ଆଇସିଡିଏସ୍ ଅଞ୍ଚଳ ପରିଦର୍ଶିକା ବୀଣା ଦିଗାଲ,ଏସ୍ ସୁଜିତ୍ କୁମାର ପୃଷ୍ଟି, ନର୍ସିଂ ଅଫିସର୍ ସିଦ୍ଧାର୍ଥ ମିଶ୍ର,ଲାବ୍ ଟେକ୍ନିସିଆନ୍ ପ୍ରଶାନ୍ତ କୁମାର ଡାକୁଆ,ଯୋଗ ପ୍ରଶିକ୍ଷକ ଗୌତମ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ I ଏହା ସହିତ ଜନାରୋଗ୍ଯ ସମିତି ଅଧ୍ୟକ୍ଷ ତଥା ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଜନାରୋଗ୍ଯ ସମିତି ଗଭର୍ଣ୍ଣିଂ ବଡିର ଏକ ବୈଠକ ମଧ୍ଯ ଅନୁଷ୍ଠିତ ହୋଇଯାଇଥିଲା I ସ୍ୱାସ୍ଥ୍ୟ ପରିଦର୍ଶକ ତଥା ଫାର୍ମାସିଷ୍ଟ ଶୁଭ୍ରମନ୍ୟୁ କର ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଆୟୂଷ ଡାକ୍ତର ସରୋଜ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ I
The post ପାଇଲିପଡା ଜଣାରୋଗ୍ୟ ସମିତି ସଦସ୍ୟଙ୍କ ପ୍ରଶିକ୍ଷଣ ଶିବିର appeared first on Odisha.News.