ପାଇଲିପଡା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ
ବେଲଗୁଣ୍ଠା,୨୨/୮- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ପାଇଲିପଡ଼ା ବିଜେଡି ସମର୍ଥିତ ସରପଞ୍ଚ ଜୟରାମ ନାୟକଙ୍କ ବିରୁଦ୍ଧରେ ଗୁରୁବାର ଅନାସ୍ଥା ପ୍ରସ୍ତାବ ଆସିଛି। ୪୮ ନମ୍ବର ଯୋନ ଜିଲ୍ଲା ପରିଷଦ ସଭ୍ୟ ସୁଧୀର କୁମାର ଜେନା ଓ ପାଇଲିପଡା ସମିତିସଭ୍ୟ କେ ରବୀନ୍ଦ୍ର କୁମାର ପାତ୍ର ଙ୍କ ସମେତ ସଂମ୍ପୃକ୍ତ ପଂଚାୟତର ନାଏବ୍ ସରପଞ୍ଚଙ୍କ ସମେତ ୧୩ ଜଣ ୱାର୍ଡ ମେମ୍ବର ଭଞ୍ଜନଗର ଉପ ଜିଲ୍ଲାପାଳ ଅନୀଲ କୁମାର ସେଠୀ ଙ୍କୁ ଭେଟି ସରପଞ୍ଚ ଙ୍କ ବିରୁଦ୍ଧରେ ଅନାସ୍ତ […] The post ପାଇଲିପଡା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ appeared first on Odisha.News.

ବେଲଗୁଣ୍ଠା,୨୨/୮- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ପାଇଲିପଡ଼ା ବିଜେଡି ସମର୍ଥିତ ସରପଞ୍ଚ ଜୟରାମ ନାୟକଙ୍କ ବିରୁଦ୍ଧରେ ଗୁରୁବାର ଅନାସ୍ଥା ପ୍ରସ୍ତାବ ଆସିଛି। ୪୮ ନମ୍ବର ଯୋନ ଜିଲ୍ଲା ପରିଷଦ ସଭ୍ୟ ସୁଧୀର କୁମାର ଜେନା ଓ ପାଇଲିପଡା ସମିତିସଭ୍ୟ କେ ରବୀନ୍ଦ୍ର କୁମାର ପାତ୍ର ଙ୍କ ସମେତ ସଂମ୍ପୃକ୍ତ ପଂଚାୟତର ନାଏବ୍ ସରପଞ୍ଚଙ୍କ ସମେତ ୧୩ ଜଣ ୱାର୍ଡ ମେମ୍ବର ଭଞ୍ଜନଗର ଉପ ଜିଲ୍ଲାପାଳ ଅନୀଲ କୁମାର ସେଠୀ ଙ୍କୁ ଭେଟି ସରପଞ୍ଚ ଙ୍କ ବିରୁଦ୍ଧରେ ଅନାସ୍ତ ପ୍ରସ୍ତାବ ଆଣିଛନ୍ତି। ଏଥିସହ ତୁରନ୍ତ ଅନାସ୍ଥା ପ୍ରସ୍ତାବ ଉପରେ ମତଦାନ କରିବା ପାଇଁ ଦାବୀ କରିଛନ୍ତି। ଏହା ପୂର୍ବରୁ ଆମ୍ବପୂଆ ସରପଂଚ ଙ୍କ ବିରୁଦ୍ଧରେ ମଧ୍ୟ ଅନାସ୍ଥା ପ୍ରସ୍ତାବ ଆସିଛି। ତାହାର ମଧ୍ୟ ତାରିଖ ଧାର୍ଯ୍ୟ ହୋଇନାହିଁ। ବେଲଗୁଣ୍ଠା ବ୍ଲକ ବିଜେଡି ଅକ୍ତିଆର ରେ ଅଛି। କିନ୍ତୁ ଗତ ସାଧାରଣ ନିର୍ବାଚନ ରେ ସୋରଡ଼ା ନିର୍ବାଚନ ମଣ୍ଡଳୀରୁ ଭାଜପା ବିଧାୟକ ଭାବେ ନୀଳମଣି ବିଷୋୟୀ ବିପୁଳ ଭୋଟରେ ନିର୍ବାଚିତ ହୋଇଥିଲେ । ଏହା ପରେ ବିଜେପି ଶିବିରରେ ଖୁସିର ଲହରୀ ଦେଖିବାକୁ ମିଳିଛି । ତେଣୁ ବେଲଗୁଣ୍ଠା ରାଜନୀତି ବିଗତ କିଛି ଦିନ ହେବ ଚଳଚଞ୍ଚଳ ହୋଇପଡିଛି।
The post ପାଇଲିପଡା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ appeared first on Odisha.News.