ପାକିସ୍ତାନ ଏୟାର ଷ୍ଟ୍ରାଇକ୍‌ର ମୁହଁତୋଡ଼ ଜବାବ; ଆର୍ମି ପୋଷ୍ଟକୁ ଧ୍ବଂସ କଲା ତାଲିବାନ

ଇସଲାମାବାଦ: ଆଫଗାନିସ୍ତାନରେ ପାକିସ୍ତାନ ଏୟାର ଷ୍ଟ୍ରାଇକର ମୁହଁତୋଡ଼ ଜବାବ ଦେଇଛି ତାଲିବାନ । ତାଲିବାନ ସେନା ଡୁରଣ୍ଡ ରେଖା ନିକଟରେ ଥିବା ପାକିସ୍ତାନୀ ଆର୍ମି ପୋଷ୍ଟକୁ ଧ୍ବଂସ କରି ଦେଇଛନ୍ତି । ଏନେଇ ତାଲିବାନ ସରକାର ଆଫଗାନିସ୍ତାନ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି । ମିଡିଆ ରିପୋର୍ଟ ମୁତାବକ, ଆଫଗାନିସ୍ତାନ ରକ୍ଷା ମନ୍ତ୍ରାଳୟ କୁହାଯାଇଛି, ଯେ ପାକିସ୍ତାନକୁ ଆକ୍ରମଣାନ୍ତକ ଢଙ୍ଗରେ ଜବାବ ଦିଆଯାଇଛି । ଆଫଗାନିସ୍ତାନ ସେନା ବିପୁଳ ଅସ୍ତ୍ରଶସ୍ତ୍ର ସହିତ ଡୁରଣ୍ଡ ସୀମାକୁ ଲାଗି କରିଥିବା ପାକିସ୍ତାନ ଆର୍ମି ପୋଷ୍ଟକୁ ଟାର୍ଗେଟ୍ କରିଛି । ପୂରା ସେନା ପୋଷ୍ଟକୁ ଧ୍ବଂସ କରିଦେଇଛି ତାଲିବାନ । ଦେଶର ଅଖଣ୍ଡତା ପ୍ରତି ଅଣଦେଖା କରାଯିବ ନାହିଁ ବୋଲି ତାଲିବାନ ସରକାର କହିଛନ୍ତି ।   ସୋମବାର ସକାଳେ ପାକିସ୍ତାନ ସେନା ଆଫଗାନିସ୍ତାନରେ ଖୋଷ୍ଟ ଏବଂ ପାକ୍ଟିକା ପ୍ରଦେଶରେ ଷ୍ଟ୍ରାଇକ୍ କରିଥିଲା । ଏହି ହମଲା ଆତଙ୍କବାଦୀ ସଂଗଠନ ଟିଟିପି କ୍ୟାମ୍ପ ଉପରେ  ହୋଇଥିଲା । ଏଥିରେ ଆତଙ୍କୀ କମାଣ୍ଡର ସହିତ ୮ଜଣଙ୍କ ମୃତ୍ୟୁ ହୋଇଛି । ଯାହା ପରେ ଦୁଇ ଦେଶରେ ମଧ୍ୟରେ ଉତ୍ତେଜନା ଆହୁରି ବଢ଼ିଯାଇଥିଲା । ତେବେ  ଏହାର କଡ଼ା ଜବାବ ଦିଆଯିବ ବୋଲି ଆଫଗାନିସ୍ତାନ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ତେବେ ତାଲିବାନ ସେନା ଆଜି ପାକିସ୍ତାନ ସୀମାକୁ ଲାଗି କରିଥିବା ଆର୍ମି ପୋଷ୍ଟକୁ ବୋମା ମାଡ଼ କରି ଧ୍ବସ୍ତ କରି ଦେଇଛି ।  

ପାକିସ୍ତାନ ଏୟାର ଷ୍ଟ୍ରାଇକ୍‌ର ମୁହଁତୋଡ଼ ଜବାବ; ଆର୍ମି ପୋଷ୍ଟକୁ ଧ୍ବଂସ କଲା ତାଲିବାନ

ଇସଲାମାବାଦଆଫଗାନିସ୍ତାନରେ ପାକିସ୍ତାନ ଏୟାର ଷ୍ଟ୍ରାଇକର ମୁହଁତୋଡ଼ ଜବାବ ଦେଇଛି ତାଲିବାନ । ତାଲିବାନ ସେନା ଡୁରଣ୍ଡ ରେଖା ନିକଟରେ ଥିବା ପାକିସ୍ତାନୀ ଆର୍ମି ପୋଷ୍ଟକୁ ଧ୍ବଂସ କରି ଦେଇଛନ୍ତି । ଏନେଇ ତାଲିବାନ ସରକାର ଆଫଗାନିସ୍ତାନ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି । 

ମିଡିଆ ରିପୋର୍ଟ ମୁତାବକ, ଆଫଗାନିସ୍ତାନ ରକ୍ଷା ମନ୍ତ୍ରାଳୟ କୁହାଯାଇଛି, ଯେ ପାକିସ୍ତାନକୁ ଆକ୍ରମଣାନ୍ତକ ଢଙ୍ଗରେ ଜବାବ ଦିଆଯାଇଛି । ଆଫଗାନିସ୍ତାନ ସେନା ବିପୁଳ ଅସ୍ତ୍ରଶସ୍ତ୍ର ସହିତ ଡୁରଣ୍ଡ ସୀମାକୁ ଲାଗି କରିଥିବା ପାକିସ୍ତାନ ଆର୍ମି ପୋଷ୍ଟକୁ ଟାର୍ଗେଟ୍ କରିଛି । ପୂରା ସେନା ପୋଷ୍ଟକୁ ଧ୍ବଂସ କରିଦେଇଛି ତାଲିବାନ । ଦେଶର ଅଖଣ୍ଡତା ପ୍ରତି ଅଣଦେଖା କରାଯିବ ନାହିଁ ବୋଲି ତାଲିବାନ ସରକାର କହିଛନ୍ତି ।   

ସୋମବାର ସକାଳେ ପାକିସ୍ତାନ ସେନା ଆଫଗାନିସ୍ତାନରେ ଖୋଷ୍ଟ ଏବଂ ପାକ୍ଟିକା ପ୍ରଦେଶରେ ଷ୍ଟ୍ରାଇକ୍ କରିଥିଲା । ଏହି ହମଲା ଆତଙ୍କବାଦୀ ସଂଗଠନ ଟିଟିପି କ୍ୟାମ୍ପ ଉପରେ  ହୋଇଥିଲା । ଏଥିରେ ଆତଙ୍କୀ କମାଣ୍ଡର ସହିତ ୮ଜଣଙ୍କ ମୃତ୍ୟୁ ହୋଇଛି । ଯାହା ପରେ ଦୁଇ ଦେଶରେ ମଧ୍ୟରେ ଉତ୍ତେଜନା ଆହୁରି ବଢ଼ିଯାଇଥିଲା । ତେବେ  ଏହାର କଡ଼ା ଜବାବ ଦିଆଯିବ ବୋଲି ଆଫଗାନିସ୍ତାନ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ତେବେ ତାଲିବାନ ସେନା ଆଜି ପାକିସ୍ତାନ ସୀମାକୁ ଲାଗି କରିଥିବା ଆର୍ମି ପୋଷ୍ଟକୁ ବୋମା ମାଡ଼ କରି ଧ୍ବସ୍ତ କରି ଦେଇଛି ।