ପାକିସ୍ତାନ କୋଚ୍ ହେବାକୁ ମନା କଲେ ଏହି ଭେଟେରାନ୍, ପିସିବିର ବଢ଼ିଲା ଚିନ୍ତା
ଇସଲାମାବାଦ,୧୬।୩: ପାକିସ୍ତାନ କ୍ରିକେଟ ଦଳ ନୂଆ କୋଚ୍ ଚୟନ କରୁଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏଥିପାଇଁ ଅନେକ ନାମ ଉପରେ ବିଚାର କରୁଛି। ଏସବୁ ମଧ୍ୟରେ ବୋର୍ଡକୁ ଏକ ଝଟ୍କା ଲାଗିଛି। ଦଳର ମୁଖ୍ୟ ପ୍ରଶିକ୍ଷକ(କୋଚ୍) ଦୌଡ଼ରେ ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଶେନ୍ ୱାଟସନ୍ ଆଗରେ ଥିଲେ। ନିଶ୍ଚିତ ଭାବେ ତାଙ୍କ ନାମରେ ମୋହର ବାଜିବ ବୋଲି କୁହାଯାଉଥିଲା। ହେଲେ ୱାଟସନ କୋଚ୍ ଦୌଡ଼ରୁ ଓ୍ବାଟ୍ସନ୍ ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି। ୱାଟସନ ପାକିସ୍ତାନ […] The post ପାକିସ୍ତାନ କୋଚ୍ ହେବାକୁ ମନା କଲେ ଏହି ଭେଟେରାନ୍, ପିସିବିର ବଢ଼ିଲା ଚିନ୍ତା appeared first on Dharitri Odia News.
ଇସଲାମାବାଦ,୧୬।୩: ପାକିସ୍ତାନ କ୍ରିକେଟ ଦଳ ନୂଆ କୋଚ୍ ଚୟନ କରୁଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏଥିପାଇଁ ଅନେକ ନାମ ଉପରେ ବିଚାର କରୁଛି। ଏସବୁ ମଧ୍ୟରେ ବୋର୍ଡକୁ ଏକ ଝଟ୍କା ଲାଗିଛି। ଦଳର ମୁଖ୍ୟ ପ୍ରଶିକ୍ଷକ(କୋଚ୍) ଦୌଡ଼ରେ ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଶେନ୍ ୱାଟସନ୍ ଆଗରେ ଥିଲେ। ନିଶ୍ଚିତ ଭାବେ ତାଙ୍କ ନାମରେ ମୋହର ବାଜିବ ବୋଲି କୁହାଯାଉଥିଲା। ହେଲେ ୱାଟସନ କୋଚ୍ ଦୌଡ଼ରୁ ଓ୍ବାଟ୍ସନ୍ ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି।
ୱାଟସନ ପାକିସ୍ତାନ ସୁପର ଲିଗ (ପିସିଏଲ୍) ଦଳର କ୍ୱେଟା ଗ୍ଲାଡିଏଟର୍ସର କୋଚ୍ ଅଟନ୍ତି। ଏହି ସିଜନରେ ସେ ଦଳକୁ ପ୍ରଶିକ୍ଷଣ ଦେଇଥିଲେ। ଏଣୁ ଗତ କିଛି ସପ୍ତାହ ଧରି ପିସିବି ସହ ତାଙ୍କର ଆଲୋଚନା ହେଉଥିଲା। ବୋର୍ଡ ତାଙ୍କୁ ପାକିସ୍ତାନ ଦଳର ସୀମିତ ଓଭର ଦଳର କୋଚ୍ କରିବାକୁ ମଧ୍ୟ ଚାହୁଁଥିଲା। କିନ୍ତୁ ବର୍ତ୍ତମାନ ୱାଟସନ ଏଥିରୁ ଦୂରେଇ ଯାଇଛନ୍ତି।
ରିପୋର୍ଟ ଅନୁଯାୟୀ, ୱାଟ୍ସନ୍ ପାକିସ୍ତାନ ଦଳର କୋଚ ହେବାକୁ ଗୁରୁତର ସହ ବିଚାର କରୁଥିଲେ। ପାକିସ୍ତାନୀ ଖେଳାଳିଙ୍କ ସହ କାମ କରିବାକୁ ମଧ୍ୟ ଆଗ୍ରହୀ ଥିଲେ। କିନ୍ତୁ ଆଇପିଏଲ୍ କାରଣରୁ ସେ ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି। ସେ କମେଣ୍ଟ୍ରି ଏବଂ କୋଚିଂ ଲାଗି ଚୁକ୍ତି ଉପରେ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେ କମେଣ୍ଟ୍ରି ଏବଂ କୋଚିଂ ଚୁକ୍ତି ଉପରେ ଧ୍ୟାନ ଦେବାକୁ ଚାହାନ୍ତି। ଆଇପିଏଲ୍ଷର ସେ କମେଣ୍ଟ୍ରି କରୁଛନ୍ତି। ଏହାଛଡ଼ା ମେଜର ଲିଗ କ୍ରିକେଟରେ ସାନ ଫ୍ରାନ୍ସିସ୍କୋ ୟୁନିକର୍ନର କୋଚ ଅଟନ୍ତି। ଏହା ବ୍ୟତୀତ ସେ କ୍ୱେଟାର କୋଚ୍ ମଧ୍ୟ ଅଟନ୍ତି। ୨୨ ମାର୍ଚ୍ଚରୁ ଆଇପିଏଲ୍ ୨୦୨୪ ଆରମ୍ଭ ହେଉଛି। ସେ ପିଏସ୍ଏଲ୍ ଶେଷ ହେବା ପରେ ଆଇପିଏଲରେ କମେଣ୍ଟ୍ରି କରିବେ।
ୱାଟସନଙ୍କ ନାମ ପ୍ରତ୍ୟାହାର କଲେ ପାକିସ୍ତାନ କ୍ରିକେଟ ଦଳ ପାଇଁ ଅଡ଼ୁଆ ବଢ଼ିପାରେ। କାରଣ ଶୀଘ୍ର ଟିମକୁ ନୂତନ କୋଚ ସମ୍ବନ୍ଧରେ ନିଷ୍ପତ୍ତି ନେବାକୁ ପଡିବ। ଯଦି କାହାକୁ ନିଯୁକ୍ତ କରାଯାଇ ନ ପାରେ ତେବେ ଦଳକୁ ବିନା କୋଚ୍ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟି -୨୦ ସିରିଜ ଖେଳିବାକୁ ପଡ଼ିବ। ଏହା ପରେ ତାଙ୍କୁ ମେ’ରେ ଇଂଲଣ୍ଡ ବିପକ୍ଷରେ ଟି -୨୦ ସିରିଜ ଖେଳିବାକୁ ପଡିବ। ଏହା ପରେ ଟି -୨୦ ବିଶ୍ୱକପ ଖେଳାଯିବ।
The post ପାକିସ୍ତାନ କୋଚ୍ ହେବାକୁ ମନା କଲେ ଏହି ଭେଟେରାନ୍, ପିସିବିର ବଢ଼ିଲା ଚିନ୍ତା appeared first on Dharitri Odia News.