ପାକିସ୍ତାନ ଛାଡିଲେଣି ପାକିସ୍ତାନୀ, କାଉଣ୍ଟଡାଉନ ଆରମ୍ଭ!

ନୂଆଦିଲ୍ଲୀ,୨୫।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନକୁ ଦେଖି ଛାନିଆ ହେଲାଣି ପାକିସ୍ତାନ। ଯେକୌଣସି ମୁହୂର୍ତ୍ତରେ ହୋଇପାରେ କାର୍ଯ୍ୟାନୁଷ୍ଠାନ। ସୀମାରେ ତୟାର ହେଲାଣି ଭାରତୀୟ ସେନା। ବେଳ ଥାଉ ଥାଉ ସୁରକ୍ଷା ଚିନ୍ତା କଲାଣି ପାକିସ୍ତାନ। ଏଭଳି ସ୍ଥିତିରେ ବର୍ତ୍ତିବା ପାଇଁ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ନିଜ ପରିବାର ଲୋକଙ୍କୁ ବିଦେଶ ପଠାଇ ଦେଇଛନ୍ତି। ରିପୋର୍ଟ ଅନୁସାରେ, ପାକିସ୍ତାନ ସେନାର ଅନେକ ଅଧିକାରୀ ନିଜ ପରିବାରକୁ ଘରୋଇ ବିମାନ ଯୋଗେ ବ୍ରିଟେନ […] The post ପାକିସ୍ତାନ ଛାଡିଲେଣି ପାକିସ୍ତାନୀ, କାଉଣ୍ଟଡାଉନ ଆରମ୍ଭ! appeared first on Dharitri Odia News.

ପାକିସ୍ତାନ ଛାଡିଲେଣି ପାକିସ୍ତାନୀ, କାଉଣ୍ଟଡାଉନ ଆରମ୍ଭ!

ନୂଆଦିଲ୍ଲୀ,୨୫।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନକୁ ଦେଖି ଛାନିଆ ହେଲାଣି ପାକିସ୍ତାନ। ଯେକୌଣସି ମୁହୂର୍ତ୍ତରେ ହୋଇପାରେ କାର୍ଯ୍ୟାନୁଷ୍ଠାନ। ସୀମାରେ ତୟାର ହେଲାଣି ଭାରତୀୟ ସେନା। ବେଳ ଥାଉ ଥାଉ ସୁରକ୍ଷା ଚିନ୍ତା କଲାଣି ପାକିସ୍ତାନ। ଏଭଳି ସ୍ଥିତିରେ ବର୍ତ୍ତିବା ପାଇଁ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ନିଜ ପରିବାର ଲୋକଙ୍କୁ ବିଦେଶ ପଠାଇ ଦେଇଛନ୍ତି। ରିପୋର୍ଟ ଅନୁସାରେ, ପାକିସ୍ତାନ ସେନାର ଅନେକ ଅଧିକାରୀ ନିଜ ପରିବାରକୁ ଘରୋଇ ବିମାନ ଯୋଗେ ବ୍ରିଟେନ ଏବଂ ନ୍ୟୁଜର୍ସି ପଠାଇଛନ୍ତି।

ପହଲଗାମ ଆତଙ୍କବାଦୀ ଆକ୍ରମଣର ୪୮ ଘଣ୍ଟା ମଧ୍ୟରେ ଭାରତ ଯୁଦ୍ଧଜାହାଜ INS ସୁରତରୁ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା, ଯାହା ଆରବ ସାଗରରେ ଶତ୍ରୁମାନଙ୍କୁ ଏକ କଡ଼ା ସନ୍ଦେଶ ଦେଇଥିଲା। ପାକିସ୍ତାନ ଆରବ ସାଗରରେ ଗୁଳିଚାଳନା ଅଭ୍ୟାସ ଆରମ୍ଭ କଲା, ଜବାବରେ ଭାରତୀୟ ନୌସେନା ବିମାନ ବାହକ INS ବିକ୍ରାନ୍ତକୁ ସମୁଦ୍ରରେ ଅବତରଣ କରାଇଥିଲା। INS ବିକ୍ରାନ୍ତରେ MiG-29K ଲଢ଼ୁଆ ବିମାନ ଏବଂ ହେଲିକପ୍ଟର ନିୟୋଜିତ କରାଯାଇଛି। ଏହି ସମୟରେ, ପହଲଗାମ ଆକ୍ରମଣ ପରେ ପରିସ୍ଥିତି ସମୀକ୍ଷା କରିବା ପାଇଁ ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶୁକ୍ରବାର ଶ୍ରୀନଗରରେ ପହଞ୍ଚିଥିଲେ। ଏହି ସମୟରେ ସେନା ମୁଖ୍ୟଙ୍କ ସହିତ ସେନାର ଉତ୍ତର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଏମଭି ସୁଚିନ୍ଦ୍ର କୁମାର ମଧ୍ୟ ଥିଲେ।

The post ପାକିସ୍ତାନ ଛାଡିଲେଣି ପାକିସ୍ତାନୀ, କାଉଣ୍ଟଡାଉନ ଆରମ୍ଭ! appeared first on Dharitri Odia News.