ପାକିସ୍ତାନ ଦାବିକଲା ହାଇବ୍ରିଡ୍ ମଡେଲ: ଭାରତ ଦେଲା କଡ଼ା ଜବାବ
ନୂଆଦିଲ୍ଲୀ,୪।୧୨: ଚାମ୍ପିୟନ୍ସ ଟ୍ରଫିକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଏବଂ ବିସିସିଆଇ ମଧ୍ୟରେ ଚାଲିଥିବା ବିବାଦ ସମାଧାନ ହେବାର ସମ୍ଭାବନା ବାଟ ଫିଟୁନାହିଁ। ହାଇବ୍ରିଡ୍ ମଡେଲ ଗ୍ରହଣ କରିବାକୁ ପାକିସ୍ତାନ ରାଜି ହେବା ପରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାର ସମ୍ଭାବନା ଦେଖା ଦେଇଥିଲା। ତେବେ ଭାରତର ସମସ୍ତ ମ୍ୟାଚ ଦୁବାଇରେ ଅନୁଷ୍ଠିତ ହେବା ସହିତ ପାକିସ୍ତାନ ଆଉ କିଛି ସର୍ତ୍ତ ରଖିଥିଲା। ବର୍ତମାନ ଆସିଥିବା ରିପୋର୍ଟରୁ ଏହା ଜଣା ପଡିଛି ଯେ, ବିସିସିଆଇ […] The post ପାକିସ୍ତାନ ଦାବିକଲା ହାଇବ୍ରିଡ୍ ମଡେଲ: ଭାରତ ଦେଲା କଡ଼ା ଜବାବ appeared first on Dharitri Odia News.
ନୂଆଦିଲ୍ଲୀ,୪।୧୨: ଚାମ୍ପିୟନ୍ସ ଟ୍ରଫିକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଏବଂ ବିସିସିଆଇ ମଧ୍ୟରେ ଚାଲିଥିବା ବିବାଦ ସମାଧାନ ହେବାର ସମ୍ଭାବନା ବାଟ ଫିଟୁନାହିଁ। ହାଇବ୍ରିଡ୍ ମଡେଲ ଗ୍ରହଣ କରିବାକୁ ପାକିସ୍ତାନ ରାଜି ହେବା ପରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାର ସମ୍ଭାବନା ଦେଖା ଦେଇଥିଲା।
ତେବେ ଭାରତର ସମସ୍ତ ମ୍ୟାଚ ଦୁବାଇରେ ଅନୁଷ୍ଠିତ ହେବା ସହିତ ପାକିସ୍ତାନ ଆଉ କିଛି ସର୍ତ୍ତ ରଖିଥିଲା। ବର୍ତମାନ ଆସିଥିବା ରିପୋର୍ଟରୁ ଏହା ଜଣା ପଡିଛି ଯେ, ବିସିସିଆଇ ପାକିସ୍ତାନର ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛି। ଯେଉଁଥିରେ ପାକିସ୍ତାନ ଦାବି କରୁଥିଲା କି ଭାରତରେ ହେବାକୁ ଥିବା ଆଇସିସି ଟୁର୍ଣ୍ଣାମେଣ୍ଟ ମଧ୍ୟ ହାଇବ୍ରିଡ୍ ମଡେଲରେ ହେବ।
ଆଗାମୀ ଆଇସିସି ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନ ଆୟୋଜନ କରୁଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ବିସିସିଆଇ ଏହାର ଟିମକୁ ପଠାଇବାକୁ ମନା କରିଦେଇଛି। ଦି ଟେଲିଗ୍ରାଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ବିସିସିଆଇ ପଶିବିର ସର୍ତ୍ତକୁ ପ୍ରତ୍ୟାଖାନ କରି କହିଛି ଯେ ଦେଶରେ ‘ସୁରକ୍ଷା ବିପଦ’ ନ ଥିବାରୁ ଭାରତରେ ଆୟୋଜିତ ହେଉଥିବା ଆଇସିସି ଇଭେଣ୍ଟ ପାଇଁ ହାଇବ୍ରିଡ୍ ମଡେଲ୍ ଗ୍ରହଣ କରାଯାଇପାରିବ ନାହିଁ। ରିପୋର୍ଟ ଅନୁଯାୟୀ ବିସିସିଆଇ ମଙ୍ଗଳବାର ଆଇସିସିକୁ ଏକ ସ୍ପଷ୍ଟ ବାର୍ତ୍ତା ପଠାଇଛି ଯାହା ଟୁର୍ଣ୍ଣାମେଣ୍ଟର ଭବିଷ୍ୟତ ନିର୍ଦ୍ଧାରଣ କରିପାରେ।
କାରଣ ଆସନ୍ତା ଦଶନ୍ଧିରେ ଶ୍ରୀଲଙ୍କା ସହ ମିଳିତ ଭାବେ ମହିଳା ଦିନିକିଆ ବିଶ୍ୱକପ ୨୦୨୫ ଏବଂ ଟି -୨୦ ବିଶ୍ୱକପ ସମେତ ଭାରତ ଆସନ୍ତା ଦଶନ୍ଧିରେ ଏକାଧିକ ଆଇସିସି ଇଭେଣ୍ଟ ଆୟୋଜନ କରିବାର କାର୍ୟ୍ୟକ୍ରମ ରହିଛି। ୨୦୨୯ ଚାମ୍ପିଅନ୍ସ ଟ୍ରଫି ଏବଂ ୨୦୩୧ ଦିନିକିଆ ବିଶ୍ୱକପ ମଧ୍ୟ ଭାରତରେ ଅନୁଷ୍ଠିତ ହେବାର କାର୍ୟ୍ୟକ୍ରମ ରହିଛି।
ତେବେ ଏହି ଘଟଣାରେ ଆଇସିସି କହିଛି ଯେ, ସମସ୍ତ ସମ୍ପୃକ୍ତ ପକ୍ଷ ଉପୁଜିଥିବା ସଙ୍କଟ ଦୂର କରିବା ପାଇଁ ଏକ ସମାଧାନ ଦିଗରେ କାର୍ଯ୍ୟ କରୁଛନ୍ତି ଏବଂ ଆସନ୍ତା କିଛି ଦିନ ମଧ୍ୟରେ ଆଇସିସି ବୋର୍ଡ ପୁନର୍ଗଠନ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି।
ଅନ୍ୟପଟେ ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟ ଆସନ୍ତା ବର୍ଷ ଚାମ୍ପିଅନ୍ସ ଟ୍ରଫି ପାଇଁ ଆୟୋଜନ ଅଧିକାର ହରାଇପାରେ ଯଦି ଏହି ପ୍ରସଙ୍ଗରେ ଜିଦ୍ ଜାରି ରଖେ। ପୂର୍ବରୁ ଆଇସିସି ଟୁର୍ଣ୍ଣାମେଣ୍ଟକୁ ଅନ୍ୟ ଦେଶକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଲେ ବୋର୍ଡ ପୂର୍ବରୁ ଚାମ୍ପିଅନ୍ସ ଟ୍ରଫିରୁ ଓହରିଯିବାକୁ ଧମକ ଦେଇଥିଲା।
The post ପାକିସ୍ତାନ ଦାବିକଲା ହାଇବ୍ରିଡ୍ ମଡେଲ: ଭାରତ ଦେଲା କଡ଼ା ଜବାବ appeared first on Dharitri Odia News.