ପାକିସ୍ତାନ ନିର୍ବାଚନ ରାଲିରେ ରାଜେଶ ଖାନ୍ନାଙ୍କ ଡାଇଲଗ

ଇସଲାମବାଦ,୨୨।୧୨: ସରଗରମ ହେଲାଣି ପାକିସ୍ତାନ ରାଜନୀତି। ୨୪ରେ ହେବାକୁ ଯାଉଛି ନିର୍ବାଚନ। ଏହି ସମୟରେ ଦେଶର ସବୁ ରାଜନୈତିକ ଦଳ ଅଣ୍ଟା ଭିଡିଲେଣି। ଏହାରି ଭିତରେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ ଖାନ୍‌ ଜେଲରେ ଥାଇ ମଧ୍ୟ ପ୍ରଚାର ପ୍ରସାର କରୁଛନ୍ତି। ଇମ୍ରାନଙ୍କ ଲିଖିତ ଭାଷଣକୁ ଏଆଇ ଟୁଲ ଦ୍ୱାରା ମୋଡିଫାଇ କରାଯାଇ ତାଙ୍କରି ସ୍ବରରେ ପ୍ରଚାର କରାଯାଉଛି। ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ଭାଷଣରେ କୁହାଯାଇଛି, ଫେବୃୟାରୀ ୮ରେ […] The post ପାକିସ୍ତାନ ନିର୍ବାଚନ ରାଲିରେ ରାଜେଶ ଖାନ୍ନାଙ୍କ ଡାଇଲଗ appeared first on Dharitri Odia News.

ପାକିସ୍ତାନ ନିର୍ବାଚନ ରାଲିରେ ରାଜେଶ ଖାନ୍ନାଙ୍କ ଡାଇଲଗ

ଇସଲାମବାଦ,୨୨।୧୨: ସରଗରମ ହେଲାଣି ପାକିସ୍ତାନ ରାଜନୀତି। ୨୪ରେ ହେବାକୁ ଯାଉଛି ନିର୍ବାଚନ। ଏହି ସମୟରେ ଦେଶର ସବୁ ରାଜନୈତିକ ଦଳ ଅଣ୍ଟା ଭିଡିଲେଣି। ଏହାରି ଭିତରେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ ଖାନ୍‌ ଜେଲରେ ଥାଇ ମଧ୍ୟ ପ୍ରଚାର ପ୍ରସାର କରୁଛନ୍ତି। ଇମ୍ରାନଙ୍କ ଲିଖିତ ଭାଷଣକୁ ଏଆଇ ଟୁଲ ଦ୍ୱାରା ମୋଡିଫାଇ କରାଯାଇ ତାଙ୍କରି ସ୍ବରରେ ପ୍ରଚାର କରାଯାଉଛି। ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ଭାଷଣରେ କୁହାଯାଇଛି, ଫେବୃୟାରୀ ୮ରେ ପାକିସ୍ତାନ ବାସିନ୍ଦା ଘରୁ ବାହାରି ମତଦାନ କରନ୍ତୁ। ଏଥିସହ ଇମ୍ରାନ ବଲିଉଡ ଷ୍ଟାର ରାଜେଶ ଖାନ୍ନାଙ୍କ ଲୋକପ୍ରିୟ ଡାଇଲଗ ମଧ୍ୟ କହୁଛନ୍ତି।

ଏହି ଡାଇଲଗଟି ୧୯୭୧ରେ ରିଲିଜ ହୋଇଥିବା ଫିଲ୍ମ ଆନନ୍ଦର। ଫିଲ୍ମର ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଆନନ୍ଦ(ରାଜେଶ ଖାନ୍ନା)ଶେଷ ମୂହୁର୍ତ୍ତରେ କ୍ୟାନସରରେ ପୀଡିତ ହେଉଛନ୍ତି। ତାଙ୍କ ପାଖରେ ତାଙ୍କ ବନ୍ଧୁ ବିଗ୍‌ ବି ଅମିତାଭ ବଚ୍ଚନ ଅଛନ୍ତି, ଯିଏକି ଫିଲ୍ମରେ ତାଙ୍କ ବନ୍ଧୁ ହେବା ସହ ଡାକ୍ତର ଚରିତ୍ରରେ ଅଭିନୟ କରୁଛନ୍ତି। ବହୁଚେଷ୍ଟା କରି ମଧ୍ୟ ଆନନ୍ଦ ବଞ୍ଚି ପାରୁ ନାହାନ୍ତି। ଯେତେବେଳେ ଆନନ୍ଦଙ୍କ ମୃତ୍ୟୁ ହେଉଛି ସେହି ସମୟରେ ତାଙ୍କର ଏକ ରେକର୍ଡ ଭଏସ ହସ୍ପିଟାଲ ରୁମ୍‌ରେ ବାଜି ଉଠୁଛି। ତାହାହେଉଛି, ‘ବାବୁ ମୋଶାଏ, ଜିନ୍ଦେଗୀ ଔର ମୋତ ଉପରବାଲା କି ହାତ ମେଁ ହୋତା ହେ, ଜାହାଁପନା…ଉସେ ନା ଆପ ବଦଲ ସକତେ ହେ ନା ମେଁ’।

ଏହି ଫିଲ୍ମର ଏହି ଡାଇଲଗ ଦର୍ଶକଙ୍କ ମନ କିଣି ନେଇଥିଲା। ଏହି ଡାଇଲଗକୁ ଗୁଲଜାର ଲେଖିଥିଲେ। ତେବେ ଇମ୍ରାନ ତାଙ୍କ ୪ମିନିଟର ସମ୍ବୋଧନ ଅନ୍ତରେ ରାଜେଶଙ୍କ ଡାଇଲଗକୁ ଉର୍ଦ୍ଦୁରେ ଉପସ୍ଥାପନ କରୁଛନ୍ତି। ସେ କହିଛନ୍ତି, ‘ଜିନ୍ଦେଗୀ ଔର ମୋତ ଇଜ୍ଜତ ତଲା କେ ହାତ ମେଁ ହେ। ଇସିଲିଏ କିସି ସେ ନା ଡରେ ଔର ୮ଫେବୃୟାରୀ କୋ ଆକେ ଭୋଟ ଦେ’।

The post ପାକିସ୍ତାନ ନିର୍ବାଚନ ରାଲିରେ ରାଜେଶ ଖାନ୍ନାଙ୍କ ଡାଇଲଗ appeared first on Dharitri Odia News.