ପାକିସ୍ତାନ ନିର୍ବାଚନରେ ରାଜନୈତିକ ଦଳଙ୍କୁ କବରସ୍ତାନ-ଗଧଗାଡ଼ି-ବାଇଗଣ ଭଳି ଚିହ୍ନ…
ଇସଲାମାବାଦ,୫।୨ : ନିର୍ବାଚନ ସମୟରେ, ପ୍ରାର୍ଥୀ ଏବଂ ଦଳମାନଙ୍କୁ ନିର୍ବାଚନୀ ଚିହ୍ନ ବଣ୍ଟନ କରାଯାଇଥାଏ। ଫେବୃଆରୀ ୮ରେ ପାକିସ୍ତାନରେ ହେବାକୁଥିବା ନିର୍ବାଚନ ପାଇଁ ରାଜନୈତିକ ଦଳଙ୍କୁ ଦିଆ ଯାଇଥିବା ନିର୍ବାଚନୀ ଚିହ୍ନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିଭିନ୍ନ ନେତାଙ୍କୁ ଗଧ ଗାଡ଼ି, କବରସ୍ତାନ, ତାୱା ନିର୍ବାଚନୀ ଚିହ୍ନ ମିଳିଛି। ସାଧାରଣତଃ ରକେଟ, କୃଷକ, ଫୁଲ, ମେସିନ ଇତ୍ୟାଦି ନିର୍ବାଚନର ଜିହ୍ନ ଭାବରେ ପ୍ରଦାନ କରାଯାଇଥାଏ କିନ୍ତୁ ପାକିସ୍ତାନରେ କବରସ୍ଥାନ ଏବଂ କବର ପଥର ମଧ୍ୟ ନିର୍ବାଚନ […] The post ପାକିସ୍ତାନ ନିର୍ବାଚନରେ ରାଜନୈତିକ ଦଳଙ୍କୁ କବରସ୍ତାନ-ଗଧଗାଡ଼ି-ବାଇଗଣ ଭଳି ଚିହ୍ନ… appeared first on Dharitri Odia News.
ଇସଲାମାବାଦ,୫।୨ : ନିର୍ବାଚନ ସମୟରେ, ପ୍ରାର୍ଥୀ ଏବଂ ଦଳମାନଙ୍କୁ ନିର୍ବାଚନୀ ଚିହ୍ନ ବଣ୍ଟନ କରାଯାଇଥାଏ। ଫେବୃଆରୀ ୮ରେ ପାକିସ୍ତାନରେ ହେବାକୁଥିବା ନିର୍ବାଚନ ପାଇଁ ରାଜନୈତିକ ଦଳଙ୍କୁ ଦିଆ ଯାଇଥିବା ନିର୍ବାଚନୀ ଚିହ୍ନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିଭିନ୍ନ ନେତାଙ୍କୁ ଗଧ ଗାଡ଼ି, କବରସ୍ତାନ, ତାୱା ନିର୍ବାଚନୀ ଚିହ୍ନ ମିଳିଛି।
ସାଧାରଣତଃ ରକେଟ, କୃଷକ, ଫୁଲ, ମେସିନ ଇତ୍ୟାଦି ନିର୍ବାଚନର ଜିହ୍ନ ଭାବରେ ପ୍ରଦାନ କରାଯାଇଥାଏ କିନ୍ତୁ ପାକିସ୍ତାନରେ କବରସ୍ଥାନ ଏବଂ କବର ପଥର ମଧ୍ୟ ନିର୍ବାଚନ ଚିହ୍ନ ଭାବରେ ପ୍ରଦାନ କରାଯାଇଛି।
ପାକିସ୍ତାନର ନିର୍ବାଚନ ଆୟୋଗଙ୍କ ଦ୍ୱାରା ଦିଆଯାଇଥିବା ନିର୍ବାଚନ ଚିହ୍ନ ଗୁଡ଼ିକରେ ଜୋତା, ୱାଶ ମେସିନ, ଚିମୁଟା, ଯନ୍ତା, ନେଲ କଟର, ମୋବାଇଲ ଫୋନ ଚାର୍ଜର, ସିମ କାର୍ଡ, ସ୍କ୍ରୁ, ଚାମଚ ଆଦି ଅନ୍ତର୍ଭୁକ୍ତ। ଏଭଳି ଚିହ୍ନ ପ୍ରାର୍ଥୀମାନଙ୍କୁ ଉପହାସ ପରି ବୋଲି ବିବେଚନା କରାଯାଉଛି।
ନିର୍ବାଚନ ପୂର୍ବରୁ ପାକିସ୍ତାନରେ ଏହା ଉପରେ ରାଜନୀତି ଆରମ୍ଭ ହୋଇଛି। ପାକିସ୍ତାନ ତେହେରିକ-ଇ-ଇନସାଫ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟିର ପ୍ରାର୍ଥୀମାନଙ୍କୁ ପ୍ରଦାନ କରାଯାଇଥିବା ନିର୍ବାଚନ ଚିହ୍ନ ଏକ ଅଡୁଆ ସୃଷ୍ଟି କରିଛି। ଇସିଙ୍କୁ ନିର୍ବାଚନ ଚିହ୍ନ ବଦଳାଇବାକୁ ପଡିବ ବୋଲି କୁହାଯାଉଛି। ପିଟିଆଇ ନେତାମାନେ ମଧ୍ୟ ଅଭିଯୋଗ କରିଛନ୍ତି ସେମାନଙ୍କ ପ୍ରାର୍ଥୀଙ୍କୁ ଅପମାନଜନକ ତଥା ଆପତ୍ତିଜନକ ନିର୍ବାଚନ ଚିହ୍ନ ଦିଆଯାଇଛି।
The post ପାକିସ୍ତାନ ନିର୍ବାଚନରେ ରାଜନୈତିକ ଦଳଙ୍କୁ କବରସ୍ତାନ-ଗଧଗାଡ଼ି-ବାଇଗଣ ଭଳି ଚିହ୍ନ… appeared first on Dharitri Odia News.