ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ମନ୍ତ୍ରୀଙ୍କ ବଡ଼ ବୟାନ- ଜଳ ବିବାଦ ସମାଧାନ ନ ହେଲେ ଭାଙ୍ଗିପାରେ ଅସ୍ତ୍ରବିରତି
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଗତ ଶନିବାର ସନ୍ଧ୍ୟା ୫ଟାରେ ଅସ୍ତ୍ରବିରତି ଲାଗୁ ହୋଇଛି। ଏହା ପରଠୁ ସୀମାରେ ଉତ୍ତେଜନା ହ୍ରାସ ପାଇଛି। ସୋମବାର ଦୁଇ ଦେଶର ଡିଜିଏମଓ ମଧ୍ୟରେ ପ୍ରଥମ ବୈଠକ ବସିଥିଲା। ଏଥିରେ ଦୁଇ ଦେଶ ଅସ୍ତ୍ରବିରତି ଜାରି ରଖିବେ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥିସହ ସୀମାରେ କେହି କାହା ବିରୋଧରେ ଗୋଟିଏ ବି ଗୁଳି ନ ଚଳାଇବା ପାଇଁ ରାଜି ହୋଇଛନ୍ତି। ଅସ୍ତ୍ରବିରତି ନେଇ ରାଜି ହେବାର କିଛି ଘଣ୍ଟା ନ ପୂରୁଣୁ ପାକିସ୍ତାନର ମନ୍ତ୍ରୀ ପୁଣି ଥରେ ଅସ୍ତ୍ରବିରତି ଭାଙ୍ଗିବା ନେଇ ଚେତାବନୀ ଦେଇଛନ୍ତି।ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଡାର କହିଛନ୍ତି, ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ବିବାଦର ସମାଧାନ ନ ହୁଏ ତେବେ ଅସ୍ତ୍ରବିରତି ଅଧିକ ଦିନ ଚାଲି ପାରିବ ନାହିଁ। ଯଦି ଜଳ ବଣ୍ଟନ ଉପରେ କୌଣସି ରାଜିନାମା ନ ହୁଏ ତେବେ ଏହାକୁ ‘ଆକ୍ଟ ଅଫ ଓ୍ଵାର’ ବିବେଚନା କରାଯିବ। ସେ କାଶ୍ମୀର ପ୍ରସଙ୍ଗକୁ ପୂରା ଲଢେଇର ମୂଳ କାରଣ ବୋଲି ଦର୍ଶାଇଛନ୍ତି। ସିନ୍ଧୁ ସମେତ ଅନ୍ୟ ଶାଖା ନଦୀକୁ ନେଇ ଜଳ ବଣ୍ଟନ ସର୍ବଦା ଦୁଇ ଦେଶ ମଧ୍ୟରେ ବିବାଦର କାରଣ ରହିଛି। ପହଲଗାମ ହମଲା ପରେ ଭାରତ ୧୯୬୦ର ସିନ୍ଧୁ ଜଳ ଚୁକ୍ତିନାମାକୁ ପ୍ରଥମ ଥର ରଦ୍ଦ କରିଥିଲା। ଏବେ ପୁଣି ଥରେ ଜଳ ପ୍ରସଙ୍ଗ ଦୁଇ ଦେଶ ମଧ୍ୟରେ ସଂଘର୍ଷର କାରଣ ହେବାକୁ ଯାଉଛି। ପାକିସ୍ତାନକୁ ଘାରିଛି ଭୟ ସିନ୍ଧୁ ଜଳ ଚୁକ୍ତିନାମା ବାତିଲ ହେବା ପରେ
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଗତ ଶନିବାର ସନ୍ଧ୍ୟା ୫ଟାରେ ଅସ୍ତ୍ରବିରତି ଲାଗୁ ହୋଇଛି। ଏହା ପରଠୁ ସୀମାରେ ଉତ୍ତେଜନା ହ୍ରାସ ପାଇଛି। ସୋମବାର ଦୁଇ ଦେଶର ଡିଜିଏମଓ ମଧ୍ୟରେ ପ୍ରଥମ ବୈଠକ ବସିଥିଲା। ଏଥିରେ ଦୁଇ ଦେଶ ଅସ୍ତ୍ରବିରତି ଜାରି ରଖିବେ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥିସହ ସୀମାରେ କେହି କାହା ବିରୋଧରେ ଗୋଟିଏ ବି ଗୁଳି ନ ଚଳାଇବା ପାଇଁ ରାଜି ହୋଇଛନ୍ତି। ଅସ୍ତ୍ରବିରତି ନେଇ ରାଜି ହେବାର କିଛି ଘଣ୍ଟା ନ ପୂରୁଣୁ ପାକିସ୍ତାନର ମନ୍ତ୍ରୀ ପୁଣି ଥରେ ଅସ୍ତ୍ରବିରତି ଭାଙ୍ଗିବା ନେଇ ଚେତାବନୀ ଦେଇଛନ୍ତି।
ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଡାର କହିଛନ୍ତି, ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ବିବାଦର ସମାଧାନ ନ ହୁଏ ତେବେ ଅସ୍ତ୍ରବିରତି ଅଧିକ ଦିନ ଚାଲି ପାରିବ ନାହିଁ। ଯଦି ଜଳ ବଣ୍ଟନ ଉପରେ କୌଣସି ରାଜିନାମା ନ ହୁଏ ତେବେ ଏହାକୁ ‘ଆକ୍ଟ ଅଫ ଓ୍ଵାର’ ବିବେଚନା କରାଯିବ। ସେ କାଶ୍ମୀର ପ୍ରସଙ୍ଗକୁ ପୂରା ଲଢେଇର ମୂଳ କାରଣ ବୋଲି ଦର୍ଶାଇଛନ୍ତି।
ସିନ୍ଧୁ ସମେତ ଅନ୍ୟ ଶାଖା ନଦୀକୁ ନେଇ ଜଳ ବଣ୍ଟନ ସର୍ବଦା ଦୁଇ ଦେଶ ମଧ୍ୟରେ ବିବାଦର କାରଣ ରହିଛି। ପହଲଗାମ ହମଲା ପରେ ଭାରତ ୧୯୬୦ର ସିନ୍ଧୁ ଜଳ ଚୁକ୍ତିନାମାକୁ ପ୍ରଥମ ଥର ରଦ୍ଦ କରିଥିଲା। ଏବେ ପୁଣି ଥରେ ଜଳ ପ୍ରସଙ୍ଗ ଦୁଇ ଦେଶ ମଧ୍ୟରେ ସଂଘର୍ଷର କାରଣ ହେବାକୁ ଯାଉଛି।
ପାକିସ୍ତାନକୁ ଘାରିଛି ଭୟ
ସିନ୍ଧୁ ଜଳ ଚୁକ୍ତିନାମା ବାତିଲ ହେବା ପରେ ପାକିସ୍ତାନକୁ ଡର ଯେ ଭାରତ ସିନ୍ଧୁ, ଚେନାବ ଏବଂ ଝେଲମ ନଦୀରେ ବନ୍ଧ ନିର୍ମାଣ କରି ଜଳ ପ୍ରବାହକୁ ପ୍ରଭାବିତ କରିପାରିବ। ପାକିସ୍ତାନର ପଞ୍ଜାବ ଏବଂ ସିନ୍ଧ ପ୍ରଦେଶ ସିନ୍ଧୁ ନଦୀର ପାଣି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଏପରି ପରିସ୍ଥିତିରେ ଯଦି ଭାରତ ପାଣିର କିଛି ଅଂଶକୁ ଅଟକାଇ ଦିଏ କିମ୍ବା ଏହାର ପ୍ରବାହକୁ ବଦଳାଇବାରେ ସଫଳ ହୁଏ, ତେବେ ପାକିସ୍ତାନକୁ ବହୁତ କ୍ଷତି ସହିବାକୁ ପଡ଼ିପାରେ।
କଣ ଥିଲା ସିନ୍ଧୁ ଜଳ ଚୁକ୍ତିନାମା
ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରବାହିତ ସିନ୍ଧୁ ନଦୀ ଓ ଏହାର ଶାଖା ନଦୀରେ ଜଳ ବଣ୍ଟନ ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୬୦ ମସିହା ସେପ୍ଟେମ୍ବର ୧୯ ତାରିଖରେ ଏକ ଚୁକ୍ତିନାମା ହୋଇଥିଲା। ଏହାକୁ ସିନ୍ଧୁ ଜଳ ଚୁକ୍ତିନାମା କୁହାଯାଏ। ଏହି ଚୁକ୍ତିନାମା ବିଶ୍ଵ ବ୍ୟାଙ୍କର ମଧ୍ୟସ୍ଥତାରେ ହୋଇଥିଲା। ଏହାର ଉଦ୍ଦେଶ୍ୟ ସିନ୍ଧୁ ନଦୀ ଓ ଏହାର ଶାଖା ନଦୀର ଜଳ ଦୁଇ ଦେଶ ମଧ୍ୟରେ ସୁଷମ ବଣ୍ଟନ ହୋଇପାରିବ।
କରାଚିରେ ତତ୍କାଳୀନ ଭାରତୀୟ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଆୟୁବ ଖାନ ଏହି ଚୁକ୍ତିନାମାରେ ସ୍ଵାକ୍ଷର କରିଥିଲେ। ସିନ୍ଧୁ ନଦୀ ପ୍ରଣାଳୀରେ ଛଅ ନଦୀ ରହିଛି। ଏଥିରେ ସିନ୍ଧୁ, ସତଲେଜ, ଝେଲମ, ଚେନାବ, ରବି ଓ ବ୍ୟାସ୍ ନଦୀ ସାମିଲ। ଏହି ରାଜିନାମା ଅନୁସାରେ ଭାରତ ସିନ୍ଧୁ ନଦୀ ପ୍ରଣାଳୀର ମାତ୍ର ୨୦ ପ୍ରତିଶତ ପାଣି ବ୍ୟବହାର କରି ପାରିବ। ବାକି ୮୦ ପ୍ରତିଶତ ପାଣି ପାକିସ୍ତାନକୁ ପ୍ରବାହିତ ହୁଏ। ସିନ୍ଧୁ ନଦୀକୁ ପାକିସ୍ତାନର ଜୀବନ ରେଖା କୁହାଯାଏ।