ପାକିସ୍ତାନ ସହ ଭାରତର କ୍ରିକେଟ୍‌ ମ୍ୟାଚ୍‌ ହେବ କି ? ରୋକ୍‌ଠୋକ୍‌ ଜବାବ ଦେଲେ ଗମ୍ଭୀର

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଏବେ ଚରମସୀମାରେ। ଉଭୟ ଦେଶ ସୀମାରେ ସାମରିକ ଅଭ୍ୟାସକୁ ଜୋରଦାର କରିଛନ୍ତି। ଏହାରି ଭିତରେ ପାକିସ୍ତାନ ସହିତ ଭବିଷ୍ୟତରେ କ୍ରିକେଟ୍ ମ୍ୟାଚ୍ ହେବ କି ନାହିଁ? ଏହି ପ୍ରଶ୍ନ ଭାରତର ହେଡ୍ କୋଚ୍‌ ଗୌତମ ଗମ୍ଭୀରଙ୍କୁ ପ୍ରଶ୍ନ କରାଯାଇଥିଲା। India@2047 Summitରେ ପଚରାଯାଇଥିବା ପ୍ରଶ୍ନରେ ଗମ୍ଭୀର ଉତ୍ତର ଦେଇଥିଲେ ଯେ- ପାକିସ୍ତାନ ସହିତ ଖେଳିବା କି ନାହିଁ ତାହା ସରକାର ନିଷ୍ପତ୍ତି ନେବେ। କିନ୍ତୁ କୌଣସି କ୍ରିକେଟ୍ ମ୍ୟାଚ୍ କିମ୍ବା କୌଣସି ଫିଲ୍ମ ଆମ ଲୋକଙ୍କଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପାରିବ ନାହିଁ। ଆମର ସ୍ୟୈନିକଙ୍କ ଜୀବନଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କିଛି ହୋଇପାରେ ନାହିଁ।ଗତ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନରେ କ୍ରିକେଟ୍‌ ଖେଳିବାକୁ ରୋକ୍‌ଠୋକ୍‌ ମନା କରିଦେଇଥିଲା ବିସିସିଆଇ। ଫଳରେ ଆୟୋଜକ ପାକିସ୍ତାନ ଗାଲରେ ଶକ୍ତ ଚାପୁଡା ଲାଗିଥିଲା। ଫଳରେ ପାକିସ୍ତାନ ସମେତ ଅନ୍ୟ ସମସ୍ତ ମ୍ୟାଚ ବିଶେଷ କରି ସେମି ଫାଇନାଲ ଓ ଫାଇନାଲ ମ୍ୟାଚ୍‌ ଦୁବାଇରେ ଖେଳିଥିଲା ଭାରତ। ୨୦୧୧ ବିଶ୍ୱକପ୍‌ରେ ତାଙ୍କ ଇନିଂସ୍ ସହିତ ଜଡିତ ପ୍ରଶ୍ନରେ ଗମ୍ଭୀର କହିଛନ୍ତି, ଜଣେ ସାଧାରଣ ଲୋକ ମୋତେ ସେହି ଇନିଂସ ପାଇଁ ବହୁତ ଭଲପାଇବା ଦେଇଛନ୍ତି। ଆମେ ପ୍ରଶଂସା ପାଇଁ କ୍ରିକେଟ୍ ଖେଳୁନାହୁଁ। ବ୍ୟକ୍ତିଗତ ସ୍କୋର୍ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। ବିରାଟ କୋହଲିଙ୍କ ସହ ବନ୍ଧୁତା ପ୍ରଶ୍ନରେ ଗୌତ

ପାକିସ୍ତାନ ସହ ଭାରତର କ୍ରିକେଟ୍‌ ମ୍ୟାଚ୍‌ ହେବ କି ? ରୋକ୍‌ଠୋକ୍‌ ଜବାବ ଦେଲେ ଗମ୍ଭୀର

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଏବେ ଚରମସୀମାରେ। ଉଭୟ ଦେଶ ସୀମାରେ ସାମରିକ ଅଭ୍ୟାସକୁ ଜୋରଦାର କରିଛନ୍ତି। ଏହାରି ଭିତରେ ପାକିସ୍ତାନ ସହିତ ଭବିଷ୍ୟତରେ କ୍ରିକେଟ୍ ମ୍ୟାଚ୍ ହେବ କି ନାହିଁ? ଏହି ପ୍ରଶ୍ନ ଭାରତର ହେଡ୍ କୋଚ୍‌ ଗୌତମ ଗମ୍ଭୀରଙ୍କୁ ପ୍ରଶ୍ନ କରାଯାଇଥିଲା। India@2047 Summitରେ ପଚରାଯାଇଥିବା ପ୍ରଶ୍ନରେ ଗମ୍ଭୀର ଉତ୍ତର ଦେଇଥିଲେ ଯେ- ପାକିସ୍ତାନ ସହିତ ଖେଳିବା କି ନାହିଁ ତାହା ସରକାର ନିଷ୍ପତ୍ତି ନେବେ। କିନ୍ତୁ କୌଣସି କ୍ରିକେଟ୍ ମ୍ୟାଚ୍ କିମ୍ବା କୌଣସି ଫିଲ୍ମ ଆମ ଲୋକଙ୍କଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପାରିବ ନାହିଁ। ଆମର ସ୍ୟୈନିକଙ୍କ ଜୀବନଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କିଛି ହୋଇପାରେ ନାହିଁ।

ଗତ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନରେ କ୍ରିକେଟ୍‌ ଖେଳିବାକୁ ରୋକ୍‌ଠୋକ୍‌ ମନା କରିଦେଇଥିଲା ବିସିସିଆଇ। ଫଳରେ ଆୟୋଜକ ପାକିସ୍ତାନ ଗାଲରେ ଶକ୍ତ ଚାପୁଡା ଲାଗିଥିଲା। ଫଳରେ ପାକିସ୍ତାନ ସମେତ ଅନ୍ୟ ସମସ୍ତ ମ୍ୟାଚ ବିଶେଷ କରି ସେମି ଫାଇନାଲ ଓ ଫାଇନାଲ ମ୍ୟାଚ୍‌ ଦୁବାଇରେ ଖେଳିଥିଲା ଭାରତ। 

୨୦୧୧ ବିଶ୍ୱକପ୍‌ରେ ତାଙ୍କ ଇନିଂସ୍ ସହିତ ଜଡିତ ପ୍ରଶ୍ନରେ ଗମ୍ଭୀର କହିଛନ୍ତି, ଜଣେ ସାଧାରଣ ଲୋକ ମୋତେ ସେହି ଇନିଂସ ପାଇଁ ବହୁତ ଭଲପାଇବା ଦେଇଛନ୍ତି। ଆମେ ପ୍ରଶଂସା ପାଇଁ କ୍ରିକେଟ୍ ଖେଳୁନାହୁଁ। ବ୍ୟକ୍ତିଗତ ସ୍କୋର୍ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। 

ବିରାଟ କୋହଲିଙ୍କ ସହ ବନ୍ଧୁତା ପ୍ରଶ୍ନରେ ଗୌତମ ଗମ୍ଭୀର କହିଛନ୍ତି, ଆମେ ବନ୍ଧୁ ଥିଲୁ ଏବଂ ବନ୍ଧୁ ରହିବୁ। ସମସ୍ତଙ୍କ ପାଇଁ ଏହା ଜାଣିବା ଗୁରୁତ୍ୱପୂର୍ଣ୍ଣ ଯେ ଯେତେବେଳେ ତୁମେ ପଡ଼ିଆରେ ବିଭିନ୍ନ ଦଳ ପାଇଁ ଖେଳ, ତୁମର ଲଢ଼ିବାର ଅଧିକାର ଅଛି, କିନ୍ତୁ ପଡ଼ିଆ ବାହାରେ ତୁମର ସମ୍ପର୍କ କି ପ୍ରକାରର, ତାହା ସମସ୍ତଙ୍କୁ ଜଣା ନାହିଁ ଏବଂ ଜାଣିବା ଉଚିତ୍ ନୁହେଁ।

ଗମ୍ଭୀରଙ୍କୁ ବିରାଟ କୋହଲି ଏବଂ ରୋହିତ ଶର୍ମା ୨୦୨୭ ବିଶ୍ୱକପ୍‌ରେ ଖେଳିବେ କି ନାହିଁ। ଏହା ଉପରେ ଗମ୍ଭୀର କହିଛନ୍ତି ଯେ, ଯେପର୍ଯ୍ୟନ୍ତ ସେମାନେ ଖେଳୁଛନ୍ତି, ସେପର୍ଯ୍ୟନ୍ତ ସେମାନେ ଦଳର ଏକ ଅଂଶ ରହିବେ। ଯେପର୍ଯ୍ୟନ୍ତ ସେମାନେ ପ୍ରଦର୍ଶନ କରି ଚାଲିବେ, ସେପର୍ଯ୍ୟନ୍ତ ସେମାନେ ଖେଳୁଥିବେ। ଯଦି ଜଣେ ଖେଳାଳି ୪୦ କିମ୍ବା ୪୫ ବର୍ଷ ବୟସରେ ମଧ୍ୟ ପ୍ରଦର୍ଶନ କରୁଛି, ତେବେ ସେ ଖେଳ ଜାରି ରଖିବ।