ପାକିସ୍ତାନ ସେନାର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ: କଡ଼ା ଜବାବ ଦେଲା ଭାରତ
ନୂଆଦିଲ୍ଲୀ,୪।୫: ପାକିସ୍ତାନ ସେନା ନିୟନ୍ତ୍ରଣ ରେଖା(LOC)ରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳି ଚାଳନା କରିଛି। ପାକିସ୍ତାନ ସେନା ଲଗାତାର ୧୦ ଦିନରେ ୩୩ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଜମ୍ମୁ ଏବଂ କଶ୍ମୀରର କୁପୱାରା, ବାରାମୁଲ୍ଲା, ପୁଞ୍ଚ, ରାଜୌରୀ, ମେନ୍ଧାର, ନୌଶେରା, ସୁନ୍ଦରବାନୀ ଏବଂ ଅଖନୁର ଅଞ୍ଚଳରେ ଅସ୍ତ୍ରବିରତି ଉଲ୍ଲଂଘନ ପରେ ପାକ୍ ସେନାକୁ କଡ଼ା ଜବାବ ଦେଉଛି ଭାରତ। ପହଲଗାମ ଆକ୍ରମଣ ପରେ ଅସ୍ତ୍ରବିରତି ଉଲ୍ଲଂଘନ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ […] The post ପାକିସ୍ତାନ ସେନାର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ: କଡ଼ା ଜବାବ ଦେଲା ଭାରତ appeared first on Dharitri Odia News.
ନୂଆଦିଲ୍ଲୀ,୪।୫: ପାକିସ୍ତାନ ସେନା ନିୟନ୍ତ୍ରଣ ରେଖା(LOC)ରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳି ଚାଳନା କରିଛି। ପାକିସ୍ତାନ ସେନା ଲଗାତାର ୧୦ ଦିନରେ ୩୩ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି।
ଜମ୍ମୁ ଏବଂ କଶ୍ମୀରର କୁପୱାରା, ବାରାମୁଲ୍ଲା, ପୁଞ୍ଚ, ରାଜୌରୀ, ମେନ୍ଧାର, ନୌଶେରା, ସୁନ୍ଦରବାନୀ ଏବଂ ଅଖନୁର ଅଞ୍ଚଳରେ ଅସ୍ତ୍ରବିରତି ଉଲ୍ଲଂଘନ ପରେ ପାକ୍ ସେନାକୁ କଡ଼ା ଜବାବ ଦେଉଛି ଭାରତ। ପହଲଗାମ ଆକ୍ରମଣ ପରେ ଅସ୍ତ୍ରବିରତି ଉଲ୍ଲଂଘନ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି।
ଗୋଇନ୍ଦା ସୂଚନା ଅନୁଯାୟୀ, ପାକିସ୍ତାନୀ ସେନା ଏବଂ ଏହାର ଗୋଇନ୍ଦା ସଂସ୍ଥା ISI, ସାମରିକ ପୋଷ୍ଟ ନିକଟରେ ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେବା ପାଇଁ ସାଧାରଣ ନାଗରିକଙ୍କୁ ଚାପ ପକାଉଛି। ବର୍ତ୍ତମାନ ବାତ୍ରାସି, ଦୁଧନିଆଲ, ଶିଙ୍କିଆରି, ଚେଲା ବନ୍ଦୀ ଏବଂ ଅବଦୁଲ ବିନ ମାସୁଦ ଭଳି ଅନେକ ସ୍ଥାନକୁ ଆଡ୍ଡାସ୍ଥଳ ଭାବେ ବ୍ୟବହାର କରାଯାଉଛି।
The post ପାକିସ୍ତାନ ସେନାର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ: କଡ଼ା ଜବାବ ଦେଲା ଭାରତ appeared first on Dharitri Odia News.