ପାକିସ୍ତାନକୁ MEAର ଦୁଇ ପଦ, ପ୍ରଥମେ ଆତଙ୍କବାଦୀଙ୍କୁ ଦିଅ ତା ପରେ ଆଲୋଚନା

ନୂଆଦିଲ୍ଲୀ ୨୯।୫: ପାକିସ୍ତାନ ସହ ସମ୍ପର୍କକୁ ନେଇ ଭାରତ ପୁଣି ଥରେ ନିଜ ସ୍ଥିତି ସ୍ପଷ୍ଟ କରିଛି। ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଗୁରୁବାର କହିଛନ୍ତି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ପ୍ରକାରର ସମ୍ପର୍କ ଦ୍ୱିପାକ୍ଷୀୟ ହେବା ଆବଶ୍ୟକ ଓ ଏଥିରେ କୌଣସି ତୃତୀୟ ପକ୍ଷଙ୍କ ଭୂମିକା ଗ୍ରହଣୀୟ ହେବ ନାହିଁ। ମୁଖାପାତ୍ର ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ‘ଆତଙ୍କବାଦ ଓ ଆଲୋଚନା ଏକସାଙ୍ଗରେ ହୋଇ ପାରିବ ନାହିଁ’। ସେ କହିଛନ୍ତି ଯେ ପାକିସ୍ତାନକୁ ଭାରତ ଦୀର୍ଘ ବର୍ଷ ପୂର୍ବେ କୁଖ୍ୟାତ ଆତଙ୍କବାଦୀଙ୍କ ତାଲିକା ପ୍ରଦାନ କରିଥିଲା, ଯାହାକୁ ପାକିସ୍ତାନ ଏପର୍ଯ୍ୟନ୍ତ କାର୍ଯ୍ୟରେ ପାଳନ କରି ନାହିଁ। ଏଣୁ ପାକିସ୍ତାନ ନିକଟରେ ଆତଙ୍କବାଦୀଙ୍କ ପ୍ରାତ୍ୟାର୍ପଣ ଲାଗି ଏବେବି ଭାରତର ଦାବି ରହିଛି। ଜୟସ୍ୱାଲ କହିଛନ୍ତି ଯେ ଜମ୍ମୁ-କାଶ୍ମୀରକୁ ନେଇ କୌଣସି ଆଲୋଚନା ସେ ପର୍ଯ୍ୟନ୍ତ ହେବ ନାହିଁ ଯେଉଁ ପର୍ଯ୍ୟନ୍ତ ପାକ୍ ଅଧିକୃତ କାଶ୍ମୀର (ପିଓକେ)କୁ ଖାଲି କରା ନଯାଇଛି ଓ ସେହି ଅଞ୍ଚଳକୁ ଭାରତକୁ ନ ଦିଆଯାଇଛି। #WATCH | Delhi: MEA Spokesperson Randhir Jaiswal says, "... As far as our engagement with Pakistan is concerned, our stand has been clear. Any engagement has to be bilateral. We would like to reiterate that terrorism and talks cannot go together. They nee

ପାକିସ୍ତାନକୁ MEAର ଦୁଇ ପଦ, ପ୍ରଥମେ ଆତଙ୍କବାଦୀଙ୍କୁ ଦିଅ ତା ପରେ ଆଲୋଚନା

ନୂଆଦିଲ୍ଲୀ ୨୯।୫: ପାକିସ୍ତାନ ସହ ସମ୍ପର୍କକୁ ନେଇ ଭାରତ ପୁଣି ଥରେ ନିଜ ସ୍ଥିତି ସ୍ପଷ୍ଟ କରିଛି। ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଗୁରୁବାର କହିଛନ୍ତି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ପ୍ରକାରର ସମ୍ପର୍କ ଦ୍ୱିପାକ୍ଷୀୟ ହେବା ଆବଶ୍ୟକ ଓ ଏଥିରେ କୌଣସି ତୃତୀୟ ପକ୍ଷଙ୍କ ଭୂମିକା ଗ୍ରହଣୀୟ ହେବ ନାହିଁ। ମୁଖାପାତ୍ର ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ‘ଆତଙ୍କବାଦ ଓ ଆଲୋଚନା ଏକସାଙ୍ଗରେ ହୋଇ ପାରିବ ନାହିଁ’। 

ସେ କହିଛନ୍ତି ଯେ ପାକିସ୍ତାନକୁ ଭାରତ ଦୀର୍ଘ ବର୍ଷ ପୂର୍ବେ କୁଖ୍ୟାତ ଆତଙ୍କବାଦୀଙ୍କ ତାଲିକା ପ୍ରଦାନ କରିଥିଲା, ଯାହାକୁ ପାକିସ୍ତାନ ଏପର୍ଯ୍ୟନ୍ତ କାର୍ଯ୍ୟରେ ପାଳନ କରି ନାହିଁ। ଏଣୁ ପାକିସ୍ତାନ ନିକଟରେ ଆତଙ୍କବାଦୀଙ୍କ ପ୍ରାତ୍ୟାର୍ପଣ ଲାଗି ଏବେବି ଭାରତର ଦାବି ରହିଛି। ଜୟସ୍ୱାଲ କହିଛନ୍ତି ଯେ ଜମ୍ମୁ-କାଶ୍ମୀରକୁ ନେଇ କୌଣସି ଆଲୋଚନା ସେ ପର୍ଯ୍ୟନ୍ତ ହେବ ନାହିଁ ଯେଉଁ ପର୍ଯ୍ୟନ୍ତ ପାକ୍ ଅଧିକୃତ କାଶ୍ମୀର (ପିଓକେ)କୁ ଖାଲି କରା ନଯାଇଛି ଓ ସେହି ଅଞ୍ଚଳକୁ ଭାରତକୁ ନ ଦିଆଯାଇଛି। 


ସିନ୍ଧୁ ଜଳ ସନ୍ଧିକୁ ନେଇ ମଧ୍ୟ ଭାରତ କଡ଼ା ମନବୃତ୍ତି ଆପଣେଇଛି। ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି ଯେ ଏହି ସନ୍ଧି ତତ୍କାଳ ପ୍ରଭାବରେ ସ୍ଥଗିତ ରହିଛି, ଯେଉଁ ପର୍ଯ୍ୟନ୍ତ ସୀମାରେ ପାକିସ୍ତାନ ଆତଙ୍କବାଦକୁ ବିଶ୍ୱସନୀୟ ଓ ଅପରିବର୍ତ୍ତନୀୟ ରୂପେ ସମର୍ଥନ ଦେବା ବନ୍ଦ ନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣକୁ ଦୋହରାଇବାକୁ ଯାଇ ଜୟସ୍ୱାଲ କହିଛନ୍ତି ଯେ ‘ଆତଙ୍କ ଓ ଆଲୋଚନା ଏକ ସଙ୍ଗରେ ହୋଇ ପାରିବନି, ସେହିପରି ପାଣି ଓ ରକ୍ତ ମଧ୍ୟ ଏକାଠୀ ବହିବନି’। 



ରଣଧୀର ଜୟସ୍ୱାଲ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ବାଣିଜ୍ୟ ଓ ଟାରିଫ ସମ୍ପର୍କିତ କୌଣସି ଆଲୋଚନା ହୋଇ ନାହିଁ। ସେ କହିଛନ୍ତି ଯେ ଦୁଇ ଦେଶଙ୍କ ସଂଘର୍ଷବିରାମ  ନିଷ୍ପତ୍ତି ଭାରତ ଓ ପାକିସ୍ତାନର ଡିଜିଏମଓ ସ୍ତରରେ ଆଲୋଚନା ଦ୍ୱାରା ହୋଇଛି, ଏଥି ପାଇଁ କୌଣିସ ବାହାରର ଚାପ ପଡି ନଥିଲା।  ସେହିପରି ଇରାନରେ ନିଖୋଜ ଭାରତୀୟ ନାଗରିକଙ୍କ ସମ୍ପର୍କରେ ସୂଚନା ଦେଇ ଜୟସ୍ୱାଲ କହିଛନ୍ତି ଯେ ‘କିଛି ସମୟ ପୂର୍ବରୁ ଇରାନର ତେହେରାନରେ ଅବତରଣ କରିଥିବା ୩ ଜଣ ଭାରତୀୟ ନାଗରିକ ନିଖୋଜ ଅଛନ୍ତି। ସେମାନଙ୍କ ସୁରକ୍ଷା, ସନ୍ଧାନ ଓ ପ୍ରତ୍ୟାବର୍ତ୍ତନ ପାଇଁ ଆମେ ଇରାନ ଅଧିକାରୀଙ୍କ ସହ ସମ୍ପର୍କରେ ଅଛୁ’।