ପାକିସ୍ତାନକୁ ଖୋଲାଖୋଲି ସମର୍ଥନ ଜଣାଇଲେ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ
ନୂଆଦିଲ୍ଲୀ,୧୫।୫: ଭାରତରେ ବୟକଟ ତୁର୍କୀର ଟ୍ରେଣ୍ଡ ଚାଲିଥିବା ବେଳେ ଗୁରୁବାର ତୁର୍କୀ ରାଷ୍ଟ୍ରପତି ରେସେପ ତୟିପ ଏର୍ଡୋଗାନ ପୁଣିଥରେ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଏକ୍ସ’ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଏକ ପୋଷ୍ଟକୁ ରି-ପୋଷ୍ଟ କରି ଏର୍ଡୋଗାନ ଲେଖିଛନ୍ତି, ପ୍ରିୟର ଭାଇ ଶେହବାଜ। ଆଗାମୀ ଦିନରେ ପାକିସ୍ତାନ ଏବଂ ତୁର୍କୀ ମଧ୍ୟରେ ଭାଇଚାରା ଆହୁରି ସୁଦୃଢ଼ ହେବ। ଏହି ଭାଇଚାରା ପ୍ରକୃତ ବନ୍ଧୁତାର ସର୍ବୋତ୍ତମ ଉଦାହରଣ ହୋଇ ରହିବ। ଭବିଷ୍ୟତରେ ପାକିସ୍ତାନର […] The post ପାକିସ୍ତାନକୁ ଖୋଲାଖୋଲି ସମର୍ଥନ ଜଣାଇଲେ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ appeared first on Dharitri Odia News.
ନୂଆଦିଲ୍ଲୀ,୧୫।୫: ଭାରତରେ ବୟକଟ ତୁର୍କୀର ଟ୍ରେଣ୍ଡ ଚାଲିଥିବା ବେଳେ ଗୁରୁବାର ତୁର୍କୀ ରାଷ୍ଟ୍ରପତି ରେସେପ ତୟିପ ଏର୍ଡୋଗାନ ପୁଣିଥରେ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଏକ୍ସ’ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଏକ ପୋଷ୍ଟକୁ ରି-ପୋଷ୍ଟ କରି ଏର୍ଡୋଗାନ ଲେଖିଛନ୍ତି, ପ୍ରିୟର ଭାଇ ଶେହବାଜ। ଆଗାମୀ ଦିନରେ ପାକିସ୍ତାନ ଏବଂ ତୁର୍କୀ ମଧ୍ୟରେ ଭାଇଚାରା ଆହୁରି ସୁଦୃଢ଼ ହେବ। ଏହି ଭାଇଚାରା ପ୍ରକୃତ ବନ୍ଧୁତାର ସର୍ବୋତ୍ତମ ଉଦାହରଣ ହୋଇ ରହିବ।
ଭବିଷ୍ୟତରେ ପାକିସ୍ତାନର ଉଭୟ ଭଲ ଏବଂ ଖରାପ ସମୟରେ ତୁର୍କୀ ଦୃଢ଼ ଭାବେ ଛିଡ଼ା ହୋଇ ରହିବ ବୋଲି ଏର୍ଡୋଗାନ ତାଙ୍କ ପୋଷ୍ଟରେ ଲେଖିଛନ୍ତି। ଏହାପୂର୍ବରୁ ଶେହବାଜ ଏକ ପୋଷ୍ଟରେ ଏର୍ଡୋଗାନଙ୍କୁ ଟ୍ୟାଗ୍ କରି ଲେଖିଥିଲେ, ତୁର୍କୀ ରାଷ୍ଟ୍ରପତି ତଥା ପ୍ରିୟର ଭାଇ ଏର୍ଡୋଗାନଙ୍କ ପାକିସ୍ତାନ ପ୍ରତି ଦୃଢ଼ ସମର୍ଥନ ଏବଂ ଏକତା ପ୍ରଦର୍ଶନ ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଛି। ତୁର୍କୀ ସହ ନିଜର ଦୀର୍ଘକାଳୀନ ଏବଂ ସ୍ଥାୟୀ ଭାଇଚାରା ପାଇଁ ପାକିସ୍ତାନ ସବୁବେଳେ ଗର୍ବିତ। ଦକ୍ଷିଣ ଏସିଆରେ ଶାନ୍ତି ସ୍ଥାପନ ନିମନ୍ତେ ଏର୍ଡୋଗାନଙ୍କ ଗଠନମୂଳକ ଭୂମିକା ଏବଂ ପ୍ରଭାବୀ ପ୍ରୟାସ ପାଇଁ ସେ ତାଙ୍କ ନିକଟରେ କୃତଜ୍ଞ ହୋଇ ରହିବେ।
The post ପାକିସ୍ତାନକୁ ଖୋଲାଖୋଲି ସମର୍ଥନ ଜଣାଇଲେ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ appeared first on Dharitri Odia News.