ପାକିସ୍ତାନକୁ ମୋଟା ଅଙ୍କର ଟଙ୍କା ଦେଲା ଆଇସିସି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧।୮: ଚାମ୍ପିୟନ୍ସ ଟ୍ରଫି ୨୦୨୫ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଚାମ୍ପିୟନ୍ସ ଟ୍ରଫି ପାଇଁ ଆଇସିସି ପାକିସ୍ତାନକୁ ୫୮୬ କୋଟି ଟଙ୍କା ଦେଇଛି। ଏଥର ପାକିସ୍ତାନରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହେବାକୁ ଯାଉଛି ଏବଂ ଏହାକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା ଚାଲିଛି। ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ ଇଣ୍ଡିଆ ପାକିସ୍ତାନ ଯିବାକୁ ପ୍ରସ୍ତୁତ ନୁହେଁ। ତେଣୁ ଶ୍ରୀଲଙ୍କା କିମ୍ବା ୟୁଏଇରେ ଭାରତର ମ୍ୟାଚ ଅନୁଷ୍ଠିତ ହୋଇପାରେ। ଆଇସିସି ବଜେଟ […] The post ପାକିସ୍ତାନକୁ ମୋଟା ଅଙ୍କର ଟଙ୍କା ଦେଲା ଆଇସିସି, ଜାଣନ୍ତୁ କାହିଁକି… appeared first on Dharitri Odia News.

ପାକିସ୍ତାନକୁ ମୋଟା ଅଙ୍କର ଟଙ୍କା ଦେଲା ଆଇସିସି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧।୮: ଚାମ୍ପିୟନ୍ସ ଟ୍ରଫି ୨୦୨୫ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଚାମ୍ପିୟନ୍ସ ଟ୍ରଫି ପାଇଁ ଆଇସିସି ପାକିସ୍ତାନକୁ ୫୮୬ କୋଟି ଟଙ୍କା ଦେଇଛି। ଏଥର ପାକିସ୍ତାନରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହେବାକୁ ଯାଉଛି ଏବଂ ଏହାକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା ଚାଲିଛି। ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ ଇଣ୍ଡିଆ ପାକିସ୍ତାନ ଯିବାକୁ ପ୍ରସ୍ତୁତ ନୁହେଁ। ତେଣୁ ଶ୍ରୀଲଙ୍କା କିମ୍ବା ୟୁଏଇରେ ଭାରତର ମ୍ୟାଚ ଅନୁଷ୍ଠିତ ହୋଇପାରେ। ଆଇସିସି ବଜେଟ ବଣ୍ଟନ କରିଛି। କିନ୍ତୁ ଏ ସମ୍ପର୍କରେ ସରକାରୀ ସୂଚନା ଏ ପର୍ଯ୍ୟନ୍ତ ପ୍ରକାଶ କରାଯାଇନାହିଁ।

ଖବର ଅନୁଯାୟୀ ଆସନ୍ତା ବର୍ଷ ପାକିସ୍ତାନରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ପାଇଁ ଆଇସିସି ପ୍ରାୟ ୭୦ ମିଲିୟନ ଡଲାରର ବଜେଟ ଅନୁମୋଦନ କରିଛି। ଆଇସିସିର ନିକଟ ସୂତ୍ରରୁ ପ୍ରକାଶ ଯେ ବିସିସିଆଇ ସଚିବ ଜୟ ଶାହାଙ୍କ ନେତୃତ୍ୱରେ ଆଇସିସିର ଅର୍ଥ ଏବଂ ବାଣିଜ୍ୟ କମିଟି ବଜେଟକୁ ଅନୁମୋଦନ କରିଛି। ଆନୁମାନିକ ବଜେଟ ସହିତ ଅତିରିକ୍ତ ଖର୍ଚ୍ଚ ପାଇଁ ୪.୫ ମିଲିୟନ ଡଲାର ପ୍ରଦାନ କରାଯାଇଛି। ଯଦି ୭ କୋଟି ଡଲାର ଭାରତୀୟ ମୂଲ୍ୟରେ ରୂପାନ୍ତରିତ ହୁଏ ତେବେ ଏହା ପ୍ରାୟ ୫୮୬ କୋଟି ହେବ।

The post ପାକିସ୍ତାନକୁ ମୋଟା ଅଙ୍କର ଟଙ୍କା ଦେଲା ଆଇସିସି, ଜାଣନ୍ତୁ କାହିଁକି… appeared first on Dharitri Odia News.