ପାକିସ୍ତାନର ଟାର୍ଗେଟ୍ରେ ଥିଲା ସ୍ୱର୍ଣ୍ଣ ମନ୍ଦିର, ବଡ଼ ଖୁଲାସା କଲେ ମେଜର ଜେନେରାଲ
ନୂଆଦିଲ୍ଲୀ: ପଞ୍ଜାବର ଅମୃତସରରେ ଥିବା ସ୍ୱର୍ଣ୍ଣ ମନ୍ଦିରକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନ। କିନ୍ତୁ ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ପାକିସ୍ତାନର ଏହି ହମ୍ଲାକୁ ବିଫଳ କରିଥିଲା। ଏ ସମ୍ପର୍କରେ ବଡ଼ ଖୁଲାସା କରିଛନ୍ତି ଜେନେରାଲ ଅଫିସର କମାଣ୍ଡିଂ (JOC) ମେଜର ଜେନେରାଲ କାର୍ତ୍ତିକ ସି ଶେଷାଦ୍ରି। ସେ କହିଛନ୍ତି ଯେ ପାକିସ୍ତାନ ଏବଂ ପିଓକେରେ ୯ଟି ଆତଙ୍କବାଦୀ ସ୍ଥଳ ଉପରେ ଭାରତର ଆକ୍ରମଣ କରିଥିଲା। ଜବାବରେ ୭-୮ ମେ ରାତିରେ ଅମୃତସରର ସ୍ୱର୍ଣ୍ଣ ମନ୍ଦିରକୁ ଡ୍ରୋନ୍ ଏବଂ ମିସାଇଲ୍ ସାହାଯ୍ୟରେ ଟାର୍ଗେଟ କରିବାକୁ ଚେଷ୍ଟା କରାଯାଇଥିଲା।ମେଜର ଜେନେରାଲ କାର୍ତ୍ତିକ କହିଛନ୍ତି ଯେ ଭାରତୀୟ ସେନା ଆକ୍ରମଣକୁ ରୋକିବା ପାଇଁ ପୂର୍ବରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲା, ସ୍ୱର୍ଣ୍ଣ ମନ୍ଦିର ଉପରେ ଆକ୍ରମଣର ସମ୍ଭାବନା ଥିଲା। ଆମର ସାହସୀ ଏବଂ ସତର୍କ ସେନା, ବାୟୁ ପ୍ରତିରକ୍ଷା ଗନର୍ସମାନେ ପାକିସ୍ତାନୀ ସେନାର ଏହି ଯୋଜନାକୁ ବିଫଳ କରିଦେଇଛନ୍ତି। ସ୍ୱର୍ଣ୍ଣ ମନ୍ଦିରକୁ ଲକ୍ଷ୍ୟ କରି ନିକ୍ଷେପ କରାଯାଇଥିବା ସମସ୍ତ ଡ୍ରୋନ୍ ଏବଂ ମିଶାଇଲକୁ ଖସାଇ ଦିଆଯାଇଥିଲା। ପ୍ରତିରକ୍ଷା ପ୍ରଣାଳୀରେ ଆକାଶ ମିଶାଇଲ ଏବଂ L-70 ବାୟୁ ପ୍ରତିରକ୍ଷା ବନ୍ଧୁକ ସଜ୍ଜିତ, ଯାହାକୁ ପାକିସ୍ତାନର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବା ପାଇଁ ବ୍ୟବହାର କରାଯାଇଥିଲା।ଏହିପରି ଭାବରେ ପବିତ୍ର ସ୍ୱର୍ଣ୍ଣ ମନ୍ଦିରରେ ଗୋଟିଏ ବି ଆଘାତ
ନୂଆଦିଲ୍ଲୀ: ପଞ୍ଜାବର ଅମୃତସରରେ ଥିବା ସ୍ୱର୍ଣ୍ଣ ମନ୍ଦିରକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନ। କିନ୍ତୁ ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ପାକିସ୍ତାନର ଏହି ହମ୍ଲାକୁ ବିଫଳ କରିଥିଲା। ଏ ସମ୍ପର୍କରେ ବଡ଼ ଖୁଲାସା କରିଛନ୍ତି ଜେନେରାଲ ଅଫିସର କମାଣ୍ଡିଂ (JOC) ମେଜର ଜେନେରାଲ କାର୍ତ୍ତିକ ସି ଶେଷାଦ୍ରି। ସେ କହିଛନ୍ତି ଯେ ପାକିସ୍ତାନ ଏବଂ ପିଓକେରେ ୯ଟି ଆତଙ୍କବାଦୀ ସ୍ଥଳ ଉପରେ ଭାରତର ଆକ୍ରମଣ କରିଥିଲା। ଜବାବରେ ୭-୮ ମେ ରାତିରେ ଅମୃତସରର ସ୍ୱର୍ଣ୍ଣ ମନ୍ଦିରକୁ ଡ୍ରୋନ୍ ଏବଂ ମିସାଇଲ୍ ସାହାଯ୍ୟରେ ଟାର୍ଗେଟ କରିବାକୁ ଚେଷ୍ଟା କରାଯାଇଥିଲା।
ମେଜର ଜେନେରାଲ କାର୍ତ୍ତିକ କହିଛନ୍ତି ଯେ ଭାରତୀୟ ସେନା ଆକ୍ରମଣକୁ ରୋକିବା ପାଇଁ ପୂର୍ବରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲା, ସ୍ୱର୍ଣ୍ଣ ମନ୍ଦିର ଉପରେ ଆକ୍ରମଣର ସମ୍ଭାବନା ଥିଲା। ଆମର ସାହସୀ ଏବଂ ସତର୍କ ସେନା, ବାୟୁ ପ୍ରତିରକ୍ଷା ଗନର୍ସମାନେ ପାକିସ୍ତାନୀ ସେନାର ଏହି ଯୋଜନାକୁ ବିଫଳ କରିଦେଇଛନ୍ତି। ସ୍ୱର୍ଣ୍ଣ ମନ୍ଦିରକୁ ଲକ୍ଷ୍ୟ କରି ନିକ୍ଷେପ କରାଯାଇଥିବା ସମସ୍ତ ଡ୍ରୋନ୍ ଏବଂ ମିଶାଇଲକୁ ଖସାଇ ଦିଆଯାଇଥିଲା। ପ୍ରତିରକ୍ଷା ପ୍ରଣାଳୀରେ ଆକାଶ ମିଶାଇଲ ଏବଂ L-70 ବାୟୁ ପ୍ରତିରକ୍ଷା ବନ୍ଧୁକ ସଜ୍ଜିତ, ଯାହାକୁ ପାକିସ୍ତାନର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବା ପାଇଁ ବ୍ୟବହାର କରାଯାଇଥିଲା।
ଏହିପରି ଭାବରେ ପବିତ୍ର ସ୍ୱର୍ଣ୍ଣ ମନ୍ଦିରରେ ଗୋଟିଏ ବି ଆଘାତ ଲାଗିବାକୁ ଦିଆଗଲା ନାହିଁ। ଭାରତୀୟ ସେନା ଆଜି ଆକାଶ କ୍ଷେପଣାସ୍ତ୍ର ସମେତ ବାୟୁ ପ୍ରତିରକ୍ଷା ପ୍ରଣାଳୀ କିପରି ଅମୃତସରର ସ୍ୱର୍ଣ୍ଣ ମନ୍ଦିର ଏବଂ ପଞ୍ଜାବର ସହରଗୁଡ଼ିକୁ ପାକିସ୍ତାନୀ ମିଶାଇଲ ଏବଂ ଡ୍ରୋନ ଆକ୍ରମଣରୁ ସୁରକ୍ଷା ଦେଇଥିଲା ତାହାର ଏକ ଡେମୋ ପ୍ରଦର୍ଶନ କରିଛି।
ଅମୃତସରରେ ରହୁଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ ପାକିସ୍ତାନ ଦ୍ୱାରା ଡ୍ରୋନ୍ ଏବଂ ମିଶାଇଲ ଆକ୍ରମଣ ସମୟରେ ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ସୁରକ୍ଷା ବାହିନୀକୁ ଯଥାସମ୍ଭବ ସହାୟତା କରିବାକୁ ଚେଷ୍ଟା କରିଥିଲେ। ପାକିସ୍ତାନୀ ଡ୍ରୋନଗୁଡ଼ିକ ଉଡ଼ି ଆସୁଥିଲା, କିନ୍ତୁ ସେନା ସେଗୁଡ଼ିକୁ ଗୁଳି କରି ଖସାଇ ଦେଇଥିଲା।