ପାକିସ୍ତାନର ନୂଆ ଗେମ୍ ପ୍ଲାନ୍, ଟାର୍ଗେଟରେ ଜାମ୍ମୁ; ଆତଙ୍କୀ ବେଶରେ SSGଙ୍କ ଅନୁପ୍ରବେଶ, ସେନାର ସର୍ପ ବିନାଶ ୨.୦
ଶ୍ରୀନଗର; ଆତଙ୍କବାଦୀଙ୍କ ଟାର୍ଗେଟରେ ଜମ୍ମୁ । ଶାନ୍ତି ପ୍ରିୟ ସ୍ଥାନକୁ ଆଶାନ୍ତ କରିବାକୁ ଚକ୍ରାନ୍ତ । ସେନାର ସର୍ପ ବିନାଶ ୨.୦ ଅଭିଯାନ ଆରମ୍ଭ । ୧୫ ବର୍ଷ ପୂର୍ବରୁ ଆତଙ୍କୀ ମୁକ୍ତ ହୋଇଥିବା ପ୍ରାନ୍ତରେ ପୁଣି ଥରେ ବନ୍ଧୁକ ଗର୍ଜୁଛି ଶୁଭିଛି । ଏଥର ପାକିସ୍ତାନର ନାପାକ୍ ହରକତ୍ ଜମ୍ମୁରେ ଆରମ୍ଭ ହୋଇଛି । ଆତଙ୍କବାଦୀ କାଶ୍ମୀର ପ୍ରାନ୍ତକୁ ଛାଡ଼ି ଜମ୍ମୁ ଏଲଓସିକୁ ଟାର୍ଗେଟ୍ କରିଛନ୍ତି । ସୀମାକୁ ଲାଗି କରିଥିବା ଅଞ୍ଚଳରେ ସ୍ଲିପର ସେଲକୁ ଆକ୍ଟିଭ୍ କରିଥିବା ବେଳେ ପ୍ରାୟ ୬୦୦ ଆତଙ୍କବାଦୀ ଅନୁପ୍ରବେଶ କରିଛନ୍ତି । ଏଥିରେ ପାକିସ୍ତାନ ସେନାର ସ୍ପେଶାଲ ସର୍ଭିସ୍ ଗ୍ରୁପ୍ ସାମିଲ୍ ଥିବା ସନ୍ଦେହ କରାଯାଉଛି ।ପୁଞ୍ଜ୍ ଓ ରଜୌରୀକୁ ସେକ୍ଟରକୁ ଛାଡ଼ି କାଠୁଆ, ଡୋଡା ଏବଂ ଉଧମପୁର ଅଞ୍ଚଳକୁ ଟାର୍ଗେଟକୁ ନେଇଛନ୍ତି ଆତଙ୍କବାଦୀ । ଏମାନଙ୍କ ସୁରକ୍ଷା ଦେଉଛନ୍ତି କିଛି ସ୍ଥାନୀୟ ଲୋକ । ଜୁଲାଇ ମାସର ପ୍ରଥମ ୩ ସପ୍ତାହ ମଧ୍ୟରେ ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେଇ ୯ଜଣ ଯବାନ ଦେଶ ମାତୃକା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି । ଶାନ୍ତି ପ୍ରିୟ ଜମ୍ମୁକୁ ଅସ୍ଥିର କରିବା ଲକ୍ଷ୍ୟରେ ଥିବା ଆତଙ୍କୀଙ୍କୁ ଠିକଣାରେ ପହଞ୍ଚାଇକୁ ଭାରତୀୟ ସେନା ଆରମ୍ଭ କରିଛି ସର୍ପ ବିନାଶ ୨.୦ । ଗତ ୨ମାସ ମଧ୍ୟରେ ଡୋଡା ଜିଲ୍ଲାରେ ପ୍ରାୟ ଅଧା ଡଜନ ହମଲା ହୋଇଛି । ଯେଉଁ ଅଞ୍ଚଳକୁ ଆତଙ୍କବାଦୀମାନେ ଟାର୍ଗେଟ୍ କରିଛନ୍ତି, ସେହି ଅଞ୍ଚଳର ଭାରତୀୟ ସେନାର ଡେଲ
ଶ୍ରୀନଗର; ଆତଙ୍କବାଦୀଙ୍କ ଟାର୍ଗେଟରେ ଜମ୍ମୁ । ଶାନ୍ତି ପ୍ରିୟ ସ୍ଥାନକୁ ଆଶାନ୍ତ କରିବାକୁ ଚକ୍ରାନ୍ତ । ସେନାର ସର୍ପ ବିନାଶ ୨.୦ ଅଭିଯାନ ଆରମ୍ଭ । ୧୫ ବର୍ଷ ପୂର୍ବରୁ ଆତଙ୍କୀ ମୁକ୍ତ ହୋଇଥିବା ପ୍ରାନ୍ତରେ ପୁଣି ଥରେ ବନ୍ଧୁକ ଗର୍ଜୁଛି ଶୁଭିଛି । ଏଥର ପାକିସ୍ତାନର ନାପାକ୍ ହରକତ୍ ଜମ୍ମୁରେ ଆରମ୍ଭ ହୋଇଛି । ଆତଙ୍କବାଦୀ କାଶ୍ମୀର ପ୍ରାନ୍ତକୁ ଛାଡ଼ି ଜମ୍ମୁ ଏଲଓସିକୁ ଟାର୍ଗେଟ୍ କରିଛନ୍ତି । ସୀମାକୁ ଲାଗି କରିଥିବା ଅଞ୍ଚଳରେ ସ୍ଲିପର ସେଲକୁ ଆକ୍ଟିଭ୍ କରିଥିବା ବେଳେ ପ୍ରାୟ ୬୦୦ ଆତଙ୍କବାଦୀ ଅନୁପ୍ରବେଶ କରିଛନ୍ତି । ଏଥିରେ ପାକିସ୍ତାନ ସେନାର ସ୍ପେଶାଲ ସର୍ଭିସ୍ ଗ୍ରୁପ୍ ସାମିଲ୍ ଥିବା ସନ୍ଦେହ କରାଯାଉଛି ।
ପୁଞ୍ଜ୍ ଓ ରଜୌରୀକୁ ସେକ୍ଟରକୁ ଛାଡ଼ି କାଠୁଆ, ଡୋଡା ଏବଂ ଉଧମପୁର ଅଞ୍ଚଳକୁ ଟାର୍ଗେଟକୁ ନେଇଛନ୍ତି ଆତଙ୍କବାଦୀ । ଏମାନଙ୍କ ସୁରକ୍ଷା ଦେଉଛନ୍ତି କିଛି ସ୍ଥାନୀୟ ଲୋକ । ଜୁଲାଇ ମାସର ପ୍ରଥମ ୩ ସପ୍ତାହ ମଧ୍ୟରେ ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେଇ ୯ଜଣ ଯବାନ ଦେଶ ମାତୃକା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି । ଶାନ୍ତି ପ୍ରିୟ ଜମ୍ମୁକୁ ଅସ୍ଥିର କରିବା ଲକ୍ଷ୍ୟରେ ଥିବା ଆତଙ୍କୀଙ୍କୁ ଠିକଣାରେ ପହଞ୍ଚାଇକୁ ଭାରତୀୟ ସେନା ଆରମ୍ଭ କରିଛି ସର୍ପ ବିନାଶ ୨.୦ ।
ଗତ ୨ମାସ ମଧ୍ୟରେ ଡୋଡା ଜିଲ୍ଲାରେ ପ୍ରାୟ ଅଧା ଡଜନ ହମଲା ହୋଇଛି । ଯେଉଁ ଅଞ୍ଚଳକୁ ଆତଙ୍କବାଦୀମାନେ ଟାର୍ଗେଟ୍ କରିଛନ୍ତି, ସେହି ଅଞ୍ଚଳର ଭାରତୀୟ ସେନାର ଡେଲ୍ଟା ଫୋର୍ସର ପ୍ରାନ୍ତରେ ଆସୁଛି । ୧୪,୫୦୦ ଫୁଟ୍ ଉଚ୍ଚତାରେ ଏହି ସ୍ଥାନ ରହିଛି । ଏଠାରେ ଥିବା ୧୪୦୦ ବର୍ଗ କିଲୋମିଟର ଘନ କଣ୍ଟକୀୟ ଜଙ୍ଗଲ, ଉଗ୍ରବାଦୀଙ୍କ ପାଇଁ ଅମରାବତୀ ପାଲଟିଛି । ଘନ ଜଙ୍ଗଲ ଭିତରେ ଲୁଚିବାକୁ ସହଜ ହେଉଥିବାରୁ ଏହି ଅଞ୍ଚଳକୁ ଟାର୍ଗେଟକୁ ନେଇ ଆତଙ୍କବାଦୀ ।
୧୯୯୬ରୁ ୨୦୦୬ ମଧ୍ୟରେ ଡୋଡାର ଏହି ଅଞ୍ଚଳରେ ଆତଙ୍କବାଦୀ ସକ୍ରିୟ ଥିଲେ । ଏହି ୧୦ ବର୍ଷକୁ ଚମରପନ୍ଥୀ ବର୍ଷ ମଧ୍ୟ କୁହାଯାଉଥିଲା । ସେହି ସମୟରେ ପ୍ରାୟ ଡଜନରୁ ଅଧିକ ନିରୀହ ଲୋକଙ୍କୁ ହତ୍ୟା କରିଥିଲେ ପାକିସ୍ତାନରୁ ଅସିଥିବା ଆତଙ୍କବାଦୀ । ଫଳରେ ଭୟଭୀତ ହୋଇ ଲୋକେ ଅଞ୍ଚଳକୁ ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ଏବେ ଜମ୍ମୁରେ ସମାନ ସ୍ଥିତି । ଆତଙ୍କବାଦୀ ସୁରକ୍ଷା ବାହିନୀ ସହିତ ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି । ସଂଧ୍ୟା ୭ଟା ହେବା କ୍ଷଣି ଲୋକଙ୍କୁ ଘରୁ ବାହାରିବା ମୁସ୍କିଲ ହେଉଛି ।
ହିମାଚଳ ପ୍ରଦେଶ ସୀମାକୁ ଲାଗି କରି ଅନନ୍ତନାଗ ଏବଂ କିସ୍ତଓ୍ବାଡରେ ଆତଙ୍କବାଦୀ ଆକ୍ଟିଭ୍ ହୋଇଛନ୍ତି । ଜାହାଙ୍ଗୀର ସରୁରୀ ସ୍ଥାନୀୟ ନାଗରିକଙ୍କୁ ଉଗ୍ରବାଦୀ ସଂଗଠନରେ ଭର୍ତ୍ତି କରାଉଥିବା ଅଭିଯୋଗ ହୋଇଛି । ମହମ୍ମଦ ଅସିନ୍ ଔରଫ୍ ଜାହାଙ୍ଗୀର ସରୁରୀ ସ୍ଥାନୀୟ ବାସିନ୍ଦା ହୋଇଥିବା ବେଳେ ତା’ ନାଁରେ ପୂର୍ବରୁ ୫୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା ହୋଇଛି । ପୋଲିସ ଜାହାଙ୍ଗୀର ସହିତ ତା’ ସହଯୋଗୀଙ୍କ ଫଟୋ ମଧ୍ୟ ସେୟାର କରିଛି । ପାକିସ୍ତାନରୁ ଆସୁଥିବା ଆତଙ୍କବାଦୀଙ୍କୁ ଏମାନେ ସହଯୋଗ କରୁଥିବା ସନ୍ଦେହ କରିଛି ।
ଜମ୍ମୁରେ ଆତଙ୍କବାଦୀଙ୍କୁ ଦୃଢ଼ ଜବାବ ଦେବାକୁ ସୈନ୍ୟ କ୍ଷମତା ବଢ଼ାଇ ଦିଆଯାଇଛି । ସ୍ଥଳସେନାର ତିନୋଟି ବାଟାଲିୟନ୍ ୟୁନିଟ୍ ବା ୩ ହଜାର ଯବାନ ଏବଂ ୫୦୦ ସ୍ପେଶାଲ ଫୋର୍ସ ମୁତୟନ କରାଯାଇଛି । ୨୫ରୁ ୨୬ ଇନଫେଣ୍ଟ୍ରି ଡିଭିଜନ ଏଥିରେ ସାମିଲ୍ ହୋଇଛନ୍ତି । ଓଡ଼ିଶାର ନକ୍ସଲ ବିରୋଧ ଅଞ୍ଚଳରୁ ୨୦୦୦ ବିଏସଏଫ ସୈନ୍ୟଙ୍କୁ ଜମ୍ମୁକୁ ପଠାଯାଇଛି ।...