ପାକିସ୍ତାନର ଭାଷା କହୁଥିଲେ ତୁର୍କୀର ଖଲିଫା ଏର୍ଦୋଗନ, ଏମିତି ଜବାବ ଦେଲା ଭାରତ ଏକାଥରେ ଚୁପ୍
ନୂଆଦିଲ୍ଲୀ,୨୧।୨: କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରି ତୁର୍କୀ ରଖଲିଫା ରାଷ୍ଟ୍ରପତି ରେଚେପ ତାୟିପ ଏର୍ଦୋଗାନ ଦେଇଥିବା ବୟାନ ଉପରେ ଭାରତ ଆପତ୍ତି ପ୍ରକାଶ କରିଛି। ଭାରତ ତୁର୍କୀକୁ କହିଛି ଯେ ଖଲିଫା ଏର୍ଦୋଗାନ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଭାଷା କହୁଛନ୍ତି, ଯାହା ଠିକ ନୁହେଁ। ଭାରତ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ କଶ୍ମୀର ପ୍ରସଙ୍ଗ ସମ୍ପୂର୍ଣ୍ଣ ଦ୍ୱିପାକ୍ଷିକ ଏବଂ ଏହାକୁ ଆନ୍ତର୍ଜାତୀୟକରଣ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ। ପାକିସ୍ତାନ କଶ୍ମୀର ପ୍ରସଙ୍ଗରେ ନିଜର ମତକୁ […] The post ପାକିସ୍ତାନର ଭାଷା କହୁଥିଲେ ତୁର୍କୀର ଖଲିଫା ଏର୍ଦୋଗନ, ଏମିତି ଜବାବ ଦେଲା ଭାରତ ଏକାଥରେ ଚୁପ୍ appeared first on Dharitri Odia News.
ନୂଆଦିଲ୍ଲୀ,୨୧।୨: କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରି ତୁର୍କୀ ରଖଲିଫା ରାଷ୍ଟ୍ରପତି ରେଚେପ ତାୟିପ ଏର୍ଦୋଗାନ ଦେଇଥିବା ବୟାନ ଉପରେ ଭାରତ ଆପତ୍ତି ପ୍ରକାଶ କରିଛି। ଭାରତ ତୁର୍କୀକୁ କହିଛି ଯେ ଖଲିଫା ଏର୍ଦୋଗାନ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଭାଷା କହୁଛନ୍ତି, ଯାହା ଠିକ ନୁହେଁ। ଭାରତ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ କଶ୍ମୀର ପ୍ରସଙ୍ଗ ସମ୍ପୂର୍ଣ୍ଣ ଦ୍ୱିପାକ୍ଷିକ ଏବଂ ଏହାକୁ ଆନ୍ତର୍ଜାତୀୟକରଣ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ।
ପାକିସ୍ତାନ କଶ୍ମୀର ପ୍ରସଙ୍ଗରେ ନିଜର ମତକୁ ମଜବୁତ କରିବା ପାଇଁ ତୁର୍କୀର ସମର୍ଥନ ପାଇବାକୁ ଚେଷ୍ଟା କରୁଥିବା ବେଳେ ଭାରତ ତୁର୍କୀର ଖଲିଫା ଏର୍ଦୋଗାନଙ୍କ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି।
ଉଲ୍ଲେଖନୀୟ ଯେ ସମ୍ପ୍ରତି ତୁର୍କୀ ଖଲିଫା ରାଷ୍ଟ୍ରପତି ଏର୍ଦୋଗାନ ପାକିସ୍ତାନ ଗସ୍ତ କରିଥିଲେ ଏବଂ ପାକିସ୍ତାନର ଶାହବାଜ ସରକାର ତାଙ୍କୁ ସ୍ବାଗତ କରିବାକୁ ମୁଣ୍ଡ ନୁଆଁଇଥିଲେ। ଇସଲାମାବାଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସହ ଆଲୋଚନା ପରେ ଖଲିଫା ତାଙ୍କ ବିବୃତ୍ତିରେ କହିଛନ୍ତି, କଶ୍ମୀର ସମସ୍ୟାର ସମାଧାନ ଜାତିସଂଘର ପ୍ରସ୍ତାବ ଅନୁସାରେ ଏବଂ କଶ୍ମୀର ଲୋକଙ୍କ କଥାକୁ ମନେ ରଖି କରାଯିବା ଉଚିତ।
ସେ ଆହୁରି କହିଛନ୍ତି, ଆମ ଦେଶ, ପୂର୍ବ ପରି, ଆଜି ମଧ୍ୟ ଆମର କଶ୍ମୀର ଭାଇମାନଙ୍କ ସହିତ ଏକତାରେ ଛିଡ଼ା ହୋଇଛି। ଏହି ବିବୃତ୍ତି ପରେ, ଭାରତ ଏହାର ଆପତ୍ତି ପ୍ରକାଶ କରି କହିଛି ଯେ ତୁର୍କୀ ପାକିସ୍ତାନର ଭାଷା କହିବା ଉଚିତ ନୁହେଁ।
The post ପାକିସ୍ତାନର ଭାଷା କହୁଥିଲେ ତୁର୍କୀର ଖଲିଫା ଏର୍ଦୋଗନ, ଏମିତି ଜବାବ ଦେଲା ଭାରତ ଏକାଥରେ ଚୁପ୍ appeared first on Dharitri Odia News.