ପାକିସ୍ତାନର ସବୁଠାରୁ ଦ୍ରୁତତମ ଟ୍ରେନ୍; ସ୍ପିଡ୍ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ ୧୪।୦୩: ପାକିସ୍ତାର ଜାଫର ଏକ୍ସପ୍ରେସର ହୋଇଛି ହାଇଜ୍ୟାକ୍ । BLA ଏହାକୁ ହାଇଜ୍ୟାକ୍ କରିଛି । ଜାଫର ଏକ୍ସପ୍ରେସରେ ଥିବା ୫୦୦ ଯାତ୍ରୀଙ୍କ ମଧ୍ୟରୁ ଅଧିକାଂଶଙ୍କୁ BLA ଦ୍ୱାରା ବନ୍ଧକ ରଖାଯାଇଥିଲା। ବନ୍ଧକଙ୍କୁ ମୁକ୍ତ କରିବା ପାଇଁ ପାକ୍ ସେନା ଚଳାଇଛି ଅପରେସନ୍ । କିନ୍ତୁ ଜାଣନ୍ତି କି ପାକିସ୍ତାନର ସବୁଠାରୁ ଦ୍ରୁତତମ ଟ୍ରେନ୍ ବିଷୟରେ…ଏହି ଟ୍ରେନଟିର ନାଁ ହେଉଛି କାରାକୋରମ୍ ଏକ୍ସପ୍ରେସ୍ । ଏହାର ସର୍ବାଧିକ ଗତି ଘଣ୍ଟା ପ୍ରତି ୧୦୫ କିମି । ଏହା କରାଚୀ ଏବଂ ଲାହୋରର ପରି ପ୍ରମୁଖ ସହରଗୁଡ଼ିକୁ ସଂଯୋଗ କରେ । କରାଚୀରୁ ଲାହୋର ପର୍ଯ୍ୟନ୍ତ କାରାକୋରମ୍ ଏକ୍ସପ୍ରେସ୍ ପ୍ରଥମେ ୨୦୦୨ ମସିହାରେ ଚଳାଚଳ କରିଥିଲା। ଏହା ପ୍ରାୟ ୧୮ ଘଣ୍ଟାରେ ୧୨୪୧ କିଲୋମିଟର ଦୂରତା ଅତିକ୍ରମ କରେ। ଯଦି ପାକିସ୍ତାନର ହାଇସ୍ପିଡ୍ ଟ୍ରେନ୍‌ଗୁଡ଼ିକୁ ଭାରତୀୟ ଟ୍ରେନ୍‌ ସହିତ ତୁଳନା କରାଯାଏ, ତେବେ ପାକିସ୍ତାନ ଏବେ ବି ବହୁତ ପଛରେ ଅଛି । ଭାରତର ରାଜଧାନୀ ଏକ୍ସପ୍ରେସ୍ ଏବଂ ଶତାବ୍ଦୀ ଏକ୍ସପ୍ରେସ୍ ଭଳି ଟ୍ରେନ୍‌ଗୁଡ଼ିକର ଉଚ୍ଚ ଗତି ମଧ୍ୟ ପାକିସ୍ତାନର ହାଇସ୍ପିଡ୍ ଟ୍ରେନ୍‌ଠାରୁ ଅଧିକ । ଶତାବ୍ଦୀର ବେଗ ଘଣ୍ଟା ପ୍ରତି ୧୫୦ କିଲୋମିଟର ଥିବା ବେଳେ ରାଜଧାନୀର ବେଗ ୧୪୦ କିଲୋମିଟର ପ୍ରତି ଘଣ୍ଟା ରହିଛି । ଭାରତର ସବୁଠାରୁ ଦ୍ରୁତତମ ଟ୍ରେନ୍ ହେଉଛି "ବନ୍ଦେ ଭାରତ" ଯାହାର ସର୍ବାଧିକ ଗତି ଘଣ୍ଟା ପ୍ରତି ୧୮୦ କିଲୋମିଟର।

ପାକିସ୍ତାନର ସବୁଠାରୁ ଦ୍ରୁତତମ ଟ୍ରେନ୍; ସ୍ପିଡ୍ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ ୧୪।୦୩: ପାକିସ୍ତାର ଜାଫର ଏକ୍ସପ୍ରେସର ହୋଇଛି ହାଇଜ୍ୟାକ୍ । BLA ଏହାକୁ ହାଇଜ୍ୟାକ୍ କରିଛି । ଜାଫର ଏକ୍ସପ୍ରେସରେ ଥିବା ୫୦୦ ଯାତ୍ରୀଙ୍କ ମଧ୍ୟରୁ ଅଧିକାଂଶଙ୍କୁ BLA ଦ୍ୱାରା ବନ୍ଧକ ରଖାଯାଇଥିଲା। ବନ୍ଧକଙ୍କୁ ମୁକ୍ତ କରିବା ପାଇଁ ପାକ୍ ସେନା ଚଳାଇଛି ଅପରେସନ୍ । କିନ୍ତୁ ଜାଣନ୍ତି କି ପାକିସ୍ତାନର ସବୁଠାରୁ ଦ୍ରୁତତମ ଟ୍ରେନ୍ ବିଷୟରେ…

ଏହି ଟ୍ରେନଟିର ନାଁ ହେଉଛି କାରାକୋରମ୍ ଏକ୍ସପ୍ରେସ୍ । ଏହାର ସର୍ବାଧିକ ଗତି ଘଣ୍ଟା ପ୍ରତି ୧୦୫ କିମି । ଏହା କରାଚୀ ଏବଂ ଲାହୋରର ପରି ପ୍ରମୁଖ ସହରଗୁଡ଼ିକୁ ସଂଯୋଗ କରେ । କରାଚୀରୁ ଲାହୋର ପର୍ଯ୍ୟନ୍ତ କାରାକୋରମ୍ ଏକ୍ସପ୍ରେସ୍ ପ୍ରଥମେ ୨୦୦୨ ମସିହାରେ ଚଳାଚଳ କରିଥିଲା। ଏହା ପ୍ରାୟ ୧୮ ଘଣ୍ଟାରେ ୧୨୪୧ କିଲୋମିଟର ଦୂରତା ଅତିକ୍ରମ କରେ। 

ଯଦି ପାକିସ୍ତାନର ହାଇସ୍ପିଡ୍ ଟ୍ରେନ୍‌ଗୁଡ଼ିକୁ ଭାରତୀୟ ଟ୍ରେନ୍‌ ସହିତ ତୁଳନା କରାଯାଏ, ତେବେ ପାକିସ୍ତାନ ଏବେ ବି ବହୁତ ପଛରେ ଅଛି । ଭାରତର ରାଜଧାନୀ ଏକ୍ସପ୍ରେସ୍ ଏବଂ ଶତାବ୍ଦୀ ଏକ୍ସପ୍ରେସ୍ ଭଳି ଟ୍ରେନ୍‌ଗୁଡ଼ିକର ଉଚ୍ଚ ଗତି ମଧ୍ୟ ପାକିସ୍ତାନର ହାଇସ୍ପିଡ୍ ଟ୍ରେନ୍‌ଠାରୁ ଅଧିକ । 

ଶତାବ୍ଦୀର ବେଗ ଘଣ୍ଟା ପ୍ରତି ୧୫୦ କିଲୋମିଟର ଥିବା ବେଳେ ରାଜଧାନୀର ବେଗ ୧୪୦ କିଲୋମିଟର ପ୍ରତି ଘଣ୍ଟା ରହିଛି । ଭାରତର ସବୁଠାରୁ ଦ୍ରୁତତମ ଟ୍ରେନ୍ ହେଉଛି "ବନ୍ଦେ ଭାରତ" ଯାହାର ସର୍ବାଧିକ ଗତି ଘଣ୍ଟା ପ୍ରତି ୧୮୦ କିଲୋମିଟର।