ପାକିସ୍ତାନରେ ଉଗ୍ରବାଦୀ ମୌଲାନା ମସୂଦ ଉସମାନୀକୁ ଗୁଳି ମାରି ହତ୍ୟା, ଭାରତ ବିରୋଧରେ ବି ଓଗାଳିଥିଲା ବିଷ
ନୂଆଦିଲ୍ଲୀ: ପାକିସ୍ତାନରେ ଗତ କିଛି ମାସରୁ ଅନେକ ଉଗ୍ରପନ୍ଥୀଙ୍କ ହତ୍ୟା କରାଯାଇଛି । ଆଉ ଏବେ ସୁନ୍ନୀ ଉଲେମା କାଉନସିଲର ନେତା ମୌଲାନା ମସୁଦ ଉର ରହମାନ ଉସମାନୀଙ୍କୁ ଶୁକ୍ରବାର ଦିନ ଦ୍ବିପ୍ରହରରେ ଗୁଳି ମାରି ହତ୍ୟା କରାଯାଇଛି। ସୂଚନା ଅନୁଯାୟୀ, ଆକ୍ରମଣକାରୀ ବାଇକ୍ରେ ଆସି ଉସମାନୀଙ୍କ କାର୍ ଉପରକୁ ଆଖିବୁଜା ଗୁଳି ଚଳାଇଥିଲା। ଏଥିରେ ଗୁରୁତର ଆହତ ହୋଇଥିବା ଉସମାନୀକୁ ହସ୍ପିଟାଲ ନିଆଯାଇଥିଲା ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରିଦିଆଯାଇଥିଲା। ତେବେ ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହିଁ। ଅବଶ୍ୟ ହତ୍ୟା ପଛରେ ଅନେକ କାରଣ ଥିବା ନେଇ ମଧ୍ୟ କୁହାଯାଇଛି। ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଧରାପଡ଼ିଲା ଜାମ୍ମୁ-କାଶ୍ମୀରର ଆତଙ୍କବାଦୀ; ଧରାଇ ଦେବାକୁ ୧୦ ଲକ୍ଷ ପୁରସ୍କାର ଘୋଷଣା କରିଥିଲେ ସରକାର ଭାରତ ବିରୋଧରେ ଦେଉଥିଲା ମନ୍ତବ୍ୟ: ମୌଲାନା ଉସମାନୀ ଭାରତ ବିରୋଧରେ ମଧ୍ୟ ସବୁବେଳେ ବିଷ ଓଗାଳିଆସୁଥିଲା। ଅନେକ ଥର ସେ ଭାରତରେ ଜିହାଦି ଥିବା କଥା କହୁଥିଲା। ଅବଶ୍ୟ ସିଧାସଳଖ ଆତଙ୍କବାଦୀ ଆକ୍ରମଣରେ କେବେ ଉସ୍ମାନୀର ନାଁ ଆସିନାହିଁ। ଇରାନ ସହ ଲିଙ୍କ୍: ଆହୁରି ମଧ୍ୟ କୁହାଯାଉଛି ଯେ, ଏହି ଆକ୍ରମଣରେ ଇରାନର ହାତ ଥାଇପାରେ। କାରଣ ସୁନ୍ନୀ ନେତା ଉସମାନୀକୁ ଇରାନ ବିରୋଧୀ କୁହାଯାଉଥିଲା। ନିକଟରେ ଇରାନ ସେନା ଉପରେ ଆକ୍ରମଣରେ ସୁନ୍ନୀ ଆତଙ୍କବାଦୀ ସାମିଲ୍ ଥିଲେ। ଏହା ବ୍ୟତୀତ ଇରାନର ସିସ୍
ନୂଆଦିଲ୍ଲୀ: ପାକିସ୍ତାନରେ ଗତ କିଛି ମାସରୁ ଅନେକ ଉଗ୍ରପନ୍ଥୀଙ୍କ ହତ୍ୟା କରାଯାଇଛି । ଆଉ ଏବେ ସୁନ୍ନୀ ଉଲେମା କାଉନସିଲର ନେତା ମୌଲାନା ମସୁଦ ଉର ରହମାନ ଉସମାନୀଙ୍କୁ ଶୁକ୍ରବାର ଦିନ ଦ୍ବିପ୍ରହରରେ ଗୁଳି ମାରି ହତ୍ୟା କରାଯାଇଛି। ସୂଚନା ଅନୁଯାୟୀ, ଆକ୍ରମଣକାରୀ ବାଇକ୍ରେ ଆସି ଉସମାନୀଙ୍କ କାର୍ ଉପରକୁ ଆଖିବୁଜା ଗୁଳି ଚଳାଇଥିଲା।
ଏଥିରେ ଗୁରୁତର ଆହତ ହୋଇଥିବା ଉସମାନୀକୁ ହସ୍ପିଟାଲ ନିଆଯାଇଥିଲା ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରିଦିଆଯାଇଥିଲା। ତେବେ ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହିଁ। ଅବଶ୍ୟ ହତ୍ୟା ପଛରେ ଅନେକ କାରଣ ଥିବା ନେଇ ମଧ୍ୟ କୁହାଯାଇଛି।
ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଧରାପଡ଼ିଲା ଜାମ୍ମୁ-କାଶ୍ମୀରର ଆତଙ୍କବାଦୀ; ଧରାଇ ଦେବାକୁ ୧୦ ଲକ୍ଷ ପୁରସ୍କାର ଘୋଷଣା କରିଥିଲେ ସରକାର
ଭାରତ ବିରୋଧରେ ଦେଉଥିଲା ମନ୍ତବ୍ୟ:
ମୌଲାନା ଉସମାନୀ ଭାରତ ବିରୋଧରେ ମଧ୍ୟ ସବୁବେଳେ ବିଷ ଓଗାଳିଆସୁଥିଲା। ଅନେକ ଥର ସେ ଭାରତରେ ଜିହାଦି ଥିବା କଥା କହୁଥିଲା। ଅବଶ୍ୟ ସିଧାସଳଖ ଆତଙ୍କବାଦୀ ଆକ୍ରମଣରେ କେବେ ଉସ୍ମାନୀର ନାଁ ଆସିନାହିଁ।
ଇରାନ ସହ ଲିଙ୍କ୍:
ଆହୁରି ମଧ୍ୟ କୁହାଯାଉଛି ଯେ, ଏହି ଆକ୍ରମଣରେ ଇରାନର ହାତ ଥାଇପାରେ। କାରଣ ସୁନ୍ନୀ ନେତା ଉସମାନୀକୁ ଇରାନ ବିରୋଧୀ କୁହାଯାଉଥିଲା। ନିକଟରେ ଇରାନ ସେନା ଉପରେ ଆକ୍ରମଣରେ ସୁନ୍ନୀ ଆତଙ୍କବାଦୀ ସାମିଲ୍ ଥିଲେ। ଏହା ବ୍ୟତୀତ ଇରାନର ସିସ୍ତାନ-ବଲୁଚିସ୍ତାନରେ ମଧ୍ୟ ଏକ ମାସ ପୂର୍ବରୁ ଆକ୍ରମଣ ହୋଇଥିଲା।
ଆହୁରି ପଢ଼ନ୍ତୁ: BSE ଓ NSE କୁ ଆତଙ୍କବାଦୀ ପନ୍ନୁର ଟାର୍ଗେଟ, ଜାଣନ୍ତୁ କହିଛି କ’ଣ?
ଏହାପରେ ଇରାନ ପାକିସ୍ତାନ ସଂଗଠନ ଉପରେ ଆକ୍ରମଣ ଅଭିଯୋଗ ଆଣିଥିଲା। ଏବେ ଅନେକଙ୍କ କହିବା ଅନୁଯାୟୀ ହୋଇପାରେ ଯେ ଇରାନ ଉସମାନୀର ହତ୍ୟା କରି ବଦଲା ନେଇଥାଇପାରେ। ସେପଟେ ପାକିସ୍ତାନ ପ୍ରଶାସନ ଆକ୍ରମଣକାରୀଙ୍କ ବିଷୟରେ କିଛି ଜଣାପଡ଼ିନଥିବା କଥା କହିଛି। ପୋଲିସ କହିବା ଅନୁଯାୟୀ ସିସିଟିଭି ଭିଡିଓ ଆଧାରରେ ସନ୍ଦିଗ୍ଧଙ୍କ ଖୋଜ୍ ଜାରି ରହିଛି।
The post ପାକିସ୍ତାନରେ ଉଗ୍ରବାଦୀ ମୌଲାନା ମସୂଦ ଉସମାନୀକୁ ଗୁଳି ମାରି ହତ୍ୟା, ଭାରତ ବିରୋଧରେ ବି ଓଗାଳିଥିଲା ବିଷ appeared first on Prameya News7.