ପାକିସ୍ତାନରେ କମୁନି ହିନ୍ଦୁଙ୍କ ଉପରେ ଅତ୍ୟାଚାର । ଟଙ୍କା ନଦେଲେ ହତ୍ୟା କରାଯାଉଛି ।

କନକ ବ୍ୟୁରୋ: ପାକିସ୍ତାନରେ କମୁନି ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର । ବର୍ତ୍ତମାନ ପାକିସ୍ତାନରେ ଟ୍ରେଣ୍ଡ ଚାଲିଛି କିଡନାପିଂ, ବିଶେଷକରି ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଉଛି ଯେଉଁମାନେ ଆର୍ଥିକ ସ୍ତରରେ ଭଲ ରହିଥିବେ । ଅପହରଣ କରି ମଗାଯାଉଛି ଟଙ୍କା ଆଉ ଟଙ୍କା ନଦେଲେ ହତ୍ୟା କରିବାକୁ ବି ପଛାଉ ନାହାନ୍ତି ଏହି ଅମାନୁଷିକ ଗ୍ୟାଙ୍ଗ । ସିନ୍ଧରେ ମଧ୍ୟ ଏହି ଘଟଣା ଦେଖିବାକୁ ମିଳିଛି, ବକ୍ସପୁର ସିନ୍ଧୁ ରାଜପଥରୁ ହିନ୍ଦୁ ଯୁବକ ବିକ୍ରମ କୁମାରଙ୍କୁ ଅପହରଣ କରାଯାଇଛି । ଘଟଣାକୁ ବିରୋଧ କରି ଶାହରିବନର ବଖଶାପୁର ସିନ୍ଧୁ ରାଜପଥରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବଳପୂବର୍କ ଅପହରଣ କଲେ ଲୁଟେରା । ୧୦ରୁ ଅଧିକ ଲୁଟେରା କାର୍ ଅଟକାଇ ଅପହରଣ କରିଥିଲେ ଲୁଟେରା, ଉଭଣୀ ଆଗରେ ଭାଇକୁ ନେଲେ ଳୁଟେରା ଦଳ । ଘଟଣା ସମ୍ପର୍କରେ ଖବର ଦେବା ସତ୍ତ୍ୱେ ସ୍ଥାନୀୟ ପୁଲିସ ଠିକ୍ ସମୟରେ ପହଞ୍ଚି ପାରିଲା ନାହିଁ  କି ବର୍ତ୍ତମାନ ସୁଦ୍ଧା ପୋଲିସ ଲୁଟେରାଙ୍କ ପାଖରେ ପହଞ୍ଚି ପାରିନାହିଁ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଅପହରଣ ସନ୍ଧ୍ୟା କି ରାତିରେ ହୋଇନାହିଁ ବରଂ ସ୍ପଷ୍ଟ ଦିବା ଲୋକରେ ଘଟିଛି । ଭାଇକୁ ଖୋଜିବାକୁ ଭଉଣୀ ମୁଖ୍ୟମନ୍ତ୍ରୀ ଓ ସିଦ୍ଧ ଆଇଜିଙ୍କୁ ନିବଦେନ କରିଛନ୍ତି ଏବଂ ଯେପର୍ୟ୍ୟନ୍ତ ଉଦ୍ଧାର କରାଯାଇନାହିଁ ଆନ୍ଦୋଳନ ଜାରି ରହିବ ବୋଲି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।