ପାକିସ୍ତାନରେ ଟ୍ରେନ ଅପହରଣ କଲେ ଆତଙ୍କବାଦୀ, ଶହଶହ ଯାତ୍ରୀଙ୍କୁ ରଖିଲେ ବନ୍ଧକ
ଇସଲାମାବାଦ,୧୧।୩: ପାକିସ୍ତାନର ବେଲୁଚିସ୍ତାନରେ ବାଲୁଚ ଲିବରେଶନ ଆର୍ମି (BLA) ଜାଫର ଏକ୍ସପ୍ରେସକୁ ଅପହରଣ କରିଛି। କେବଳ ଏତିକି ନୁହେଁ, ବାଲୁଚ ସେନା ଟ୍ରେନ୍ରେ ଥିବା ସମସ୍ତ ଯାତ୍ରୀଙ୍କୁ ବନ୍ଧକ ରଖିଛି। ବାଲୁଚ ଲିବରେଶନ ଆର୍ମି ସୋସିଆଲ ମିଡିଆରେ ଟ୍ରେନ ଅପହରଣ ସମ୍ପର୍କରେ ସୂଚନା ଦେଇଛି। ଶହେ ଯାତ୍ରୀଙ୍କ ମଧ୍ୟରେ ଅନେକ ସେନା ଅଧିକାରୀ ଥିବା ସୂଚନା ମିଳିଛି। ଅପହରଣ ପାଇଁ ନିଜକୁ ଦାୟୀ କରିଛି ବେଲୁଚିସ୍ତାନ ଲିବରେଶନ ଆର୍ମି। ଟ୍ରେନଟି କ୍ବେଟାରୁ ପେଶାୱର ଯାଉଥିବା ବେଳେ ଅପହରଣ […] The post ପାକିସ୍ତାନରେ ଟ୍ରେନ ଅପହରଣ କଲେ ଆତଙ୍କବାଦୀ, ଶହଶହ ଯାତ୍ରୀଙ୍କୁ ରଖିଲେ ବନ୍ଧକ appeared first on Dharitri Odia News.
ଇସଲାମାବାଦ,୧୧।୩: ପାକିସ୍ତାନର ବେଲୁଚିସ୍ତାନରେ ବାଲୁଚ ଲିବରେଶନ ଆର୍ମି (BLA) ଜାଫର ଏକ୍ସପ୍ରେସକୁ ଅପହରଣ କରିଛି। କେବଳ ଏତିକି ନୁହେଁ, ବାଲୁଚ ସେନା ଟ୍ରେନ୍ରେ ଥିବା ସମସ୍ତ ଯାତ୍ରୀଙ୍କୁ ବନ୍ଧକ ରଖିଛି। ବାଲୁଚ ଲିବରେଶନ ଆର୍ମି ସୋସିଆଲ ମିଡିଆରେ ଟ୍ରେନ ଅପହରଣ ସମ୍ପର୍କରେ ସୂଚନା ଦେଇଛି।
ଶହେ ଯାତ୍ରୀଙ୍କ ମଧ୍ୟରେ ଅନେକ ସେନା ଅଧିକାରୀ ଥିବା ସୂଚନା ମିଳିଛି। ଅପହରଣ ପାଇଁ ନିଜକୁ ଦାୟୀ କରିଛି ବେଲୁଚିସ୍ତାନ ଲିବରେଶନ ଆର୍ମି। ଟ୍ରେନଟି କ୍ବେଟାରୁ ପେଶାୱର ଯାଉଥିବା ବେଳେ ଅପହରଣ ହୋଇଛି।
ବାଲୁଚ ଲିବରେଶନ ଆର୍ମି ସୋସିଆଲ ମିଡିଆରେ ଏକ ବିବୃତ୍ତି ଜାରି କରି କହିଛି ଯେ, ଏହି ଅପରେଶନ ମଶକାଫ, ଧାଦର, ବୋଲାନରେ କରାଯାଇଥିଲା। ଯେଉଁଠାରେ ତାଙ୍କ ଯୋଦ୍ଧାମାନେ ରେଳ ଟ୍ରାକକୁ ଉଡ଼ାଇ ଦେଇଛନ୍ତି। ଏହି କାରଣରୁ ଜାଫର ଏକ୍ସପ୍ରେସକୁ ଅଟକିବାକୁ ପଡିଲା। ଏହା ପରେ ଟ୍ରେନକୁ ନିୟନ୍ତ୍ରଣକୁ ନିଆଯାଇଛି ଏବଂ ସମସ୍ତ ଯାତ୍ରୀଙ୍କୁ ବନ୍ଧକ କରାଯାଇଛି। BLA ଧମକ ଦେଇଛି ଯେ ଯଦି ପାକିସ୍ତାନୀ ସେନା କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ଚେଷ୍ଟା କରେ, ତେବେ ପରିଣାମ ଗମ୍ଭୀର ହେବ ଏବଂ ସମସ୍ତ ବନ୍ଧକଙ୍କୁ ହତ୍ୟା କରାଯିବ। ଏହି ହତ୍ୟାକାଣ୍ଡଗୁଡ଼ିକର ଦାୟିତ୍ୱ ସମ୍ପୂର୍ଣ୍ଣ ଭାବରେ ସେନାର ରହିବ।
The post ପାକିସ୍ତାନରେ ଟ୍ରେନ ଅପହରଣ କଲେ ଆତଙ୍କବାଦୀ, ଶହଶହ ଯାତ୍ରୀଙ୍କୁ ରଖିଲେ ବନ୍ଧକ appeared first on Dharitri Odia News.