ପାକିସ୍ତାନରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୩୦ରୁ ଅଧିକ ମୃତ

ଇସଲାମାବାଦ: ପାକିସ୍ତାନର ଉତ୍ତର-ପଶ୍ଚିମରେ ଥିବା ଏକ ଅଶାନ୍ତ ଆଦିବାସୀ ଜିଲ୍ଲାରେ ଜମି ବିବାଦକୁ ନେଇ ଦୁଇ ଜନଜାତି ମଧ୍ୟରେ ସଶସ୍ତ୍ର ସଂଘର୍ଷ ହୋଇଛି ଏବଂ ଏଥିରେ ୩୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬୨ ଜଣ ଆହତ ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ କୁରମ ଜିଲ୍ଲାର ବୋଶେରା ଗ୍ରାମରେ ୫ ଦିନ ତଳେ ଜମି ବିବାଦ ଆରମ୍ଭ ହୋଇ ଏହା ରକ୍ତାକ୍ତ ସଂଘର୍ଷର ରୂପ ନେଇଥଲା। ଏହି ଅଂଚଳରେ ଅତୀତରେ ମଧ୍ୟ ଆଦିବାସୀ ଏବଂ ଧାର୍ମିକ କଠୋରପନ୍ଥୀଙ୍କ […]

ପାକିସ୍ତାନରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୩୦ରୁ ଅଧିକ ମୃତ

ଇସଲାମାବାଦ: ପାକିସ୍ତାନର ଉତ୍ତର-ପଶ୍ଚିମରେ ଥିବା ଏକ ଅଶାନ୍ତ ଆଦିବାସୀ ଜିଲ୍ଲାରେ ଜମି ବିବାଦକୁ ନେଇ ଦୁଇ ଜନଜାତି ମଧ୍ୟରେ ସଶସ୍ତ୍ର ସଂଘର୍ଷ ହୋଇଛି ଏବଂ ଏଥିରେ ୩୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬୨ ଜଣ ଆହତ ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ କୁରମ ଜିଲ୍ଲାର ବୋଶେରା ଗ୍ରାମରେ ୫ ଦିନ ତଳେ ଜମି ବିବାଦ ଆରମ୍ଭ ହୋଇ ଏହା ରକ୍ତାକ୍ତ ସଂଘର୍ଷର ରୂପ ନେଇଥଲା। ଏହି ଅଂଚଳରେ ଅତୀତରେ ମଧ୍ୟ ଆଦିବାସୀ ଏବଂ ଧାର୍ମିକ କଠୋରପନ୍ଥୀଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସଂଘର୍ଷରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ପୁଲିସ ଅନୁଯାୟୀ ଆଫଗାନିସ୍ତାନ ସୀମାରେ ଥିବା ଖାଇବର ପଖ୍‌ତୁନ୍‌ଖ୍ବାର କୁରମ ଜିଲ୍ଲାରେ ଚାଲିଥିବା ଏହି ସଂଘର୍ଷ ବିସ୍ଫୋରକ ରୂପ ନେଇଛି । ଏ ପର୍ଯ୍ୟନ୍ତ ୩୬ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆହତଙ୍କ ମଧ୍ୟରୁ ପ୍ରାୟ ୫୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆଦିବାସୀ ବୁଦ୍ଧିଜୀବୀ, ସାମରିକ ନେତୃତ୍ୱ, ପୁଲିସ ଓ ଜିଲ୍ଲା ପ୍ରଶାସନ ସହାୟତାରେ ଅଧିକାରୀମାନେ ଶାନ୍ତି ଆଲୋଚନା ପାଇଁ ପ୍ରୟାସ କରିଥିଲେ ମଧ୍ୟ ଏହା ସଫଳ ହୋଇନାହିଁ। ଜିଲ୍ଲାର ଅନ୍ୟ କେତେକ ସ୍ଥାନରେ ପ୍ରବଳ ଗୁଳିବିନିମୟ ଜାରି ରହିଛି। ଜିଲ୍ଲାର ପିୱାର, ଟାଙ୍ଗୀ, ବାଲିଶଖେଲ, ଖର୍‌କାଲେ, ମକବାଲ, କୁଞ୍ଜ ଅଲିଜାଇ, ପାରା ଚମକାନୀ ଓ କର୍ମଣ ଅଂଚଳରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବାରୁ ସୁରକ୍ଷା ବୃଦ୍ଧି କରାଯାଇଛି।