ପାକିସ୍ତାନରେ ବଡ଼ଧରଣର ବିସ୍ଫୋରଣ: ୨୧ ମୃତ, ୩୦ରୁ ଅଧିକ ଆହତ
ଇସଲାମାବାଦ,୯।୧୧: ପାକିସ୍ତାନରୁ ଏକ ବଡ ଖବର ଆସିଛି। ଶନିବାର ବାଲୁଚିସ୍ତାନ ପ୍ରଦେଶର କ୍ୱେଟା ରେଳ ଷ୍ଟେଶନରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। କୁହାଯାଉଛି ଯେ ଆହତଙ୍କ ସଂଖ୍ୟା ଆହୁରି ବଢିପାରେ। ବୋମା ନରୋଧକ ସ୍କ୍ବାଡ ଏବଂ ସ୍ଥାନୀୟ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମାମଲାର ତଦନ୍ତ ଚାଲିଛି। ଏହି ଆକ୍ରମଣର ଦାୟିତ୍ୱ ବାଲୁଚ ଲିବରେଶନ ଆର୍ମି ନେଇଛି। ନିକଟରେ ପାକିସ୍ତାନର […] The post ପାକିସ୍ତାନରେ ବଡ଼ଧରଣର ବିସ୍ଫୋରଣ: ୨୧ ମୃତ, ୩୦ରୁ ଅଧିକ ଆହତ appeared first on Dharitri Odia News.
ଇସଲାମାବାଦ,୯।୧୧: ପାକିସ୍ତାନରୁ ଏକ ବଡ ଖବର ଆସିଛି। ଶନିବାର ବାଲୁଚିସ୍ତାନ ପ୍ରଦେଶର କ୍ୱେଟା ରେଳ ଷ୍ଟେଶନରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। କୁହାଯାଉଛି ଯେ ଆହତଙ୍କ ସଂଖ୍ୟା ଆହୁରି ବଢିପାରେ। ବୋମା ନରୋଧକ ସ୍କ୍ବାଡ ଏବଂ ସ୍ଥାନୀୟ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମାମଲାର ତଦନ୍ତ ଚାଲିଛି।
ଏହି ଆକ୍ରମଣର ଦାୟିତ୍ୱ ବାଲୁଚ ଲିବରେଶନ ଆର୍ମି ନେଇଛି। ନିକଟରେ ପାକିସ୍ତାନର ଉତ୍ତର-ପଶ୍ଚିମରେ ଆତଙ୍କବାଦୀ ଆକ୍ରମଣରେ ବୃଦ୍ଧି ଘଟିଛି। ଏହା ବ୍ୟତୀତ ଏଠାରେ ବିଚ୍ଛିନ୍ନତାବାଦୀ ବିଦ୍ରୋହ ମଧ୍ୟ ବୃଦ୍ଧି ପାଉଛି। ବରିଷ୍ଠ ପୋଲିସ ଅଧୀକ୍ଷକ କହିଛନ୍ତି ଯେ ପେଶାୱର ଅଭିମୁଖେ ଯାଉଥିବା ବେଳେ ରେଳ ଷ୍ଟେଶନ ଭିତରେ ଏହି ବିସ୍ଫୋରଣ ଘଟିଥିଲା।
The post ପାକିସ୍ତାନରେ ବଡ଼ଧରଣର ବିସ୍ଫୋରଣ: ୨୧ ମୃତ, ୩୦ରୁ ଅଧିକ ଆହତ appeared first on Dharitri Odia News.