ପାକିସ୍ତାନରେ ବିଦେଶୀ ଡିପ୍ଲୋମାଟଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ, ଅଳ୍ପକେ ବର୍ତ୍ତିଲେ କୁଟନୀତିଜ୍ଞ

ନୂଆଦିଲ୍ଲୀ ୨୩।୯: ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣର ଏପରି ଏକ ଘଟଣା ଘଟିଛି ଯାହା ସାରା ଦୁନିଆକୁ ଚକିତ କରିଛି। ଭରାତ ପଡ଼ିଶାରେ ଘଟିଥିବା ଏହି ଘଟଣା ଆଡକୁ କାହାର ନଜର ଯାଇ ନାହିଁ। ପାକିସ୍ତାନରେ ୧୨ଟି ଦେଶର ଡିପ୍ଲୋମାଟଙ୍କ ଉପରେ ପ୍ରାଣଘାତୀ ଆକ୍ରମଣ ହୋଇଛି। ଉଲ୍ଲେଖଯୋଗ୍ୟ ଯେ କୌଣସି ଦେଶର କୂଟନୀତିଜ୍ଞଙ୍କ ଉପରେ ଆକ୍ରମଣକୁ ସେହି ଦେଶ ଉପରେ ଆକ୍ରମଣ ବୁଝାଯାଏ। ଏଥିରୁ ପାକିସ୍ତାନରେ ୧୨ଟି ଦେଶଙ୍କ ଉପରେ ଆକ୍ରମଣ ହୋଇଛି। ବିଶେଷଜ୍ଞମାନେ ଏହି ବିପଦଜନକ ଆକ୍ରମଣ ପାଇଁ ଏବେ ପାକିସ୍ତାନକୁ ଦାୟି କରୁଛନ୍ତି। ଏହି ଆକ୍ରମଣରୁ କିଛି ଏପରି ତଥ୍ୟ ସାମ୍ନାକୁ ଆସିଛି ଯାହା ପାକିସ୍ତାନକୁ ଫଶାଇପାରେ। ପାକିସ୍ତାନରେ ଯେଉଁ ଡିପ୍ଲୋମାଟଙ୍କ ଉପରେ ଆକ୍ରମଣ ହୋଇଛି ସେଥିରେ ଋଷିଆ ରାଜଦୂତ ମଧ୍ୟ ଥିଲେ। ଏକ୍ସପର୍ଟଙ୍କ କହିବା କଥା ପାକିସ୍ତାନରେ ଛୋଟରୁ ଛୋଟ ଘଟଣା ଘଟିଲେ ଏଥି ପାଇଁ ଆତଙ୍କବାଦୀ ସଙ୍ଗଠ ନିଜକୁ ଦାୟି କରିବାକୁ ଆଗେଇ ଆସନ୍ତି। ହେଲେ ଏତେବଡ଼ ଆକ୍ରମଣ ପରେ ବି ଏଥି ପାଇଁ କେହି ନିଜକୁ ଦାୟି ବି କରୁ ନାହାନ୍ତି। ଅନ୍ୟପକ୍ଷରେ ପାକିସ୍ତାନର କୁଖ୍ୟାତ ଆତଙ୍କବାଦ ସଙ୍ଗଠନ ପାକିସ୍ତାନ ତେହେରିକ-ଏ-ତାଲିବାନ (ପିଟିଟି) ମଧ୍ୟ ଘଟଣାରେ ନିଜର ସମ୍ପୃକ୍ତିକୁ ଖାରଜ କରିଦେଇଛି। ପାକିସ୍ତାନରେ ଆତଙ୍କବାଦୀ ସରକାରଙ୍କଠୁ ବି ନିଜକୁ ସୁରକ୍ଷିତ ମନେ କରନ୍ତି। ପାକିସ୍ତାନ ମାଟିରେ ଆତଙ୍କବାଦୀଙ୍କ ଚେର ଏତେ ଗହିରା ଯେ ସେଠାରେ ଲୋକେ ବି ନିଜ

ପାକିସ୍ତାନରେ ବିଦେଶୀ ଡିପ୍ଲୋମାଟଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ, ଅଳ୍ପକେ ବର୍ତ୍ତିଲେ କୁଟନୀତିଜ୍ଞ

ନୂଆଦିଲ୍ଲୀ ୨୩।୯: ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣର ଏପରି ଏକ ଘଟଣା ଘଟିଛି ଯାହା ସାରା ଦୁନିଆକୁ ଚକିତ କରିଛି। ଭରାତ ପଡ଼ିଶାରେ ଘଟିଥିବା ଏହି ଘଟଣା ଆଡକୁ କାହାର ନଜର ଯାଇ ନାହିଁ। ପାକିସ୍ତାନରେ ୧୨ଟି ଦେଶର ଡିପ୍ଲୋମାଟଙ୍କ ଉପରେ ପ୍ରାଣଘାତୀ ଆକ୍ରମଣ ହୋଇଛି। ଉଲ୍ଲେଖଯୋଗ୍ୟ ଯେ କୌଣସି ଦେଶର କୂଟନୀତିଜ୍ଞଙ୍କ ଉପରେ ଆକ୍ରମଣକୁ ସେହି ଦେଶ ଉପରେ ଆକ୍ରମଣ ବୁଝାଯାଏ। ଏଥିରୁ ପାକିସ୍ତାନରେ ୧୨ଟି ଦେଶଙ୍କ ଉପରେ ଆକ୍ରମଣ ହୋଇଛି। 

ବିଶେଷଜ୍ଞମାନେ ଏହି ବିପଦଜନକ ଆକ୍ରମଣ ପାଇଁ ଏବେ ପାକିସ୍ତାନକୁ ଦାୟି କରୁଛନ୍ତି। ଏହି ଆକ୍ରମଣରୁ କିଛି ଏପରି ତଥ୍ୟ ସାମ୍ନାକୁ ଆସିଛି ଯାହା ପାକିସ୍ତାନକୁ ଫଶାଇପାରେ। ପାକିସ୍ତାନରେ ଯେଉଁ ଡିପ୍ଲୋମାଟଙ୍କ ଉପରେ ଆକ୍ରମଣ ହୋଇଛି ସେଥିରେ ଋଷିଆ ରାଜଦୂତ ମଧ୍ୟ ଥିଲେ। ଏକ୍ସପର୍ଟଙ୍କ କହିବା କଥା ପାକିସ୍ତାନରେ ଛୋଟରୁ ଛୋଟ ଘଟଣା ଘଟିଲେ ଏଥି ପାଇଁ ଆତଙ୍କବାଦୀ ସଙ୍ଗଠ ନିଜକୁ ଦାୟି କରିବାକୁ ଆଗେଇ ଆସନ୍ତି। ହେଲେ ଏତେବଡ଼ ଆକ୍ରମଣ ପରେ ବି ଏଥି ପାଇଁ କେହି ନିଜକୁ ଦାୟି ବି କରୁ ନାହାନ୍ତି। ଅନ୍ୟପକ୍ଷରେ ପାକିସ୍ତାନର କୁଖ୍ୟାତ ଆତଙ୍କବାଦ ସଙ୍ଗଠନ ପାକିସ୍ତାନ ତେହେରିକ-ଏ-ତାଲିବାନ (ପିଟିଟି) ମଧ୍ୟ ଘଟଣାରେ ନିଜର ସମ୍ପୃକ୍ତିକୁ ଖାରଜ କରିଦେଇଛି। 

ପାକିସ୍ତାନରେ ଆତଙ୍କବାଦୀ ସରକାରଙ୍କଠୁ ବି ନିଜକୁ ସୁରକ୍ଷିତ ମନେ କରନ୍ତି। ପାକିସ୍ତାନ ମାଟିରେ ଆତଙ୍କବାଦୀଙ୍କ ଚେର ଏତେ ଗହିରା ଯେ ସେଠାରେ ଲୋକେ ବି ନିଜକୁ ସୁରକ୍ଷିତ ମନେ କରୁ ନାହାନ୍ତି। ଏବେ ବିଦେଶୀ କୁଟନୀତିଜ୍ଞବି ଦେଶରେ ଆତଙ୍କବାଦୀ ଆକ୍ରମଣର ସମ୍ମୁଖୀନ ହୋଇଛନ୍ତି। ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁସାରେ ଏହି ଡିପ୍ଲୋମାଟଙ୍କ ମଧ୍ୟରେ ଋଷିଆ, ଭିଏତନାମ, ବୋସନିଆ ଓ ହର୍ସଗୋବିନ, ଇଥିଓପିଆ, ରୁଆଣ୍ଡା, ଜିମ୍ବାୱେ, ଇଣ୍ଡୋନେସିଆ, ଉଜବେକିସ୍ତାନ, ତୁର୍କମେନିସ୍ତାନ, କାଜାକିସ୍ତାନ ଓ ପର୍ତ୍ତୁଗାଲ କୂଟନୀତିଜ୍ଞ ଥିଲେ। ତେବେ ସବୁ କୁଟନୀତିଜ୍ଞ ସୁରକ୍ଷିତ ବୋଲି ପୋଲିସ ଅଧିକାରୀ କହିଛନ୍ତି।